ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

“ଫିଲ୍ମ ଅପରେସନ ୧୨/୧୭” ର ଶୁଭ ମହୁରତ

ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଅପରେସନ ୧୨/୧୭” ର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି l

ଏହି ଶୁଭ ମହୁରତ ଉତ୍ସବ ରେ ଉତ୍ତର ଭୁବନେଶ୍ୱର ର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ, ୧୪ ନମ୍ବର ୱାର୍ଡ ର କର୍ପୋରେଟର ମୋନାଲିସା ସାହୁ, ସମାଜସେବୀ ମନୋଜ କୁମାର ସାହୁ ଙ୍କ ସମେତ ଚଳଚ୍ଚିତ୍ର ର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଲେଖକ ଦିଲ୍ଲୀପ ଚୌଧୁରୀ, ଲାଇନ୍ ପ୍ରଯୋଜକ ଅମର ମହାପାତ୍ର, ପ୍ରସାଦ ଶ୍ରୀଚନ୍ଦନ, ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅଭିନେତା ଶ୍ରେୟାନ୍, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଏବଂ ମୁଖ୍ୟ ଅଭିନେତ୍ରୀ ଭୂମିକା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଦ୍ବିପାୟନ ପଟ୍ଟନାୟକ ଙ୍କର କାହାଣୀ ର ସଂଳାପ ରଚନା କରିଛନ୍ତି ଆଗଧାଡିର ସଂଳାପକାର ଦିଲ୍ଲୀପ ଚୌଧୁରୀ l ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଆଜିକାଲି ର ଟ୍ରେଣ୍ଡୀ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ l ଚିତ୍ରତ୍ତୋଳନ ମୁଖ୍ୟ ରହିଛନ୍ତି କେରଲା ଷ୍ଟୋରୀ ର ଡିଓପି ପ୍ରଶାନ୍ତନୁ ମହାପାତ୍ର ଓ ସହଯୋଗୀ ନିର୍ଦ୍ଦେଶନାରେ ଅଛନ୍ତି ବାପୁ । ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି l ଏମାନଙ୍କ ସହିତ ଓଡିଶା ସିନେ ଦୁନିଆର ବହୁ ଲୋକପ୍ରିୟ କଳାକାର ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ ଶିଶୁ କଳାକାର ସାନ୍ଭୀ ପ୍ରମୁଖ ରହିଛନ୍ତି l ପ୍ରଚାର ପ୍ରସାର ଦାୟିତ୍ୱ ରେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି l ଶୁଭ ମହୁରତ ଉତ୍ସବରେ ଆର.ଜେ ଗୁଡ୍ଡୀ ଉପସ୍ଥାପନା କରିଥିଲେ l ଏହି ଚଳଚ୍ଚିତ୍ର ବହୁତ ଜଲଦି ସୁଟିଙ୍ଗ୍ ଫ୍ଲୋର କୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛନ୍ତି।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ

Sunil Chandra Nayak

ଜୀ-ସାର୍ଥକ ର ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’ର ଅଡିଓ ଲୋକାର୍ପିତ

Sunil Chandra Nayak

ନବରଙ୍ଗପୁର ରେ ଦ୍ଵି – ଭାଷୀ ଚଳଚ୍ଚିତ୍ର ର ସୁଟିଂ

Sunil Chandra Nayak

Leave a Comment

error: Content is protected !!