ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବରେ “ସମ୍ରାଟ ଅଶୋକ” ମଞ୍ଚସ୍ଥ .. ପ୍ରଫେସର ଡ ସମର ମୁଦାଲି ଙ୍କୁ ଚିନ୍ତା ପ୍ରତିମା ସମ୍ମାନ ୨୦୨୫

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବରେ “ସମ୍ରାଟ ଅଶୋକ” ମଞ୍ଚସ୍ଥ 

ପ୍ରଫେସର ଡ ସମର ମୁଦାଲି ଙ୍କୁ ଚିନ୍ତା ପ୍ରତିମା ସମ୍ମାନ ୨୦୨୫

ରାଉରକେଲା,: ସହରର ଅନ୍ୟତମ ନାଟ୍ୟାନୁଷ୍ଠାନ ପ୍ରୟାସ ର ଚିନ୍ତା ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ ରେ ପ୍ରଥମ ଦିବସରେ ନାଟକ ସମ୍ରାଟ ଅଶୋକ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ରଚିତ ଗଙ୍ଗାଧର ରାଉତ ନିର୍ଦ୍ଦେଶିତ ଏହି ନାଟକରେ ବିଷୟବସ୍ତୁ ହେଲା ମଗଧ ସମ୍ରାଟ ଅଶୋକ, କଳିଙ୍ଗ ଜୟ କରିବାକୁ ଇଚ୍ଛା କରି ଭୟଂକର ଯୁଦ୍ଧ ଆରମ୍ଭ କଲେ। ଯୁଦ୍ଧରେ ଦୟ।ନଦୀର ଜଳ ହେଲା ରକ୍ତରଞ୍ଜିତ । କଳିଙ୍ଗରାଜ ଶିଳାଦୈତ୍ୟ ଓ ମହାରାଣୀ ଅନଙ୍ଗ ମଞ୍ଜରୀ, ତୋଷାଳୀ ନଗରରେ ଆତ୍ମଗୋପନ କଲେ। ମହାମନ୍ତ୍ରୀ ସୁବଳୟ ବିଦ୍ୟାଧର ମହାପାତ୍ର ହେଲେ ଶହୀଦ ଓ ଯୁବସେନାପତି ଐର ଦେବସିଂହ ମଗଧ ସେନାପତି ଦ୍ଵାରା ବନ୍ଦୀ ହେଲେ। ଏତେ ସବୁ ସତ୍ତ୍ୱେ କେହି ହେଲେ ସମ୍ରାଟ ଅଶୋକଙ୍କର ବଶ୍ବତା ସ୍ଵୀକାର କଲେ ନାହିଁ। ଅଶୋକଙ୍କର ସମସ୍ତ କଳ-ବଳ -କୌଶଳ ବିଫଳ ହେଲା। କଳିଙ୍ଗର ସାଧାରଣ ଜନତା, ଆବଳବନିତା ମାତୃଭୂମି ନିମନ୍ତେ ଯୁଦ୍ଧ କରିବାକୁ ଆଗେଇ ଆସିଲେ ଓ ମଗଧ ସେନା ହାତରେ ହସିହସି ଜୀବନ ଦେଲେ । ମୃତ୍ୟୁକୁ ଯେଉଁ ଜାତି ଭୟ କରେନା, ସେ ଜାତିକୁ ବଶୀଭୂତ କରିବା ଆଶୋକଙ୍କର ଦିବାସ୍ଵପ୍ନ ସିଦ୍ଧ ହେଲା। ସେ କ୍ରମଶଃ ଭ୍ରମରୁ ସତ୍ୟ ଆଡ଼କୁ ଅଗ୍ରସର ହୋଇ ଅନ୍ଧକାରରୁ ଆଲୋକକୁ, ଚଣ୍ଡାଶୋକରୁ ଧର୍ମାଶୋକକୁ ଯାତ୍ରା ତାଙ୍କର ଥିଲା ଅଭୂତପୂର୍ବ। ଏହି ବିଷୟବସ୍ତୁକୁ ନେଇ ଗତିଶୀଳ ହୋଇଥିଲା ନାଟକ। ଏହି ନାଟକରେ ଅଭିନୟ କରିଥିଲେ ସର୍ବଶ୍ରୀ ଗଙ୍ଗାଧର, ରାଜେଶ, ପଂଚାନନ, ଲିପୁ, ଅମୃତାଂଶୁ, ମନୋଜ, ପୂଜା, ଅନୀତା ପ୍ରମୁଖ। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟକାର ପ୍ରଫେସର ଡ ସମର ମୁଦାଲି ଙ୍କୁ ଚିନ୍ତା ପ୍ରତିମା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ନିବେଦିତା ଜେନା ଙ୍କ ସଭାପତିତ୍ବ ଓ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଙ୍କ ଆବାହକତ୍ଵ ରେ ଆୟୋଜିତ ଆଜିର ଏହି ନାଟକରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, ଭାସ୍କର ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରୟାସର ଏଭଳି ପ୍ରୟାସକୁ ସାଧୁବାଦ ଦେଇଥିଲେ | ସେହିପରି “ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନିର୍ବାଚିତ ନାଟକ” ଶୀର୍ଷକ ଗ୍ରନ୍ଥାବଳୀ ଅତିଥିମାନଙ୍କଦ୍ଵାରା ଲୋକାର୍ପିତ ହୋଇଥିଲା | ଏହାର ସଂକଳନ ଓ ସମ୍ପାଦନା ଦାୟିତ୍ଵ ଗ୍ରହଣ କରିଛନ୍ତି ଡକ୍ଟର ନିବେଦିତା ଜେନା ଓ ଡକ୍ଟର ରମେଶଚନ୍ଦ୍ର ମଲ୍ଲିକ ଏବଂ ପ୍ରକାଶନ ଦାୟିତ୍ଵ ନେଇଛନ୍ତି ‘କ୍ରିଏଟିଭ ଇଙ୍କ ଲିଟେରାରି ପ୍ରେସ’, ରାଉରକେଲା | ‘ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ’, ନାଟ୍ୟାଚାର୍ଯ୍ୟଙ୍କ ପ୍ରତି ଗୁରୁଦକ୍ଷିଣା ସ୍ୱରୂପ ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ | କାର୍ଯ୍ୟକ୍ରମକୁ ଅନିଲ ମଲ୍ଲିକ ସଂଯୋଜନା କରିଥିଲେ।  

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉଦୟମାନ ଗାୟକ ଶ୍ରୀମାନ ଶିଶିର କୁମାର ଦାଶଙ୍କ ନୂତନ ଗୀତ

ଅଧୁରା ପ୍ରେମ କାହାଣୀ ଓଡ଼ିଆ ଚଳଚ୍ଚିତ୍ର ରେ ଶ୍ରୀତମ ଦାସ ଶ୍ରେଷ୍ଟ ଖଳନାୟକ ପୁରସ୍କୃତ

masiha

ମହମହିମା ରାଜ୍ୟପାଳ ଦେଖିବେ “ଶାନ୍ତି ଆପାର୍ଟମେଣ୍ଟ”

masiha

Leave a Comment

error: Content is protected !!