ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସ୍ୱସ୍ତି ଝଙ୍କାରର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ,ଚତୁର୍ଥ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘କଳାମଲ୍ଲୀ’       

ସ୍ୱସ୍ତି ଝଙ୍କାରର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ,ଚତୁର୍ଥ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘କଳାମଲ୍ଲୀ’           

ରାଉରକେଲା: ସ୍ୱସ୍ତି ଝଙ୍କାର ଆୟୋଜିତ ରାଜ୍ୟ ସ୍ତରୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଦମନଯୋଡି ର ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବ ଦ୍ୱାରା ପ୍ରସ୍ତୁତ ନାଟକ କଳାମଲ୍ଲୀ ମଞ୍ଚସ୍ଥ ହୋଇଥିଲା l ନାଟ୍ୟକାର ସୁଶାନ୍ତ କୁମାର ଦାସ ନାଟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଶେଷଦେବ ଶତପଥି l ମଞ୍ଚ ସଜ୍ଜା କେ. ନାରାୟଣ ପାତ୍ର କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଶକ୍ତି ପ୍ରସାଦ ମିଶ୍ର l ବିଭିନ୍ନ ଭୂମିକା ରେ ଶ୍ରୀକାନ୍ତ ସାହୁ, ମୁରଲୀଧର ଦାସ, ଚିତ୍ତରଞ୍ଜନ ଦାଶ, ଉତ୍ତମ ପଟ୍ଟନାୟକ, ନିର୍ମଳ କୁମାର ରାଉତ, ଏନ. ରବି କୁମାର, ସୁନୀଲ କୁମାର ଦାଶ, ଅଲେଖ ଚନ୍ଦ୍ର ମହାକୁଡ଼, ପଞ୍ଚାନନ ସେଠୁଆ, ସାଇ ସୁମନ ଦାଶ, ସସ୍ମିତା ଦାଶ , ବିଦ୍ୟା ମିଶ୍ର, ସ୍ଵାତି ଲଗ୍ନା ସାହୁ, ଶକୁନ୍ତଳା ପଣ୍ଡା, ସସ୍ମିତା ସେଠୁଆ, କଳ୍ପନା ପଟ୍ଟନାୟକ, ଶୀତେଶ ପଟ୍ଟନାୟକ, ମମତା ବେହେରା, ଏନ. ରେଣୁକା, ସୋମ୍ୟା ପ୍ରିୟଦର୍ଶିନୀ ସାହୁ, ସୁଶ୍ରୀ ସଂଗୀତା ଦାଶ, ବବିତା ସାହୁ, ଦେବାଂଶୁ ଦାଶ, ଶିବାଙ୍ଗୀ ପଟ୍ଟନାୟକ, ଆର୍ଯ୍ୟନ ପ୍ରମୁଖ ଅଭିନୟ କରିଥିଲେ l କାର୍ଯ୍ୟକ୍ରମକୁ ଯୁବ ଅଭିନେତା ତଥା ନାଟ୍ୟ ନିର୍ଦେଶକ ଇଂ ଜନ୍ମେଜୟ ମହାନ୍ତି ଉଦଘାଟନ କରିଥିଲେ l ମୁଖ୍ୟ ଦର୍ଶକ ଭାବେ ଇଂ.ନବଘନ ସାହୁ ଯୋଗ ଦେଇଥିଲେ । ଆଜି ନାଟକର ନିର୍ଦ୍ଦେଶକ ଶେଷଦେବ ଶତପଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ପ୍ରମୁଖ କର୍ମକର୍ତ୍ତା ଡ଼ ସୁଶାନ୍ତ କୁମାର ପାଣି ଏଥିରେ ଅଧ୍ୟକ୍ଷତା କରିବା ସହ ସଂଯୋଜନା କରିଥିଲେ l ଇଂ ଅଶୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ ନାୟକ, ବିଜୟ ପାତ୍ର, ପ୍ରଳୟ ଶତପଥି, କଲ୍ୟାଣୀ ଦାସ, ରୁନୁ ବେକ, ଡ଼ ଅଜୟ ମିଶ୍ର, ପ୍ରବୀର ଜେନା, ପ୍ରଜ୍ଞାନନ୍ଦ ମହାନ୍ତି, ସରୋଜ ଜେନା ପ୍ରମୁଖ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

masiha

ସମ୍ପର୍କ ,ରାଉରକେଲାର ନାଟକ ସାମନ୍ତ ଚନ୍ଦ୍ରଶେଖର ଖଣ୍ଡପଡ଼ାରେ ମଞ୍ଚସ୍ଥ

Sunil Chandra Nayak

ସିନେ ଜଗତର ସଫଳ ଅଭିନେତା ମାନଙ୍କ ପାଇଁ ନବରଙ୍ଗପୁର ଜିଲ୍ଲା ଗୌରବାନ୍ୱିତ 

masiha

Leave a Comment

error: Content is protected !!