ସୁନ୍ଦରଗଡ଼ ଠାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ
ସୁନ୍ଦରଗଡ଼, ୦୮/୦୫/୨୫: ସ୍ଥାନୀୟ ସଦଭାବନା ଭବନ ଠାରେ ସମାଜସେବୀ ସାର ଜନ୍ ହେନେରି ଦୁରାଣ୍ଟ ଙ୍କ ଜନ୍ମ ବାର୍ଷିକୀ ପାଳନ ସହ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଗୁରୁ ପ୍ରସାଦ ମହାନ୍ତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସର ରେ ଜିଲ୍ଲାପାଳ ଶ୍ରୀ ମହାଜନ ସାର ଜନ୍ ହେନେରୀ ଦୁରାଣ୍ଟ ଙ୍କ ଜୀବନୀ ତଥା ତାଙ୍କର ସମାଜସେବା ଉପରେ ଆଲୋକପାତ କରିଥିଲେ। ସେହିଭଳି ରେଡକ୍ରସ୍ ର ଭୂମିକା ଉପରେ ଆଲୋଚନା କରିଥିଲେ ଏବଂ ରେଡକ୍ରସ ଆହୁରି ଅଧିକ ସକ୍ରିୟ କରିବା ସହିତ ଅଧିକ ରୁ ଅଧିକ କିଭଳି ଭାବେ ଅର୍ଥ ସଂଗ୍ରହ କରାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିୟମିତ ଅର୍ଥ ଦାତା ମାନଙ୍କୁ ସମ୍ବର୍ଦ୍ଧନା କରାଯିବା ଉପରେ ମଧ୍ୟ କହିଥିଲେ।
ସେହିଭଳି ଅତିଥିମାନେ ସାର୍ ଜନ ହେନେରୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ଜନସାଧାରଣଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ରେଡକ୍ରସ ର ଭୂମିକା ଉପରେ ଆଲୋଚନା କରିଥିଲେ। କୌଣସି ପ୍ରାକୃତିକ ଦୁର୍ବିପାକ ହେଉ, ରୋଗ କିମ୍ବା ଦୁର୍ଘଟଣା ହେଉ ରେଡକ୍ରସ ରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ। ତେଣୁ ଅର୍ଥ ସଂଗ୍ରହ ର ଆବଶ୍ୟକତାକୁ ଉପରେ ଗୁରୁତ୍ଵାରୋପ କରିଥିଲେ । ରେଡକ୍ରସ ନିମନ୍ତେ ଅର୍ଥ ସଂଗ୍ରହରେ ସମଗ୍ର ରାଜ୍ୟରେ ସୁନ୍ଦରଗଡ଼ ଜିଲ୍ଲା କୁ ସର୍ବାଗ୍ରେ କରିବାକୁ ଅତିଥି ମାନେ ଆହ୍ଵାନ ଦେଇଥିଲେ।
ଏହି ଅବସରରେ ରେଡକ୍ରସ ର ଆଜୀବନ ସଭ୍ୟ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ଆହୁରି ଅଧିକ ଆଜୀବନ ସଦସ୍ୟ ବଢେଇବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା। ବୈଠକ ରେ ଆଜୀବନ ସଦସ୍ୟ ମାନେ ନିଜ ନିଜ ଅଭିଜ୍ଞତା ବାଣ୍ଟି ଥିଲେ ଏବଂ ଜିଲ୍ଲା ରେ ରେଡକ୍ରସ ଦ୍ଵାରା ଆହୁରି ଅଧିକ କାର୍ଯ୍ୟକ୍ରମ ହାତ କୁ ନିଆଯିବ ତାହା ଉପରେ ଆଲୋଚନା କରିଥିଲେ। ଆଜି ପ୍ରାୟ ୧୧୨ ଜଣ ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଶ୍ରୀ ଅଜିତ ପ୍ରସାଦ, ଡ଼ା ଲବଣୀଧର ଦାନୀ,ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ଦିଲ୍ଲୀପ ପଣ୍ଡା,ଶ୍ରୀ ବୈକୁଣ୍ଠ ବଞ୍ଛୋର୍, ଶ୍ରୀ ଭୀଷ୍ମ ଦେବ ତାଣ୍ଡିଆ, ଶ୍ରୀ କର୍ଣ୍ଣ କୁମାର ନାଏକ, ଶ୍ରୀ ଦ୍ଵିତୀୟ ଗର୍ଡିଆ, ଶ୍ରୀ ସୁରେଶ ପଟେଲ, ଶ୍ରୀ ଯୁଧିଷ୍ଠିର ପ୍ରଧାନ ଏବଂ ଅନ୍ୟାନ୍ୟ ସଦସ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜିଲ୍ଲା ରେଡକ୍ରସ୍ କୁ କିଭଳି ଆହୁରି ଆଗକୁ ନିଆଯିବ ତାହା ଉପରେ ଆଲୋଚନା କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

