ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଶୋରୀ ବାଳିକା ମାନଙ୍କ ପାଇଁ ଦକ୍ଷତା ବିକାଶ ତାଲିମ

କିଶୋରୀ ବାଳିକା ମାନଙ୍କ ପାଇଁ ଦକ୍ଷତା ବିକାଶ ତାଲିମ 

ନବରଙ୍ଗପୁର:( ୬.୨.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ଯରେ କିଶୋରୀ ମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଜିଲ୍ଲା ପରିଷଦ ବୈଠକଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଜିଲ୍ଲାରୁ ମୋଟ ୮୫ ଜଣ ଅଧାରୁ ପାଠ ଛାଡି ଥିବା ଓ ବାଲ୍ୟ ବିବାହରୁ ରୋକାଯାଇଥିବା କିଶୋରୀ ମାନେ ଯୋଗଦେଇ ପଲିଟେନିକ ଶିକ୍ଷାର ଉପକାରିତା ଓ ଦକ୍ଷତା ବିକାଶ ଶିକ୍ଷା ସମାପ୍ତି ପରେ ନିଯୁକ୍ତି ଦେବାର ସୁବିଧା ସୁଯୋଗ ଉପରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ନେଇଥିଲେ । ୟୁନିସେଫ ଜିଲ୍ଲା ସଂଯୋଜକ ଫକିର ଚରଣ ରାଉତ ଙ୍କ ସଂଯୋଜନାରେ ହୋଇଥିବା ଏହି କର୍ମଶାଳାରେ ଜିଲ୍ଲା କର୍ମନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲାଇ ନବରଙ୍ଗପୁର ଜିଲ୍ଲାରେ ଜୀବନ ସଂଘର୍ଷ ମଧ୍ୟରେ କୃତିତ୍ଵ ଅର୍ଜନ କରିଥିବା କିଶୋରୀ ବାଳିକା ମାନଙ୍କର ଉଦାହରଣ ଦେଇ ଦକ୍ଷତା ବିକାଶ ତାଲିମ ନୂତନ ବାଟ ଦେଖାଇବ ବୋଲି କହିଥିଲେ।ମହିଳାସୁରକ୍ଷା ଅଧିକାରୀ ରାମା ପଟ୍ଟନାୟକ ନିଜର ବକ୍ତବ୍ଯ ରେ ଜିଲ୍ଲାରେ ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧିଦେଇ ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରିବାକୁ ବାଧ୍ୟ କରୁଥିବା ପରିବାର ର ମାତା ପିତା ମାନଙ୍କୁ ଝିଅ ମାନେ ଦୃଢତାର ସହିତ ମୁକାବିଲା କରି ନିଜକୁ ଆର୍ଥକ କ୍ଷେତ୍ରରେ ମଝ୍ଭୁତ କରିବା ପାଇଁ ଆହ୍ଵାନ ଦେଇଥିଲେ । ଅନ୍ୟମାଙ୍କ ମଧ୍ୟରେ ତେନୁଳିଖୁଣ୍ଟି ବ୍ଲକର ସିଡିପିଓ ବିନୀତା ଜେଠି,ମହିଳା ସଶକ୍ତିକରଣ ହବର ସରିତା ରାଣୀ ପାଣି , ସସ୍ମିତା ପାତ୍ର ଓ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସୁପରଭାଇଜର ଅନ୍ୟ ଅଧିକାରୀ ମାନେ ନିଜ ନିଜର ବକ୍ତବ୍ୟରେ ଉପସ୍ଥିତ ଥିବା ବାଳକ ବାଳିକା ମାନକୁ ଦକ୍ଷତା ବିକାଶ ତାଲିମିର ବିଭିନ୍ନ ଦିଗ ଉପରେ ଉତ୍ସାହିତ କରିଥିଲେ ।ଉପ ନିର୍ଦ୍ଦେଶକ ଯୋଜନା ଓ ସମନ୍ବୟ ଐଶର୍ଯ୍ୟ ଭଞ୍ଜ ସଭା ପରିଚାଳନା କରିଥିଲେ। 

Related posts

ବାଲିଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ: ଗରମ ଓ ଗୁଳୁଗୁଳି ଦ୍ବିଗୁଣିତ ହୋଇଗଲାଣି 

masiha

ରାଜ୍ୟ ସ୍ତରୀୟ ମେଧା ପରୀକ୍ଷାରେ ଦିବ୍ୟା ଦୀପାନ୍ନୀତା ପଞ୍ଚମ

masiha

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!