ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶର ସୁରକ୍ଷା ପାଇଁ ଅନ୍ତର୍ଭୁକ୍ତୀ କରଣ ପରିଯୋଜନା : ଡ଼. ପଦ୍ମଚରଣ

ପରିବେଶର ସୁରକ୍ଷା ପାଇଁ ଅନ୍ତର୍ଭୁକ୍ତୀ କରଣ ପରିଯୋଜନା : ଡ଼. ପଦ୍ମଚରଣ

ସିଂହପୁର ଠାରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ 

ଯାଜପୁର , ୨୪ ଅଗଷ୍ଟ ୨୦୨୫ ( ପ୍ରଦୀପ କୁମାର ମଲ୍ଲିକ) : ପରିବେଶ ସୁରକ୍ଷା ପାଇଁ ଏକ ଅନ୍ତର୍ଭୃକ୍ତି କରଣ ପରିଯୋଜନାର ଆବଶ୍ୟକତା ରହିଛି | ଉତ୍ସର୍ଗୀକୃତ ମନୋଭାଵ ଏବଂ ଚେତନାର ପରିସ୍ପୁଟନ ଏଥିପାଇଁ ଏକାନ୍ତ ଜରୁରୀ , ଏହି ଯୋଜନା ପ୍ରଚାରଧର୍ମୀ କିମ୍ବା ପ୍ରସାର ଧର୍ମୀ ନହୋଇ ପ୍ରୟୋଗାତ୍ମକ ଆବଶ୍ୟକ | ଗତକାଲି ଅପରାହ୍ନରେ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କମଳା ମଣ୍ଡପ ପରିସରରେ ନିର୍ବାଚନମଣ୍ଡଳୀ ସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼. ରବିନାରାୟଣ ବେହେରାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ପରିବେଶବିତ୍ , ବହୁ ବୁଦ୍ଦିଜୀଵୀ , ଶିକ୍ଷାବିତ୍ ଏବଂ ଆଖପାଖ ଅଞ୍ଚଳବାସୀ ଏକାଠି ହୋଇ ପରିବେଶୀୟ ଅସନ୍ତୁଳନ , ଦ୍ରୁତ ଜଙ୍ଗଲ କ୍ଷୟ , ଭୂତଳ ଜଳସ୍ତର ଓ ଆଗାମୀ ଦିନରେ ସମାଧାନ ଦିଗରେ ବହୁ ଗୁରୁତ୍ୱପୂର୍ଣ ଆଲୋଚନା କରିଥିଲେ | ଅନ୍ୟତମ ଅତିଥି ତଥା କଂଗ୍ରେସ ନେତା ପଦ୍ମାକର ଗୁରୁ , ରାମବାଗ ରିଜିଓନାଲ କଲେଜ ଅଧ୍ୟକ୍ଷ ତଥା ପରିବେଶବିତ୍ ଶାନ୍ତନୁ କୁମାର ନାୟକ, ବିଂଝାରପୁର ସାମ୍ବାଦ ସାହିତ୍ୟଘର ସଭପତି ରବିନାରାୟଣ ସାମଲ , ସାହିତ୍ୟିକ ଜଗନ୍ନାଥ ଧଳ ପ୍ରମୁଖ ଯୋଗଦେଇ ପରିବେଶ ପ୍ରଦୂଷଣ , ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ସତର୍କ ଘଣ୍ଟି ବୋଲି କହିଥିଲେ | ଏବେଠାରୁ ସଚେତନ ନ ହେଲେ ମାନବ ସମାଜ ତଥା ଜୀବ ଜଗତର ଅସ୍ତିତ୍ବ କ’ଣ ହେବ ତାହା କହିବା ମୁସ୍କିଲ | ତେଣୁ ନୂଆ ପୃଥିବୀ ପାଇଁ ନୂଆ କିଛି ଚିନ୍ତା କରିବାର ଏବେ ଠାରୁ ସମୟ ଆସିଛି | କେବଳ ଗଛ ଲଗାଇଲେ ହେବ ନାହିଁ , ନିଜ ପିଲା ଭଳି ଏହାର ଯତ୍ନ ନେଲେ ଆମର ଭବିଷ୍ୟତ ସୁରକ୍ଷିତ ରହିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ | ଅନ୍ୟତମ ଅତିଥି ଶିକ୍ଷାବିତ୍ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ପଦ୍ମଚରଣ ଧଳ ପରିବେଶର ସୁରକ୍ଷା ପାଇଁ ଏକ ଅନ୍ତର୍ଭୁକ୍ତି କରଣ ଯୋଜନାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ନିରଂଜନ ବେଉରିଆ , ପୁରୁଷୋତ୍ତମ ବେହେରା , ସୁଶାନ୍ତ କୁମାର ନାୟକ , ନିରଂଜନ ପାତ୍ର , ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ଦାସ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ , ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ ଓଝା , ସମାଜସେବୀ ଚନ୍ଦ୍ର ଶେଖର ଧଳ , ଅବସରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ଗୁରୁ , ଉମାକାନ୍ତ ନାୟକ , ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ ଜେନା , ଅଜୟ କୁମାର ଚାନ୍ଦ , ଆସାଦୁଲ୍ଲା ଖାନ , ଆଲୋକ ବିନ୍ଧାଣୀ, ସମାଜସେବୀ କନକଲତା ମଲ୍ଲିକ , ମେଘନାଦ ମହାଳିକ , ଅବସର ଶିକ୍ଷକ କଳାକର ପାତ୍ର , ଅଜୟ ମଲ୍ଲିକ ସମେତ ଶତାଧିକ ବୁଦ୍ଧିଜୀଵୀ ଯୋଗଦେଇଥିଲେ | 

Related posts

ତ୍ରିଶକ୍ତି ଫାଉଣ୍ଡେସନର ମହାନ କାର୍ଯ୍ୟ,କ୍ୟାନ୍ସର ପୀଡିତ ଙ୍କୁ ଆର୍ଥିକ ସହାୟତା ସହିତ ଯୋଗାଇଦେଲେ ରାସନ

Sunil Chandra Nayak

ପଲାସ ପଞ୍ଚାୟତ ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଗୋପାଷ୍ଟମୀ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!