ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ଵେଷା ର ୧୦୪ ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମ ମହୋତ୍ସବ ପାଳନ

ଅନ୍ଵେଷା ର ୧୦୪ ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମ ମହୋତ୍ସବ ପାଳନ

ରାଉରକେଲା : ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ପକ୍ଷରୁ ଶହେ ଚାରି ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ କରାଯାଇଛି ।ପ୍ରତି ମାସ ଭଳି ଏହି ମାସର ମାଗଣା ହାଟ ଜଳଦା ସି ବ୍ଲକ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା। ଏଥିରେ ଚାଲିଶ ଜଣ ଗର୍ଭବତୀ ମହିଳା ଙ୍କୁ ନୂତନ ଛତା ବଣ୍ଟନ ହୋଇଥିଲା । ଏହି ସେବା କାର୍ଯ୍ୟ ରେ ବସ୍ତି ବାସୀ ଙ୍କୁ ଶୁଖିଲା ଖାଦ୍ୟ ସହ ଅନ୍ୟାନ ଘରୋଇ ଉପକରଣ ଏବଂ ବସ୍ତ୍ର ବଣ୍ଟନ କରାଯାଇଥିଲା।ସେଠାରେ ଉପସ୍ଥିତ ଥିବା ସମସ୍ତ ବସ୍ତି ବାସୀ ଙ୍କୁ କିଭଳି ବର୍ଷା ଦିନେ ନିଜର ଏବଂ ନିଜ ପରିବାର କୁ ବିଭିନ୍ନ ରୋଗ ରୁ ମୁକ୍ତ ରଖିବେ ତା ଉପରେ ଆଲୋଚନା ହୋଇଥିଲା । ଏହି ପରେ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଲାଠିକଟା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟ କୁ ଯାଇ ସେଠାରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହ ଜନ୍ମଦିନ ପାଳନ କରିଥିଲେ । ସେଠାରେ ଥିବା ଛାତ୍ର ଛାତ୍ରୀ ମାନେ ଭଜନ ଗାଇଥିଲେ ଏବଂ ବାଦ୍ୟ ଯନ୍ତ୍ର ବଜାଇ ଥିଲେ । ଅନୁଷ୍ଠାନ ର ସଦସ୍ୟା ମାନସୀ ଦେ କୃଷ୍ଣ ବନ୍ଦନା କରିଥିଲେ ଏବଂ କବି ଉପେନ୍ଦ୍ର ବସ୍ତିଆ ପିଲା ମାନଙ୍କ ପାଇଁ କବିତା ପାଠ କରିଥିଲେ। ଅନୁଷ୍ଠାନ ର କୋଷାଧକ୍ଷ ଦିବାକର ଦାସ ପିଲାମାନେ କିଭଳି ଭବିଷ୍ୟତ ରେ ନିଜ ଗୋଡ଼ ରେ ଛିଡା ହୋଇ ପାରିବେ ତାହା ବୁଝାଇ ଥିଲେ ।ଉପସଭାପତି ରଶ୍ମିତା ପଣ୍ଡା ଗଳ୍ପ ମାଧ୍ୟମ ରେ ପିଲାମାନେ ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣ କୁ ବିକଶିତ କରିବା ପାଇଁ ଉପଦେଶ ଦେଇଥିଲେ । ପିଲାମାନେ ଶେଷରେ ଅନୁଷ୍ଠାନ ର କଲଚରାଲ ସେକ୍ରେଟାରୀ ରୋବେର୍ଟ ହାଇଫିଲ ପ୍ରସ୍ତୁତ କରିଥିବା କେକ କାଟିଥିଲେ ଏବଂ ମଧ୍ୟାହ୍ନ ଭୋଜନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ତରୁଲତା ସାମଲ, ରଞ୍ଜନ ସାହୁ, ସତ୍ୟମ ମୋଦକ, ରାମଚନ୍ଦ୍ର ଜେନା, ଅଜୟ ନାୟକ, ମାନସୀ ଘୋଷ ଏବଂ ଦେବୀକା ଘୋଷ ଉପସ୍ଥିତ ରହି ସାହାଯ୍ୟ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମାକାନ୍ତ ନାୟକ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । ଅନୁଷ୍ଠାନ ର ସାଧାରଣ ସମ୍ପାଦକ ପ୍ରଶାନ୍ତ ପାତ୍ର, ବାସନ୍ତୀ ମହାନ୍ତି, ମଞ୍ଜୁବାଳା ପାଢ଼ୀ, ରାକେଶ ସିଂ ଏବଂ ସି.ଚୈତନ୍ୟ ସେବା କାର୍ଯ୍ୟ କୁ ପରୋକ୍ଷ ଭାବେ ସାହାଯ୍ୟ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନ ର ଟ୍ରଷ୍ଟି ତଥା ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତା ଏବଂ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ମେଧାବୀ ଛାତ୍ର ଓମ୍ ପ୍ରକାଶ ଦେବତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା 

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା — ଚାରି ଗୁରୁତର

Sunil Chandra Nayak

Massive Corruption in Rayagada Forest Division: Forest squad appears before Lokayukta in response to complains made by Rayagada activists

masiha

Leave a Comment

error: Content is protected !!