ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ସ୍ଥାନ ରେ ଖାଦ୍ୟନିରାପତ୍ତ ଅଧିକାରୀ ଙ୍କ ଚଢ଼ାଉ : ଭୟରେ ଦୋକାନ ହୋଟେଲ ରେ ତାଲା 

ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ସ୍ଥାନ ରେ ଖାଦ୍ୟନିରାପତ୍ତ ଅଧିକାରୀ ଙ୍କ ଚଢ଼ାଉ : ଭୟରେ ଦୋକାନ ହୋଟେଲ ରେ ତାଲା 

ତେନ୍ତୁଳିଖୁଣ୍ଟି ୧୬/୦୩/୨୪ // ନବରଙ୍ଗ ପୁର ଜିଲ୍ଲା ଡି ପି ଏଚ ଓ ଡାକ୍ତର ନବ କିଶୋର ବେହେରା ,ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଅରୁଣ କୁମାର ମହାରଣା  ଓ ସହକାରୀ ପରିଚାଳକ ନନ କମ୍ୟୁନି କେବୁଲ ରୋଗ ତରୁଣ କୁମାର ସାହୁ ବିନୟ ଷଡ଼ଙ୍ଗୀ ଖାତିଗୁଡା ଓ ତେନ୍ତୁଳିଖୁଣ୍ଟି ର ବିଭିନ୍ନ ଦୋକାନ ଓ ହୋଟେଲ ଯାଞ୍ଚ ପାଇଁ ଚଢ଼ାଉ କରିଥିଲେ। କିନ୍ତୁ ହାତ ଗଣତି ଦୋକାନ ଛାଡି ଦେଲେ ପ୍ରାୟତଃ ଦୋକାନ ବନ୍ଦ କରିଦେଇଥିବା ଦେଖା ଯାଇଥିଲା। ଏହି ଯାଞ୍ଚ ବେଳେ ତେନ୍ତୁଳିଖୁଣ୍ଟି ରେ ଗୋଟିଏ ଓ ଖାତିଗୁଡା ରେ ଗୋଟିଏ ଦୋକାନ ଉପରେ ଫାଇନ ପକାଇ ମାତ୍ର ଏକ ହଜାର ଟଙ୍କା ଆଦାୟ ହୋଇଛି। ଚଢ଼ାଉ ସମ୍ପର୍କିତ ଆଗୁଆ ସୂଚନା ପାଇ ବନ୍ଦ ହୋଇଥିଲା ନା ଅନ୍ୟ କାରଣ ତଦନ୍ତ ର ବିଷୟ ମ ଯଦି ଖାଦ୍ୟ ସାମଗ୍ରୀ ରେ ତ୍ରୁଟି ରହିଥିବା କାରଣରୁ ବନ୍ଦ ଗୁରୁତର ବିଷୟ କିନ୍ତୁ ଫୁଡ଼ ସାର୍ଟିଫିକେଟ ନଥିବା ବା ନବୀକରଣ ହୋଇ ନ ଥିବା କାରଣ ରୁ ବନ୍ଦ ହୋଇଥିଲେ ବିଭାଗ ସଚେତନତା କାର୍ଯ୍ୟକ୍ରମ କରିବା ଉଚିତ ବୋଲି ଚର୍ଚ୍ଚା ହେଉଛି। ଦୁଇ ଟି ସ୍ଥାନର ଚାମ୍ବର ଅଫ କମର୍ଶ ସହ ଯୋଗାଯୋଗ କରି ସଚେତନତା କରିବା ଉଚିତ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କୃଷକ ମେଳା 

masiha

କାଶ୍ମୀର ପହଲଗ୍ରାମ ପର୍ଯ୍ୟଟକଙ୍କୁ ସିଡ୍ଯୁଲ କାଷ୍ଟ ଫେଡେରେସନ ଓ ବଣିକ ସଂଘର ଶ୍ରଦ୍ଧାଞ୍ଜଳି 

masiha

ରୟାଲ କଲେଜରେ ମେଡିକାଲ କୋଡିଂ ତାଲିମ ସେମିନାର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!