ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିପଦା ଠାରେ ପାଳିତ ହେଲା ୫୧ତମ ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ 

ବାରିପଦା ଠାରେ ପାଳିତ ହେଲା ୫୧ତମ ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ 

ଦିବସକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡିବିଟି ଜରିଆରେ ପ୍ରଦାନ କରାଗଲା ସୁଭଦ୍ରା ଯୋଜନା ର ଦ୍ଵିତୀୟ କିସ୍ତି 
ରାଜ୍ୟରେ ଏକ କୋଟିରୁ ଉର୍ଦ୍ଧ ମହିଳା ଡିବିଟି ଜରିଆରେ ପାଇଲେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି 
ମୟୁରଭଞ୍ଜ ଜିଲ୍ଲାରେ ୫, ୯୨, ୭୯୯ଜଣ ମହିଳା ପାଇଲେ ଦ୍ଵିତୀୟ କିସ୍ତି 

ମୟୂରଭଞ୍ଜ – ୮/୦୩  // ଆଜି ୫୧ତମ ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବରହମପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଭବ୍ୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନାରୀ ଶକ୍ତିକୁ ସଶକ୍ତ କରିବା ଉଦେଶ୍ୟରେ ରାଜ୍ୟର ଏକ କୋଟିରୁ ଉର୍ଦ୍ଧ ମହିଳାଙ୍କୁ ଡିବିଟି ଜରିଆରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। 

ଏହି ଅବସରରେ ଆଜି ବାରିପଦା ସ୍ଥିତ ଛଉ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ, ବାଙ୍ଗରିପୋଷୀ ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ, ଶ୍ରୀ କାନ୍ଦ୍ରା ସୋରେନ ଓ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଯୋଗ ଦେଇଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଆନ୍ତର୍ଜାତୀୟ ଦିବସ ପାଳନ ଇତିହାସର ସ୍ମୃତି ଚାରଣ କରି କହିଥିଲେ କି ଅତୀତରେ ଭାରତରେ ନାରୀ ଶକ୍ତିକୁ ଗୁରତ୍ୱ ଦେଇ ସଶକ୍ତ କରିବାରେ ଯେଉଁ ଅନନ୍ୟ ବ୍ୟକ୍ତିତ୍ୱ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେ ହେଉଛନ୍ତି ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପାୟୀ ଏବଂ ବର୍ତମାନ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନ ରେ କାର୍ଯ୍ୟକାରୀ କରାଯାଇଥିବା ସୁଭଦ୍ରା ଯୋଜନା ମାଧ୍ୟମରେ ନାରୀଶକ୍ତି ଅଧିକ ସଶକ୍ତ ଓ ସମୃଦ୍ଧ ହୋଇଛି। ଆଜି ମୟୁରଭଞ୍ଜ ଜିଲ୍ଲାର ୫, ୯୨, ୭୯୯ଜଣ ମହିଳାଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ରାଶି ଯାଇଛି।

ଅନ୍ୟାନ୍ୟ ଅତିଥିମାନେ ମଧ୍ଯ ଏହି ଯୋଜନା ସମ୍ଭନ୍ଧରେ ନିଜ ନିଜ ସୁଚିନ୍ତିତ ମତାମତ ରଖିଥିଲେ।କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସୁଭଦ୍ରା ଯୋଜନା ରେ ପ୍ରଥମ କିସ୍ତି ପାଇଥିବା ୧୫୦୦ ରୁ ଉର୍ଦ୍ଧ ହିତାଧିକାରୀ, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

MGNRGA,ଦ୍ଵାରା ୧୦୦ ଦିନର କର୍ମନିଯୁକ୍ତି ପାଇବାପାଇଁ,ଶିରୀଗୁଡା ଗ୍ରାମପଞ୍ଚାୟତ ରେ କାମ ଆବେଦନ

masiha

ରାଇଘର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

Sunil Chandra Nayak

ଖବର ପ୍ରକାଶିତ ପରେ ଆରମ୍ଭ ହେଲା ଡେଙ୍ଗାଗୁଡା ରାସ୍ତା ମରାମତି କାର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!