ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୦୮/୦୩/୨୫: ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆଜି ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନା ଅନ୍ତର୍ଗତ ଦ୍ବିତୀୟ କିସ୍ତି ପ୍ରଦାନ ଉତ୍ସବ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଆଯୋଜିତ ହୋଇଯାଇଛି। 

    ଏହି ବିଶାଳ ସମାବେଶରେ ମାନ୍ୟବର ଉପ-ବାଚସ୍ପତି, ଓଡ଼ିଶା ବିଧାନସଭା , ଶ୍ରୀ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶୀମତୀ ତନୟା ମିଶ୍ର, ସଦର ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ମାଝୀ,ପୂର୍ବତନ ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଆଭାସୀ ମାଧ୍ୟମରେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇବା ସହିତ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ।

ସୁଭଦ୍ରା ଯୋଜନା ହଉଛି ଏକ ଅଭିନବ ଯୋଜନା। ଏହି ଯୋଜନା ଦ୍ୱାରା ମହିଳା ମାନେ ସ୍ବାବଲମ୍ବୀ ଓ ଶସକ୍ତ ହୋଇପାରୁଛନ୍ତି ଏବଂ ଏହା ଦ୍ଵାରା ପରିବାରର ଆର୍ଥିକ ଉନ୍ନତି ମଧ୍ୟ ଘଟୁଛି। ମହିଳାମାନେ ବିକଶିତ ହେଲେ ପରିବାର ବିକଶିତ ହେବ ଏବଂ ପରିବାର ବିକଶିତ ହେଲେ ସମଗ୍ର ଦେଶ ମଧ୍ୟ ବିକଶିତ ହେବ । ତେଣୁ ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ ଏହି ଯୁଗାନ୍ତକାରୀ ଯୋଜନା ରେ ସାମିଲ ହୋଇ ଏହାର ଲାଭ ନେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସୁଭଦ୍ରା ଯୋଜନା ର ହିତାଧିକାରୀ ମାନେ ଯୋଜନା ରେ ସାମିଲ ହୋଇ ନିଜ ନିଜର ଅଭିଜ୍ଞତା ବାଣ୍ଟି ଥିଲେ।

     ଏହି ଅବସରରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ପ୍ରଦାନ ଉତ୍ସବ ର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ହିତାଧୀକାରୀ ଆକାଉଣ୍ଟକୁ ଦ୍ବିତୀୟ କିସ୍ତି ହସ୍ତାନ୍ତର କରିଥିଲେ । 

କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ର ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କିଷ୍ଣା କୁମାରୀ ନନ୍ଦ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ , ସମସ୍ତ ସି ଡି ପି ଓ, ଅଙ୍ଗନୱାଡ଼ି କର୍ମୀ ଏବଂ ବହୁ ସଂଖ୍ୟା ରେ ସୁଭଦ୍ରା ହିତାଧିକାରୀ ମାନେ ଯୋଗଦାନ କରିଥିଲେ। ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ବସନ୍ତ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡିଶା ରାଜ୍ୟ ସମବାୟ ସମିତି ଲିଃ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ

masiha

ରକ୍ତଦାନ ଶିବିର ଆୟୋଜନ ନେଇ ସିନାପାଲି ଶିକ୍ଷା ବିଭାଗର ପ୍ରସ୍ତୁତି 

Sunil Chandra Nayak

ଗୁରୁବାରି କୁ ତିନିମାସ ଧରି ଭତ୍ତା ନ ମିଳିବାରୁ ବୃଦ୍ଧା ହଟହଟା 

Leave a Comment

error: Content is protected !!