ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାରୀଠାରେ ପୋଷଣ ମାସ ଉତ୍ସବ ପାଳିତ

କୁମ୍ଭାରୀଠାରେ ପୋଷଣ ମାସ ଉତ୍ସବ ପାଳିତ

ଟେମରି (ମ ନି ସ):- ୧୩/୯: ଗତକାଲି ଗୋଲାମୁଣ୍ଡା ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ବୃନ୍ଦାବାହାଲ ମଣ୍ଡଳର କୁମ୍ଭାରି ଅଙ୍ଗନୱାଡି କେନ୍ଦ୍ରଠାରେ ପୋଷଣ ମାସ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଗର୍ଭବତୀ ମାଆ ଓ ପ୍ରସୂତି ମାଆମାନଙ୍କୁ ଶିଶୁ ଓ ଯୁବତୀ ମାନଙ୍କୁ କୁପୋଷଣରୁ କିପରି ମୁକ୍ତ ହେବେ ସେହି ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗାଁ ମୁଖ୍ୟ ରାସ୍ତାରେ ଗାଁ ପରିକ୍ରମା କରିଥିଲେ । ଏଥିରେ କୁମ୍ଭାରିର ମାଆ କମଳିନୀ ସ୍ୱୟଂ ସହାୟକ ଗୋଷ୍ଠୀ , ମାଆ ତାରେନୀ ତଥା ଅନ୍ୟାନ୍ୟ ଗ୍ରୁପର ମହିଳାମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ଶ୍ରୀମତି ବିଳାସ ଭୋଇ ମାଆମାନଙ୍କୁ ଓ କିଶୋରୀ ବାଳିକାମାନଙ୍କୁ ପୋଷଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ଆମେ କିପରି ଏହି ବର୍ଷାମାସରେ ନିଜକୁନିଜେ ସୁସ୍ଥ ରହିବା ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଏଥିରେ ନାଏବ ସରପଞ୍ଚ ଶ୍ରୀ ଯୁକ୍ତ ଦୁଃଖୀରାମ ସା ମୁଖ୍ୟ ଅତିଥିଭାବେ ଯୋଗଦେବା ସହ ବୈଠକ ଅଧ୍ୟକ୍ଷତା କରିଥିଲେ ।ଏଥିରେ ଅଙ୍ଗନୱାଡି କର୍ମୀ ଝିଲି ସା, ସ୍ଵର୍ଣ୍ଣଲତା ଭୋଇ, ମିଥିଳା ଭୋଇ, ସୁଷମା ସାହୁ, କାଠ ଭୋଇ, ଶକ୍ତି ଭୋଇ, ପ୍ରେମ ଭୋଇ, କୁନ୍ତଳା ଭୋଇ, ଦୀକ୍ଷା ସା, ଭାନୁ ମତି ସା , ସନ୍ଧ୍ୟା ସା ତଥା ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଓଡ଼ିଶା କୁଡୁମି ସେନା ତରଫରୁ କଳା ଦିବସ ପାଳିତ 

masiha

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟରେ ଏନ୍‍ ଏସ୍‍ ଏସ୍‍ ତରଫରୁ ରକ୍ତଦାନ ଶିବିର

masiha

ଵହଳଦାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀ ମନ୍ଦିର ଉନ୍ନତ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦’ ଲକ୍ଷ ଟଙ୍କା ଅନୁଦାନ ନେଇ ଅଂଚଳବାସୀକ ତରଫରୁ ଧନ୍ୟବାଦ ଅର୍ପଣ 

Sunil Chandra Nayak

Leave a Comment

error: Content is protected !!