ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକକଳାକlର ଦ୍ୱାରା ସରକାରୀ ଯୋଜନା ପ୍ରଚାର ପ୍ରସ୍ତୁତି ବୈଠକ

ଲୋକକଳାକlର ଦ୍ୱାରା ସରକାରୀ ଯୋଜନା ପ୍ରଚାର ପ୍ରସ୍ତୁତି ବୈଠକ

ରାୟଗଡା:-ତା.୧୩/୦୯- ରାଜ୍ୟ ସରକାରଙ୍କ ବଭିନ୍ନ ଲୋକାଭିମୁଖି ଯୋଜନାକୁ ପାରମ୍ପରିକ ଲୋକକଳା ପରିବେଷଣ ଜରିଆରେ ଜିଲ୍ଲାର ସମସ୍ତ ପଞ୍ଚାୟତରେ ପ୍ରଚାର ପ୍ରସାର କରାଯାଇ ଲୋକେ ଯେମିତି ଏହି ଯୋଜନାଗୁଡିକରୁ ଉପକୃତ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇ ଗତ ୧୨/୦୯/୨୩ରିଖଦିନ ଏକ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ରହିଥିବା ପାରମ୍ପରିକ ଲୋକକଳା ଦ୍ୱାରା କିଭଳି ଯୋଜନାର ପ୍ରଚାର ପ୍ରସାରହେବ ଏଥି ସକାଶେ ରାୟଗଡ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଏବଂ ଭାସ୍କର ରଇତ ଏକ ଆଭାସୀ ମାଧ୍ୟମରେ ବୈଠକ ମଙ୍ଗଳ ବାର ଦିନ ହୋଇଥିଲା। ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ଗାଁର ଅଧିକ ଲୋକ ଯୋଜନା ସମ୍ପର୍କରେ ଯେପରି ଅବଗତ ହେବେ ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟଖସଡା ପ୍ରସ୍ତୁତ ସହ କାର୍ଯ୍ୟକ୍ରମ ପରିବେଷଣ ହେବ। କାର୍ଯ୍ୟକ୍ରମ ପରିବେଷଣରେ ଅଧିକ ଲୋକକଳା ଦଳ ଯେଭଳି ଅଂଶ ଗ୍ରହଣ କରିବେ ସେଥି ନିମନ୍ତେ ନୂତନ ଦଳକୁ ପଞ୍ଜିକରଣ କରାଇବାକୁ କହିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନକାର୍ଯ୍ୟାକ୍ରମର ଆଭିମୁଖ ସମ୍ପର୍କରେ ଅବଗତ କରାଇଥିଲେ। ବ୍ଲକ ସ୍ତରରେ ନୂତନ ଦଳ ଚୟନ ଓ ପଞ୍ଜିକରଣ ବ୍ଲକସ୍ତରାୟ ପ୍ରଷିକ୍ଷଣ ପ୍ରଦାନ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମପରିବେଷଣ ନିମନ୍ତେ କ୍ୟାଲେଣ୍ତର ପ୍ରସ୍ତୁତି,ସମସ୍ତ କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧିଙ୍କୁ ସାମିଲ କରିବା,ସାଂସ୍କୃତିକ ଦଳକୁ ଦେୟ ଇତ୍ୟାଦି ପ୍ରାଞ୍ଜଳ ଭାବେବୁଝାଇଥିଲେ । ନୂତନ ସାସ୍କୃତିକ ଦଳ ଚୟନ ପରି ବିଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ପାଇଁ ମତ ଦେଇଥିଲେ। ଏହା ଦ୍ବାରା ନୂତନ ପଞ୍ଜିକୃତ ଦଳ ଗୁଡିକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଅବଗତ ହୋଇ ପାରିବେ ଓ ପ୍ରଚାର ପ୍ରସାର କାର୍ଯ ବିନାଦ୍ୱିଧାରେ ସମାପନ ହେବ। ଅଧିକରୁ ଅଧିକ ଦଳଙ୍କୁ ସାମିଲ କରି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ବୁଝାଇଥିଲେ। ପ୍ରତି ପଞ୍ଚାୟତରେ ଯେମିତି ଦୁଇ ଗୋଟି ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ ସେଥିପ୍ରତି ଦୃଷ୍ଟି ଦେଇ ନୂତନ ଦଳକୁ ଅନ୍ତଭୁକ୍ତ କରିବା ପାଇଁ କୁହାଯାଇଥିଲା। ଭାସୀ ବୈଠକରେ ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର, ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର,ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ, ରାୟଗଡ, ଦିଲ୍ଲୀପ କୁମାର ବେହେରା,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ,ଜିଲ୍ଲାମୁଖ୍ୟ କୃଷିଅଧିକାରୀ ମନୋଜ କୁମାର ପ୍ରଧାନ,ପ୍ରକଳ୍ପ ନିର୍ଦ୍ଦେଶକ ଜାଳବିଭାଜିକା ମିଶନ, ଡ଼ଃ ଦୟାନିଧି ବାଗ,ସମସ୍ତ ସାମାଜିକ ସୁରକ୍ଷା ଅଧିକାରୀ ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜିଲ୍ଲା କଳା ସାଂସ୍କୃତିକ ସଂଘ ଉପ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ମିଲେଟ୍ ଖାଦ୍ୟ ମେଳା , ପ୍ରଦର୍ଶିତ ହେଲା ୨୪ ପ୍ରକାର ବ୍ୟଞନ

masiha

ଧର୍ମପ୍ରାଣ ମହିଳା ପଦ୍ମାବତୀ ବେହେରା( ବଳ)ଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!