ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୬ ବର୍ଷୀୟା ବୃଦ୍ଧା ମାଆଙ୍କୁ ମାଡମାରି ଘରୁ ତଡିଲା ପୁଅ

୮୬ ବର୍ଷୀୟା ବୃଦ୍ଧା ମାଆଙ୍କୁ ମାଡମାରି ଘରୁ ତଡିଲା ପୁଅ

ବାଲେଶ୍ଵର,୧୩/୯/୨୩- ଶେଷ ସମୟରେ ସାହାଭରଷା ହେବା ପାଇଁ ବାପାମାଆ ପୁଅକୁ ଭରଷା କରିଥାନ୍ତି କିନ୍ତୁ ପୁଅ ପାଲଟିଛି ଅମଣିଷ, ମାଡମାରି ଘରୁ ତଡିଦେଲା ମାଆକୁ । ଝିଅ ଘରେ ନେଇଛି ଆଶ୍ରୟ । ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ, ଆଶ୍ରୟ ନେଇଛି ବାଲେଶ୍ଵର ଜିଲ୍ଲାରେ । ଖବର ସଂଗ୍ରହରୁ ଜଣାଯାଇଛି ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ କଲେଇ ପଞ୍ଚାୟତର କଣ୍ଟାପଡା ଗ୍ରାମର ଶାନ୍ତି ଦାସ ଯାହାଙ୍କର ବୟସ ପ୍ରାୟ ୮୬ ବର୍ଷ । ତାଙ୍କର ୨ ଜଣ ପୁଅ, ବଡ଼ପୁଅ ଅମୁଲ୍ୟ ଦାସ ଏବଂ ସାନପୁଅ ତୋଫାନ ଦାସ । ସାମାନ୍ୟ କେଇଟା ଭତ୍ତା ଟଙ୍କା ସାନପୁଅ ତୋଫାନକୁ କରିଛି ପାଗଳ । ବାରମ୍ବାର ପିଟୁଛି ଜନ୍ମକଲା ମାଆକୁ । ଆହୁରି ମଧ୍ୟ ସମସ୍ତ ଟଙ୍କା ନଦେଲେ ଜୀବନରୁ ମାରିଦେବାର ଧମକ ଦେଉଛି ସାନପୁଅ ତୋଫାନ । ନାତି ନରେନ୍ଦ୍ର ଓରଫ ବାପୁନ ଦାସ ଏବଂ ନାତୁଣୀ ବୋହୂ ମିଟ ଦାସ ଶାନ୍ତି ଦାସଙ୍କୁ ମାଡଗାଳି ଦେବାରେ କରନ୍ତି ନାହିଁ ହେଳା । ମାଡ ଓ କୁଭାଷା ପୂର୍ଣ୍ଣ ଗାଳି ସହ୍ଯକରି ନପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି ଶାନ୍ତି । ହେଲେ ଜୀବନ ପ୍ରତି ଲୋଭ ଥିବାରୁ ଶେଷରେ ଜୀବନ ବଞ୍ଚେଇବା ପାଇଁ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ, ଅଡା ପଞ୍ଚାୟତର ଝିଅ ଘର ଛତ୍ରପୁର ଗ୍ରାମକୁ ଆସୁଥିଲେ । କିନ୍ତୁ ଦୁଃଖ ଓ ଭୋକରେ ଭାଙ୍ଗି ପଡିଥିବା ଶାନ୍ତି ଠିକ୍ ଭାବେ ଚାଲିପାରୁ ନଥିବାରୁ କଳାଶୁଣି ନିକଟରେ ରାସ୍ତା କଡ଼ରେ ପଡିଯାଇଥିଲେ । ଖବର ଖେଳିଯିବା ପରେ ତାଙ୍କର ଜ୍ବାଇଁ ଜଗବନ୍ଧୁ ଦାସଙ୍କ ପରିବାର ପହଞ୍ଚି ଶାନ୍ତି ଦାସକୁ ଉଦ୍ଧାର କରି ଗତ ତା ୦୫/୯/୨୩ ରିଖ ଠାରୁ ନିଜ ଘରେ ଦେଇଛନ୍ତି ଆଶ୍ରୟ । ଘରକୁ ଫେରିବାର ନାଁ ଧରୁ ନାହାନ୍ତି ଶାନ୍ତି ଏଣେ ଜ୍ବାଇଁ ଜଗବନ୍ଧୁଙ୍କ ପାଇଁ ବଢିଛି ଚିନ୍ତା । ଏପରି ସ୍ଥଳେ ଆହୁରି ଭାଙ୍ଗି ପଡିବା ସହିତ ପୁଅ ଜନ୍ମକୁ ଶତ ଧିକ୍କାର କରିଛନ୍ତି ଶାନ୍ତି । ଖବରପାଇ ଗଣମାଧ୍ୟମ ପ୍ରତିନିଧି ଶାନ୍ତି ଦାସଙ୍କ ନିକଟରେ ପହଞ୍ଚି ପଚାରି ବୁଝିବା ପରେ ବଡ଼ପୁଅ ଅମୂଲ୍ୟ ଓ ନାତି ନରେନ୍ଦ୍ର ଓରଫ ବାପୁନ ଦାସଙ୍କୁ ଯୋଗାଯୋଗ କରିଥିଲେ ହେଲେ ମାଆ ପ୍ରତି ସ୍ନେହ ଶ୍ରଦ୍ଧା ନଥିବା ଜଣାପଡିଥିଲା । ୩ ନମ୍ବର ୱାର୍ଡ ମେମ୍ବରଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନଥିଲା । ଏବିଷୟରେ ଶାନ୍ତି ଦାସ ଥାନାର ଦ୍ବାରସ୍ଥ ହୋଇ ନାହାନ୍ତି କିନ୍ତୁ ସରପଞ୍ଚଙ୍କୁ ଭେଟିବାରୁ ସରପଞ୍ଚ କହିଲେ ଭୋଟ, ଆଧାର, ଭତ୍ତା ବହି ଓ ମୋବାଇଲ ଇତ୍ୟାଦି ଯାହା ଛଡାଇ ନେଲେ ନେଉ ପଛେ ତୁମେ ଭତ୍ତା ବାରିଦିନ ପଞ୍ଚାୟତକୁ ଆସି ଟିପ ଦେବ ମୁଁ ତୁମକୁ ଭତ୍ତା ଦେବି । ସାମାନ୍ୟ ଭତ୍ତା ଟଙ୍କା ପାଇଁ ୮୬ ବର୍ଷୀୟ ବୃଦ୍ଧା ମାଆଙ୍କୁ ମାଡମାରି ଘରୁ ତଡିବା ସମାଜ ପାଇଁ କେତେ ଠିକ୍ ଓ କେତେ ଭୁଲ୍ ଜନସାଧାରଣରେ ଆଲୋଚନା ହେବାରେ ଲାଗିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭବାନିପାଟଣା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

Sunil Chandra Nayak

ଚନ୍ଦ୍ରପୁର ରାସ୍ତା କାମରେ ହୋଇଥିବା ମହା ଘୋଟାଲାର ତଦନ୍ତ କଲେ ଲୋକାୟୁକ୍ତ

masiha

ସମ୍ବିଧାନ ଦିବସ ୨୦୨୫ ଉପଲକ୍ଷେ ସମ୍ବିଧାନ ର ପ୍ରସ୍ତାବନା ପାଠ

Sunil Chandra Nayak

Leave a Comment

error: Content is protected !!