ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନି ଦଫା ଦାବୀରେ ସମୂହ ଛୁଟିରେ ଗଲେ ଧର୍ମଗଡର ସମସ୍ତ ପ୍ରାଥମିକ ଶିକ୍ଷକ , ୧୬୩ ସ୍କୁଲ ରେ ପଡ଼ିଲା ତାଲା..

ତିନି ଦଫା ଦାବୀରେ ସମୂହ ଛୁଟିରେ ଗଲେ ଧର୍ମଗଡର ସମସ୍ତ ପ୍ରାଥମିକ ଶିକ୍ଷକ ,

୧୬୩ ସ୍କୁଲ ରେ ପଡ଼ିଲା ତାଲା….

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ଆନ୍ଦୋଳନ ଡ଼ାକରା କ୍ରମେ  ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କ ଦାବୀ ପୂରଣ ନିମନ୍ତେ ଆଜି ଠାରୁ ରାଜ୍ୟର ଏକ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯିବେ, ସ୍କୁଲଆସିବେ ନାହିଁ କି ତାଲା ଖୋଲିବେ ନାହିଁ ବୋଲି ଆହ୍ଵାନ ଦିଆ ଯାଇଛି। ଏହି ପରିପ୍ରେକ୍ଷୀରେ ଧର୍ମଗଡ ବ୍ଲକ ର ୧୬୩ ଗୋଟି ବିଦ୍ୟାଳୟର ପ୍ରାୟ ୬୦୦ ଶିକ୍ଷକ/ଶିକ୍ଷୟତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟେଶରେ ଏକ ଦାବୀ ପତ୍ର ଧର୍ମଗଡ ଗୋଷ୍ଠୀ ଶିକ୍ଷାଧୀକାରୀଙ୍କୁ ପ୍ରଦାନ କରି କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ରେ ବସିଛନ୍ତି।ଧର୍ମଗଡର ବ୍ଲକ ର ୬୦୦ ପ୍ରାଥମିକ ଶିକ୍ଷକ ଆଜି ସମୁହ ଛୁଟିରେ ଯିବା ଫଳରେ ୧୬୩ ସ୍କୁଲ ରେ ପଡ଼ିଲା ତାଲା ପଡ଼ିଛି ।

ସୂଚନା ଯୋଗ୍ୟ ଯେ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ପକ୍ଷରୁ ଗତ  ୨୦୨୨ ନଭେମ୍ବର ମାସ ୨୭ ତାରିଖରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ବିଭିନ୍ନ ଦାବୀ ହାସଲ ନିମନ୍ତେ ଆନ୍ଦୋଳନ କରିଥିଲେ । ତତ୍କାଳୀନ ମାନନୀୟ ମୁଖ୍ୟ ଶାସନ ସଚୀବଙ୍କ ପତ୍ର ସଂଖ୍ୟା୧୦୯ ସି.ଏସ୍ ତା.୩୦. ୧୧.୨୦୨୨ରିଖ ଅନୁଯାୟୀ ଶିକ୍ଷକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦାବୀ ଗୁଡ଼ିକ ପୂରଣ କରିବା ପାଇଁ ଲିଖୁତ ପ୍ରତିଶୃତି ଦେଇଥିଲେ।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ଆଠ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କର ଦାବୀ ଗୁଡ଼ିକ ଏଯାବତ୍ ପୂରଣ କରାଯାଇ ନାହିଁ ।

ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରୀମେଣ୍ଟ୍‌ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରାଯାଉ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ (ମୂଳ ବେତନ ଲେଭେଲ୍ ୯ଗ୍ରେଡ ପେ ୪୨୦୦ ଅନୁଯାୟୀ)ପ୍ରଦାନ କରାଯାଉ,ନୂତନ ପେନ୍‌ସନ୍‌ ପ୍ରଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ପୁନଃ ପ୍ରଚଳନ କାରାଯାଉ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଧର୍ମଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କ୍ଷେତ୍ର ମୋହନ ମାଝୀ ଙ୍କ ନେତୃତ୍ବ ରେ ଉପ ସଭାପତି ବେଣୁଧର ନାଏକ, ସଂପାଦକ ଆଶିଷ ପ୍ରଧାନୀ, ଉପ ସଭା ନେତ୍ରୀ ରାଜ କୁମାରୀ ନାଏକ, ଜିଲ୍ଲା ମହା ସଚିବ ବଙ୍କିମ ସାଗର, ଜିଲ୍ଲା ସଂଗଠନ ସମ୍ପାଦକ ପଦ୍ମ ଲୋଚନ ନାଏକ, ଓଜେଟିଏ ଶିକ୍ଷକ ସଂଘ ସଭାପତି ମାର୍କଣ୍ଡ ନାଗ, ସଂପାଦକ ଗିରିଧାରୀ ସାହୁ, ଜୁନିଅର ଶିକ୍ଷକ ସଂଘ ର ସଭାପତି ବିକ୍ରମ ପ୍ରଧାନ,ସଂପାଦକ ନୟନ କୁମାର ସାହୁ, ପୁର୍ବତନ ଜିଲ୍ଲା ସଂଯୋଜକ ବିଶ୍ୱଜିତ ବେହେରା, ଏକ୍ସ କ୍ୟାଡ଼ର ସଭାପତି ଲଳିତ କୁମାର ନାଏକ ସମେତ ସମସ୍ତ ବର୍ଗର ଶିକ୍ଷକ ଆଜି ଗଣ ଧାରଣା ରେ ଯୋଗ ଦେଇ ଶିକ୍ଷକ ମାନଙ୍କ ଦାବିଗୁଡ଼ିକ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଏବଂ ପ୍ରତିଶ୍ରୁତି ଦିଅନ୍ତୁ ନହେଲେ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ରହିବେ ଓ ସ୍କୁଲ ଆସିବେ ନାହିଁ କି ତାଲା ଖୋଲିବେ ନାହିଁ ବୋଲି ପ୍ରକାଶ କରିଥିଲେ। ଦାବୀ ପୂରଣ ନ ହେବା ଯାଏଁ ଶିକ୍ଷକ ମାନେଅଟଳ ରହିବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ଓ ପିଲାମାନଙ୍କ ପାଠ ପଢାରେ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସେମାନେ ପ୍ରକାଶ କରିଛନ୍ତି

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

“ଇସ୍ପାତ ମନ୍ତ୍ରୀ ନାମକୁ ମାତ୍ର, ସଚିବ ସର୍ବେସର୍ବା”

ବିକଶିତ ଗାଁ ବିକଶିତ ଓଡ଼ିଶା ଅନୁଦାନକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ମୁହାଁମୁହିଁ

masiha

ଟ୍ରେନ କଟି ଯୁବକଙ୍କ ମୃତ୍ୟୁ

masiha

Leave a Comment

error: Content is protected !!