ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନି ଜଣ ଅନାଥ ଛାତ୍ରୀଙ୍କୁ ପାଠ ପଢାରେ ସାହାଯ୍ୟ କରିବେ କୈଳାସ କୁଲେଶିକା 

ତିନି ଜଣ ଅନାଥ ଛାତ୍ରୀଙ୍କୁ ପାଠ ପଢାରେ ସାହାଯ୍ୟ କରିବେ କୈଳାସ କୁଲେଶିକା 

ବନ୍ଧୁଗାଁ ତା,୧୩।୦୯।୨୩, // କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଯଥା ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେଶିକା ଲୋକ ଙ୍କୁ ସାହାଯ୍ୟ କରିବାରେ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଆଜି ପୁଣି ତିନିଜଣ ବେସାହାରା ଅନାଥ ଙ୍କ ପାଇଁ ସାହାରା ପାଲଟିଛନ୍ତି । ତିନିଜଣ ଅନାଥଙ୍କ ପାଠ ପଢାରେ ମାସିକ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ( କେ.ଜି.ବି.ଭି.) ବିଦ୍ୟାଳୟ ଠାରେ ଅଧ୍ୟୟନ କରୁଥିବା ଜଣେ ବାପା ମା ଛେଉଣ୍ଡ ଚତୁର୍ଥ ଶ୍ରେଣୀ ଛାତ୍ରୀ ନନ୍ଦିନୀ ଖରା ନିଜ ଆଈଙ୍କ ପାଖରେ ରହି ବଡ କଷ୍ଟରେ ପାଠ ପଢୁଥିବା ଜାଣି ପାରି ଆଜି ଉକ୍ତ ବିଦ୍ୟାଳୟ ରେ ପହଞ୍ଚି ତାର ଦଶମ ଶ୍ରେଣୀ ଯାଏଁ ପାଠ ପଢିବା ନିମନ୍ତେ ମାସିକ ଦୁଇ ହଜାର ଟଙ୍କା ଦେବେ ବୋଲି କହିଥିଲେ । ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଠାରେ ପ୍ରଥମ ମାସର ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହି ପରି ଉକ୍ତ ବିଦ୍ୟାଳୟର ଛାତ୍ରୀନିବାସ ରେ ରହି ଅଧ୍ୟୟନ କରୁଥିବା ଦୁଇଜଣ ଅନାଥ ଛାତ୍ରୀ ଗୌରୀ ମାଣ୍ଡିଙ୍ଗ ଓ ଦିସ୍ତି ସିଦାରାପୁଙ୍କୁ ମଧ୍ୟ ମାସିକ ପାଞ୍ଚସହ ଟଙ୍କା ଲେଖାଏଁ ଦଶମ ଶ୍ରେଣୀ ପାଠ ପଢା ଶେଷ ଯାଏଁ ସହଯୋଗ କରିବି ବୋଲି କହି ଦୁହିଁଙ୍କୁ ପ୍ରଥମ ମାସର ୫ ସହ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ।ତିନିଜଣ ଛାତ୍ରୀଙ୍କ ବ୍ୟାଙ୍କ୍ ଖାତାରେ ପ୍ରତ୍ୟେକ ମାସ ଏହି ଟଙ୍କା ପଠା ଯିବ ବୋଲି କହିଥିଲେ । ଶ୍ରୀଯୁକ୍ତ କୁଲେଶିକାଙ୍କ ଏଇଭଳି ପଦକ୍ଷେପକୁ ଏବେ ସବୁ ମହଲରେ ପ୍ରଶଂସା କରାଯାଇଛି । ପ୍ରଥମ ମାସର ସାହାଯ୍ୟ ଟଙ୍କା ପ୍ରଦାନ ସମୟରେ ଶ୍ରୀଯୁକ୍ତ କୁଲେଶିକାଙ୍କ ସମେତ ବନ୍ଧୁଗାଁ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ମିଣ୍ୟାକା,ବ୍ଲକ ବିଜେଡି ସଭାପତି ବାଲାନାଗ, ପୂର୍ବତନ ବିଧାୟକ ପ୍ରତିନିଧି ଦୁର୍ଯ୍ୟ ନାଗ, ବନ୍ଧୁଗାଁ ବ୍ଲକ ବିଜୁ ଯୁବ ଛାତ୍ର ସଭାପତି କାନୁ ଚରଣ ବେବରା, ଜୋନ ୨ ଜିଲ୍ଲା ପରିଷଦ ମାଜି ହିମିରିକା, ଜୋନ ୨ କୋର୍ଡିନେଟର ଉତ୍ତମ ନାୟକ, ବଡ଼ ସରପଲୀ ସମିତି ସଭ୍ୟ ସିନାଜି ପୀଡ଼ିକା,ମୁକୁନ୍ଦ ବେବରା ଓ କେ.ଜି.ବି.ଭି. ବିଦ୍ୟାଳୟର ୩ ଜଣ ଶିକ୍ଷକ ଓ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାଷ୍ଟ୍ରର ବିକାଶ ଯୁବଶକ୍ତିର ସତ ବିନିଯୋଗ ଦ୍ବାରା ସମ୍ଭବ

Sunil Chandra Nayak

ବାମନଘାଟୀ ଉପତ୍ୟକା ମାଇନ୍ସ ଓ୍ବାର୍କରସ୍ ୟୂନିଅନ ତରଫରୁ ସୁଲାଇପାଟ ଲୌହଖଣି ଛଟେଇ ଶ୍ରମିକ ମାନଙ୍କ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର 

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!