ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଶୁଭ ଉଦଘାଟିତ 

ରାଇରଙ୍ଗପୁରରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଶୁଭ ଉଦଘାଟିତ 

ମୟୂରଭଞ୍ଜ -୩/୪ // ପ୍ରତିବର୍ଷ ପରି ଚୈତ୍ର ପର୍ବ ଉପଲକ୍ଷେ ରାଇରଙ୍ଗପୁର ବସଷ୍ଟାଣ୍ଡ ନିକଟ ବାମନଘାଟୀ ଛଉ ନୃତ୍ୟ ଭବନରେ ଏପ୍ରିଲ ୨,୩,୪ ତାରିଖ ୩ ଦିନ ଧରି ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଶୁଭାରମ୍ଭ ବୁଧବାର ଦିନ ସଂନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

 ପ୍ରାରମ୍ଭରେ ସଂନ୍ଧ୍ୟାରେ ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା । ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ, ରାଇରଙ୍ଗପୁର ର ସଂପାଦକ ଦୁଷ୍ମନ୍ତ ବସା, ଦ୍ବାରିକାନାଥ ମହାନ୍ତ,ରାଜ କାପୁର ମହାନ୍ତ,ମହେଶ୍ଵର ମହାନ୍ତ,ଜୀବନ ପାତ୍ର, ବିଭୂତି ଭୂଷଣ ମହାନ୍ତ,ପୁର୍ଣ ମହାନ୍ତ ଏବଂ ସମେତ ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।ପରେ ସାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଝୁମର ସମ୍ରାଟ ସ୍ଵର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦିଆଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଯୋଗଦେଇ ମୟୂରଭଞ୍ଜ ଛୁଉ ତଥା ଵାମନଘାଟୀ ଅଂଚଳର ଛଉ ନୃତ୍ୟ ସାରା ବିଶ୍ଵରେ ଏକ ନିଆରା ପରିଚୟ ସୃଷ୍ଟି ଅଛି ।କର୍ମମୟ ଜୀବନରେ ଆମୋଦପ୍ରମୋଦ ବି ରହିବା କଥା ।ଵାମନଘାଟୀ ଅଂଚଳର ୮୦ ଉର୍ଦ୍ଧ୍ବ ଛଉ ନୃତ୍ୟ ପ୍ରତିଷ୍ଠାନ ରହିଛି ।ପ୍ରବଳ ଆର୍ଥିକ ଅଭାବ ସତ୍ବେ ଛଉ ଗୁରୁ ଓ କଳାକାର ମାନେ କଠିନ ପରିଶ୍ରମ ଓ ଅଭାବକୁ ହେୟ କରି ଛଉ ନୃତ୍ୟ ଅନୁଷ୍ଠାନକୁ ବଞ୍ଚାଇ ରଖିବା ପାଇଁ ଅହର୍ନିଶି ଚେଷ୍ଟା କରିଛନ୍ତି । ସେମାନଙ୍କୁ ଅନେକେ ଅନେକ ସାଧୁବାଦ ।ଏହି ପ୍ରତିଷ୍ଠାନ ଗୁଡିକରୁ ବହୁ କଳାକାର ତାରାକା ବିଦେଶ ଗସ୍ତ କରି ଅଂଚଳ ପାଇଁ ସୁନାମ ଆଣିଛନ୍ତି ।ବାହାର ଅଂଚଳରେ ଛଉ ନୃତ୍ୟ ର ଏକ ନିଆରା ପରିଚୟ ଅଛି ।ଛଉ ନୃତ୍ୟ ପାଇଁ ସାରା ବିଶ୍ବରେ ମୟୂରଭଞ୍ଜ ର ସ୍ଵତନ୍ତ୍ର ପରିଚୟ ଅଛି ।ବାଦ୍ୟର ତାଳେ ତାଳେ କଳାକାରଙ୍କ ନୃତ୍ୟ,ଅଙ୍ଗଭଙ୍ଗୀ,ଠାଣି,ଚାହାଣୀ,ପୋଷାକ ,ଭାବ ର ଏକ ସ୍ବତନ୍ତ୍ର ବିଶେଷତ୍ଵ ରହିଛି ।କେବଳ ଚାକିରୀ କଲେ ଜୀବିକା ଅର୍ଜନ କରିବା ତାହା ନୁହେଁ କଳାରେ ମଧ୍ୟ ସମ୍ମାନର ସହ ଵଂଚିବାରେ ରାହା ଅଛି । ସମସ୍ତ ଆୟୋଜକ, କଳାକାର, ବାଦ୍ଯକାର ଙ୍କୁ ଉତ୍ସାହିତ କରିବା ଆଗକୁ ବଢିବା ପାଇଁ ଶୁଭକାମନା କରିଥିଲେ । ସହକାରୀ ଜିଲ୍ଲାପାଳ ସୁଧାକାର ସେଠୀ ମଧ୍ୟ କାର୍ଯ୍ୟକ୍ରମ ଶୁଭାରମ୍ଭ ପାଇଁ ବଧାଇ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୨ ଟି ନୃତ୍ୟ ଦଳ ମଧ୍ୟରୁ ପ୍ରଥମ ଦିନ ୧୭ ଟି ନୃତ୍ୟ ଦଳ ଅଂଶ ଗ୍ରହଣ କରି କଳା ନୈପୁଣ୍ଯ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ । ଗୁରୁବାର ଦିନ ୧୫ ଟି ଦଳ ଅଂଶ ଗ୍ରହଣ କରିବେ । ଶୁକ୍ରବାର ଦିନ‌ ଛଉ ନୃତ୍ୟ ଦଳଙ୍କୁ ପୁରସ୍କୃତ କରାଯିବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସଂପାଦକ ଦୁଷ୍ମନ୍ତ ଵସା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଉପଖଣ୍ଡ ସ୍ତରୀୟ ପ୍ରତିଯୋଗିତା ରେ ୫ ଟି ଶ୍ରେଷ୍ଠ ଦଳକୁ ବାରିପଦା ଛଉ ପଡିଆରୃ ଜିଲ୍ଲା ସ୍ତରୀୟ ଛଉ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯିବ ।ରେଙ୍ଗଲେବେଡା ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାର ଙ୍କ ଦ୍ଵାରା ବଂଶୀ ଚୋରୀ ନୃତ୍ୟ ସମସ୍ତଙ୍କୁ ବିମୋହିତ କରି ଦେଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଟେକ୍ କ୍ୟାର୍ନିଭାଲ ଓ ହକାଥନ ୨୦୨୫ର ଶୁଭାରମ୍ଭ

Sunil Chandra Nayak

ଝାଡବନ୍ଧରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

Leave a Comment

error: Content is protected !!