ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରେ କାର୍ଯ୍ୟରତ ବେଡ଼ ରୋଲରଙ୍କ ମୃତ୍ୟୁ, ପୁଅକୁ ହତ୍ୟା କରାଯାଇଥିବା ବାପାର ଜୁନାଗଡ଼ ଥାନା ରେ ଅଭିଯୋଗ

ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରେ କାର୍ଯ୍ୟରତ ବେଡ଼ ରୋଲରଙ୍କ ମୃତ୍ୟୁ,

ପୁଅକୁ ହତ୍ୟା କରାଯାଇଥିବା ବାପାର ଜୁନାଗଡ଼ ଥାନା ରେ ଅଭିଯୋଗ

ଜୁନାଗଡ଼୩/୪(ମନୀସ),ଜୁନାଗଡ଼ ରୁ ଭୁବନେଶ୍ୱର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରେ କାର୍ଯ୍ୟରତ ବେଡ଼ରୋଲରଙ୍କୁ ମୃତ୍ୟୁ କୁ ନେଇ ଆଜି ତାଙ୍କ ବାପା ପୁଅକୁ ସୁପରିକଳ୍ପିତ ଭାବେ ହତ୍ୟା କରିଥିବା ନେଇ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗୁଡା ଗ୍ରାମର ପତିତପାବନ ଦୁର୍ଗାଙ୍କ ପୁଅ ଲକ୍ଷ୍ମୀକାନ୍ତ ଦୁର୍ଗା ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରେ ବେଡ଼ରୋଲର ଭାବେ କାର୍ଯ୍ୟ କରୁଥିଲେ । ଗତ ମାର୍ଚ୍ଚ ୨୯ ତାରିଖରେ ଭୁବନେଶ୍ୱର ଜୁନାଗଡ଼ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ର କୋଚ ନଂ ବି-୩ରେ ସେ ଥିଲେ । ଟ୍ରେନ ଭୁବନେଶ୍ୱର ରୁ ଫେରୁଥିବା ସମୟରେ ବ୍ରହ୍ମପୁର ନିକଟରେ ବେଡ଼ରୋଲର ଲକ୍ଷ୍ମୀକାନ୍ତ ଦୁର୍ଗାଙ୍କୁ କୌଣସି ଦୁର୍ବୁତ୍ତମାନେ ମରଣାନ୍ତକ ଆକ୍ରମଣ କରି ଟ୍ରେନ ରୁ ଫୋପାଡ଼ି ଦେଇଥିଲେ । ପରେ ଏନେଇ ପରିବାର ଲୋକଙ୍କୁ ସୂଚନା ଦେବା ପରେ ପରିବାର ଲୋକେ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀକାନ୍ତଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ବ୍ରହ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର ତଦନ୍ତ କରି ଦୁର୍ବୁତ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବହୁଜନ ସଂଗ୍ରାମ ସମିତିର ସହଯୋଗରେ ମୃତ ଲକ୍ଷ୍ମୀକାନ୍ତଙ୍କ ବାପା ପତିତପାବନ ଦୁର୍ଗା ଜୁନାଗଡ଼ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ଏହି ପ୍ରତିନିଧିଦଳରେ ବହୁଜନ ସଂଗ୍ରାମ ସମିତିର ସଭାପତି ରଞ୍ଜନ ଜାଲ, ସମ୍ପାଦକ ସୁଶାନ୍ତ ନାଏକ ,ପୂର୍ନେନ୍ଦୁ ମାଝୀ, ରତନ ଧଙ୍ଗଡାମାଝୀ, କାଉନସିଲର ହିମାଦ୍ରୀ ସିନ୍ଦୁର,ନରେନ୍ଦ୍ର କ୍ଷୀତି, ମିନୁ କନ୍ଦପାନ,ରାଜେଶ ଦୁର୍ଗା ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

ଲଗାଣ ବର୍ଷା ରେ ବସ୍ତି ବାସିନ୍ଦା ଙ୍କୁ ପଲିଥିନ ବାଣ୍ଟିଲେ ପ୍ରଶାନ୍ତ

Sunil Chandra Nayak

ରାୟଗଡ଼ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ପ୍ରୟାସ , ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରଚେଷ୍ଟା

masiha

Leave a Comment

error: Content is protected !!