ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ 

 ସମିତି ସଭ୍ୟ ସଭ୍ୟାଙ୍କୁ ଚିଠି ହୋଇନଥିବାରୁ ବୈଠକରେ ହୋହଲ୍ଲା ସହ ରାଇଘର ମୁଖ୍ୟ ବଜାର ଓ ପୋଖରୀ ଜବରଦଖଲ ନେଇ ଉତେଜନା

ରାଇଘର ବ୍ଲକ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମଙ୍ଗଳବାର ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ବିଡିଓ ଦେବାଶିଷ କର ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ବିକେବିକେ ଉପଦେଷ୍ଟା ସୁକଦେବ ଗଣ୍ଡ , ବ୍ଲକ ଅଧ୍ୟକ୍ଷା ନବୀନା ନାୟକ , ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ , ଜିଲ୍ଲାପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ , ନାନାରା ଖରା , ଖଗେଶ୍ବର ହରିଜନ , ବ୍ଲକ ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର , ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ରଣା, ଏବିଡିଓ ବିଜୟ କୁମାର ସେଠୀ ଓ ଜିପିଓ ଦାୟିତ୍ୱରେ ଥିବା ଅଜିତ କୁମାର ନନ୍ଦ ଯୋଗ ଦେଇଥିଲେ |

        ଶ୍ରୀ ନନ୍ଦ ପୁର୍ବ ବୈଠକ ର ବିବରଣୀ ପାଠ କରିବା ପରେ, ବୈଠକର ପ୍ରଥମ ପର୍ଯ୍ୟାୟରେ ରାଜସ୍ୱ ବିଭାଗ ନିଜ ବିବରଣୀ ପାଠ କରିଥିଲେ | ସ୍ଥାନୀୟ ବ୍ଲକରେ ୧୨୦୯୫ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ମଧ୍ୟ ଆବେଦନ ଜାରୀ ରହିଛି ବୋଲି ଅତିରିକ୍ତ ତହସିଲଦାର ଜଗୁ ପୂଜାରୀ ପ୍ରକାଶ କରିଥିଲେ | ଅପରପକ୍ଷରେ ସ୍ଥାନୀୟ ରାଜାମୁଣ୍ଡା ପୋଖରୀ କଡ଼ରେ ଜବରଦଖଲ କରି ଦୋକାନ ଗୃହ ନିର୍ମାଣ କରାଯାଇଥିବା ବେଳେ ଏହାକୁ ଉଚ୍ଛେଦ କରିବାକୁ ରାଇଘର ସରପଂଚ ଦାବୀ କରିଥିଲେ | ଏଥିସହିତ କୁରୁବେଲା ଠାରେ ଭାରତ ମାଳା ଯୋଜନାରେ ମନ ଇଛା ସ୍ଥାନରେ ମାଟି ଓ ମରମ ଖୋଳା ଯାଉଥିବା ବେଳେ ଏଥିରେ ଲୋକଙ୍କ ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ହୋଇଥିଲା | ଏଥିସହିତ ସୋନପୁର ଯିବା ରାସ୍ତା କଡ଼ରେ ହୋଇଥିବା ଜବରଦଖଲ କୁ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଛେଦ କରାଯିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ପ୍ରତିଶୃତି ମିଳିଥିଲା l ଏହାପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା | ଚଳିତ ବର୍ଷ କୋଭିଡ଼୍ ଟିକା ସମ୍ପର୍କରେ ଆଲୋଚନା କରାଯାଇଥିବା ସହିତ ଆଗାମୀ ଦିନରେ ଗୋନା ସ୍ଥିତ ମେଡିକାଲକୁ ଏନଜିଓ ନିକଟରେ ହସ୍ତାଂତର କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା | ଏହାପରେ ସ୍ଥାନୀୟ ସମନ୍ନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ସିଡ଼ିପିଓ ଗୀତାଂଜଳି ମିଶ୍ର ବିବରଣୀ ପାଠ କରିଥିଲେ | ସ୍ଥାନୀୟ ବ୍ଲକରେ ୩୧୩ କେନ୍ଦ୍ର ରହିଥିବା ବେଳେ ୩ ଗୋଟି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନଥିବା ପ୍ରକାଶ କରିଥିଲେ | 

            ବୈଠକରେ ବ୍ଲକର ସମିତି ସଭ୍ୟ ସଭ୍ୟାଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ଅଭିଯୋଗ କରି ଗୃହରେ ହଟ୍ଟଗୋଳ କରିଥିଲେ | ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ନ ଦେଲେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଝାଙ୍କରଙ୍କ ନେତୃତ୍ବରେ ବୈଠକ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଏହା ପରେ ଜଳ ଓ ପରିମଳ ବିଭାଗ ପକ୍ଷରୁ ୧୦୩ ଗ୍ରାମରେ ଜଳ ଜୀବନ ମିଶନ ଯୋଜନାରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ପ୍ରକାଶ ପାଇଥିଲା | ଗୋନା ଭାରସୁଣ୍ଡି ଆଦିବାସୀ ଗ୍ରାମରେ ବସୁଧା ଯୋଜନାରେ ଜଳ ଯୋଗାଣ ବ୍ୟବସ୍ଥା ରହିଥିବା ବେଳେ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଯୋଗୁଁ ଜଳ ଯୋଗାଣ ହୋଇ ପାରୁ ନଥିବା ଓ ତୁରୁପେନା ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ବିଧାୟକ ଶ୍ରୀ ଗଣ୍ଡ ଅଭିଯୋଗ କରିଥିଲେ | ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ନିମନ୍ତେ ପାଇପ ବିଛାଇବାକୁ ଖାଲ ଖୋଳି ମାଟି ରାସ୍ତା ଉପରେ ପାକାଇ ଦେଉଥିବା ଯୋଗୁଁ ଗାଡ଼ି ମଟର ଯାତାୟତ ରେ ଅସୁବିଧା ହେଉଥିବା ବିଷୟକୁ ନେଇ ବିଧାୟକ ଅଭିଯୋଗ କରିଥିଲେ | ଏଥିସହିତ ବିଭିନ୍ନ ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଉପସ୍ଥିତ ଜନପ୍ରତିନିଧି ଅଭିଯୋଗ କରିଥିଲେ | ଏହି ବୈଠକରେ କୃଷି ବିଭାଗ ପକ୍ଷରୁ ବିବରଣୀ ପାଠ କରାଯାଇଥିଲା | ସ୍ଥାନୀୟ ବ୍ଲକରେ ଅର୍ଗାନିକ ଚାଷ ହେଉନଥିବା କୃଷି ବିଭାଗ ପକ୍ଷରୁ ପ୍ରକାଶ ହୋଇଥିବା ବେଳେ ଜନ ପ୍ରତିନିଧି ମାନେ ଏ ନେଇ କାହିଁକି ସଚେତନତା ସୃଷ୍ଟି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ | ସେହିଭଳି ଶିକ୍ଷା ବିଭାଗ ପକ୍ଷରୁ ବିବରଣୀ ପାଠ କରିବାକୁ ଯାଇ ସ୍ଥାନୀୟ ବ୍ଲକରେ ଆବଶ୍ୟକ ଥିବା ୩୯୧ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବିଇଓ ଇଶ୍ବର ମାଝୀ ପ୍ରକାଶ କରିଥିଲେ | ଏଥିସହିତ ଜୋଡିଙ୍ଗା ଠାରେ ୫ଟି ଯୋଜନାରେ ନିର୍ମାଣ କରାଯାଉଥିବା ଶ୍ରେଣୀ ଗୃହର ଛାତ ନିମ୍ନ ମାନର ହେଉଥିବା ବିଧାୟକ ଶ୍ରୀ ଗଣ୍ଡ ଅଭିଯୋଗ କରିଥିଲେ | ଏଥିସହିତ ମତ୍ସ୍ୟ ବିଭାଗ , ପଶୁ ଚିକିତ୍ସା ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ପକ୍ଷରୁ ବିବରଣୀ ପାଠ କରାଯାଇଥିଲା | ଏହି ବୈଠକରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ସହିତ ଲାଇନ୍ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ 

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଏକତା ଛକ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ସଚେତନ ରଥକୁ ସ୍ୱାଗତ 

masiha

ରୁପ୍ରା ଠାରେ ଖୋଳିଲା ଭୂମି ଭାରତ ଗ୍ୟାସ ଗ୍ରାମିଣ ବିତରକ 

ଉମରକୋଟରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି 

masiha

Leave a Comment

error: Content is protected !!