ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ସରସ ସମ୍ମାନ” ରେ ସମ୍ମାନିତ ହେଲେ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର

“ସରସ ସମ୍ମାନ” ରେ ସମ୍ମାନିତ ହେଲେ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସରସ ମହୋତ୍ସବ ଅବସରରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ଙ୍କୁ “ସରସ ସମ୍ମାନ” ରେ ସମ୍ମାନିତ କରାଯାଇଛି । ଓଡ଼ିଶୀ ନୃତ୍ୟ କୁ ନେଇ ଜାତୀୟ ସ୍ତର ରେ ଚର୍ଚ୍ଚିତ ହୋଇଛନ୍ତି ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର।

ନୃତ୍ୟଶ୍ରୀ ନୃତ୍ୟ ଅନୁଷ୍ଠାନ ତରଫରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଆୟୋଜିତ ଏହି ଉତ୍ସବରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା।

୧୯୭୧ ମସିହାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଐତିହାସିକ ମନ୍ଦିର ନଗରୀରେ ଜନ୍ମଗ୍ରହଣ କରିଥିବା ଗୁରୁ ପୁଷ୍ପିତା ମିଶ୍ର ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାଚୀନ କଳା କେନ୍ଦ୍ର ଦ୍ୱାରା ପରିଚାଳିତ ଓଡ଼ିଶୀ ନୃତ୍ୟରେ ସଙ୍ଗୀତ ବିଶାରଦ ହାସଲ କରିଛନ୍ତି। ସେ ଆଦି ଗୁରୁ ପଙ୍କଜ ଚରଣ ଦାସଙ୍କ ଶିଷ୍ୟା। ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ଙ୍କ ଦ୍ଵାରା ଭୁବନେଶ୍ଵର ଠାରେ ଓଡିଶୀ ନୃତ୍ୟ ଅନୁଷ୍ଠାନ କଳିଙ୍ଗାୟନ ତର୍ଯ୍ୟତକମ ପ୍ରତିଷ୍ଠା କରାଯାଇଛି।ସେ ICCR ଏବଂ IRCENର ଜଣେ ତାଲିକାଭୁକ୍ତ କଳାକାର, ସର୍ବୋଦୟ ଇଣ୍ଟରନ୍ୟାସନାଲ ଟ୍ରଷ୍ଟ, ଓଡ଼ିଶା ଚାପ୍ଟରର ଟ୍ରଷ୍ଟି ଏବଂ ଆଧିକାରିକ ସ୍ୱାକ୍ଷରକାରୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିନିୟର ଫେଲୋସିପ୍ଧାରୀ ଏବଂ ଭୁବନେଶ୍ୱର ସଂଗୀତ ସର୍କଲର ସଦସ୍ୟ। 

ସତୀଶ କୁମାର ଦାସ ଙ୍କ ରିପୋର୍ଟ୍ 

Related posts

ପ୍ରବାଦ ପୁରୁଷ ବିଜୁ ବାବୁ ଯୁଗ ଯୁଗ ପାଇଁ ମନେ ରହିବେ

Sunil Chandra Nayak

ମାର୍ଚ୍ଚ 1ରୁ 13ତମ ବାର୍ଷିକ ରୂପସା ମହୋତ୍ସବ

masiha

ରେବତୀ ର ଚିକତ୍ସା କଣ ହୋଇପାରିବନି ?ପ୍ରଶାସନ ସହାୟତା କରିବେନି ? ଭୁବନେଶ୍ୱର ରେ ତମ ଚିକିତ୍ସା ହେବ କହି ଛାଡି ଦେଲେ

Sunil Chandra Nayak

Leave a Comment

error: Content is protected !!