ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓରମାସ ଦୀପାବଳି ଷ୍ଟଲ ଉଦଘାଟିତ

ଓରମାସ ଦୀପାବଳି ଷ୍ଟଲ ଉଦଘାଟିତ 

ରାୟଗଡ:-ତା. ୨୮/୧୦-ଆଜି ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟସ୍ଥ ଜନଜାତି ସେବଜଗତ ପରିସରରେ ଦୀପାବଳି ଉତ୍କଳ ଷ୍ଟଲ ଉଦଘାଟିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରାୟାଗଡା,ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ,ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ, ଡିପିଏମ୍ ଓଏଲ୍ଏମ୍,ହେମନ୍ତ କୁମାର ବାଗ,ଡି ସିଇଓ ଓରମାସ୍ ମନୋଜ କୁମାର ପlତ୍ର ଏବଂ ଓରମାସର ବରିଷ୍ଠ ଲେଖାପାଳ ଜି. ଲକ୍ଷ୍ମଣ ଓ ଅନ୍ୟନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଷ୍ଟାଲରେ ବିଭିନ୍ନ ପ୍ରକାରର ଦୀପ , ଟେରାକୋଟା ଆଇଟମ୍, ପାହାଡରୁମ୍, ଗେଣ୍ଡୁ ଫୁଲ, ରାଗି ମିଠା, ନିୟାମଗିରି କଦଳୀ, ପ୍ରତିମା, ଟୋଲୋ ତେଲ, ଡୋକ୍ରା ଇତ୍ୟାଦି ବିକ୍ରୟ ଓ ପ୍ରଦର୍ଶନ ମଣ୍ଡପରେ ପ୍ରଦର୍ଶିତ ହେଉଛି l ସ୍ଥାନୀୟ କାରିଗର ଓ ହସ୍ତ ଶିଳ୍ପୀଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ସ୍ଥନୀୟ ଉତ୍ପାଦିତ ଦ୍ରବ୍ୟ କ୍ରୟ କରିବାକୁ ଓରମାସ ତରଫରୁ ଅନୁରୋଧ କରାଯାଉଛି l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଲେବ ଟେକନିସିଆନ ତିରୁପତି ମୁଣ୍ଡ ଙ୍କ କାର୍ଯ୍ୟରତ ଅବସ୍ଥାରେ ହୃଦଘାତ ରେ ପରଲୋକ

Sunil Chandra Nayak

ଜମି ମରାମତି ନାରେ ଖାଇଗଲେ ଟଙ୍କା ! ଜମି ମାଲିକଙ୍କ ଅଭିଯୋଗ

ଉନ୍ନୟନ ଟ୍ରଷ୍ଟ ହାତରେ ଦାରିଙ୍ଗବାଡି ର କଫି ବଗିଚା: ଅଧିକ ପର୍ଯ୍ୟଟକ ଙ୍କ ପରିଭ୍ରମଣ

Sunil Chandra Nayak

Leave a Comment

error: Content is protected !!