ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲୁମନି ଆସୋସିଏସନ୍ ସମ୍ବର୍ଦ୍ଧିତ

ଆଲୁମନି ଆସୋସିଏସନ୍ ସମ୍ବର୍ଦ୍ଧିତ

ରାଉରକେଲା: ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶ୍ରୀ ଗାୟତ୍ରୀ ସେଠି ଙ୍କ ଆହ୍ବାନ କ୍ରମେ ଉଦିତନଗର ହାଇସ୍କୁଲ ଆଲମୁନୀ ଆସୋସିଏସନ ର କର୍ମକର୍ତ୍ତା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଧ୍ୟକ୍ଷତାରେ “ମୋ’ ସ୍କୁଲ ଅଭିଯାନ” ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ସୁଶ୍ରୀ ସେଠି ଉପସ୍ଥିତ ବିଭିନ୍ନ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତରୀୟ ଓ ଧନ୍ୟବାଦ ପତ୍ର ପ୍ରଦାନ କରିଥିଲେ । ସଭା ଆରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ୧୯୭୫ ବ୍ୟାଚର ବରିଷ୍ଠ ଆଲମୁନି ଦିଲ୍ଲୀପ ମହାପାତ୍ର ଓ ଆସୋସିଏସନ ର ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନ ପୁଷ୍ପ ଅର୍ଘ୍ୟ ପ୍ରଦାନ କରି ଦ୍ବୀପ ପ୍ରଜ୍ବଳନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସ୍ବାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କ ରେ ସମ୍ୟକ ସୂଚନା ଓ ଆଭିମୁଖ୍ଯ ବର୍ଣ୍ଣନା କରିଥିଲେ । ଆସୋସସିଏସନ ତରଫରୁ ସାଧାରଣ ସମ୍ପାଦକ ଶ୍ରୀ ପ୍ରଧାନ “ମୋ’ ସ୍କୁଲ ଅଭିଯାନ” ପରିକଳ୍ପନା ଆଜି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ସହ ଯୋଡିବାରେ ଓ ବିଦ୍ୟାଳୟର ବିକାଶ ଦିଗରେ ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇପାରିଛି ଏବଂ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ଏହା ଉତ୍ସାହିତ କରିଛି ବୋଲି ମତ ରଖିଥିଲେ। ଯେଉଁଥି ପାଇଁ ବିଦ୍ୟାଳୟର କଳେବର ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇପାରିଛି । ଏଇ ପରିପ୍ରେକ୍ଷୀରେ ଏପରି ପରିକଳ୍ପନା ପାଇଁ ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଛି। ୧୯୮୦ ବ୍ୟାଚର ଆଲମୁନୀ ପୋଲସ୍ତୀ ସାହୁଙ୍କ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ ଘୋଷଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ବିଭିନ୍ନ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ସର୍ବଶ୍ରୀ ବିଷ୍ଣୁ ଚରଣ ଦାଶ, ଲଳିତେନ୍ଦୁ ଚୌଧୂରୀ, ଅମୁଲ୍ଯ କୁମାର ମିଶ୍ର, ସଞ୍ଜୟ ମିଶ୍ର, ସୁରେଶ ପ୍ରସାଦ ଲେଙ୍କା, ଭାରତୀ ରାଣୀ ବାହାଲି, ରାଜେଶ ଚୋପଦାର, ରାଜେଶ ବାନାର୍ଜୀ, ବସନ୍ତ କୁମାର ସ୍ବାଇଁ, କୁନା ଚୌଧୂରୀ, ପ୍ରିୟଙ୍କା ସାହୁ ଓ ସମୀର ପଟ୍ଟନାୟକ ପ୍ରଭୁତି ଙ୍କୁ “ମୋ’ ସ୍କୁଲ ଅଭିଯାନ” ତରଫରୁ ସମ୍ବର୍ଦ୍ଧନା ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

NIT Rourkela Inaugurates 5-Day Short-Term Course on High-Entropy Alloys

Sunil Chandra Nayak

କନ୍ଧସର୍ଗିଗୁଡା ଗାଁର ମୃତଦେହ ଠାବ ଘଟଣା, ରଣପୁର ଗାଁ କୁ ପହଞ୍ଚିଲା ବହୁଜନ ସଂଗ୍ରାମ ସମିତିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

masiha

ଜୁଏଲ ଙ୍କ ସହ ଆଦର୍ଶ ପାଠାଗାରର ସଦସ୍ୟ ଙ୍କ ଆଲୋଚନା 

masiha

Leave a Comment

error: Content is protected !!