ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ପୁନଃର୍ଗଠିତ

ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ପୁନଃର୍ଗଠିତ

ମୟୂରଭଂଜ – ୨୪/୦୮ -+  ଆଜି ରାଇରଙ୍ଗପୁର ଠାରେ ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହେଇଥିଲା। ଏଥିରେ ୨୦୨୨ରୁ ଗଠିତ ହେଇଥିବା କମିଟୀର କାର୍ଯ୍ୟକାଳ ସରି ଯାଇଥିବାରୁ ନୂତନ କମିଟି ଗଠନ କରାଯାଇଥିଲା। ଆଜିର ଏହି ବୈଠକରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡିଶାର ବିଭିନ୍ନପ୍ରାନ୍ତରୁ ୪୭ ଗୋଟି ହୋ ସାମାଜିକ ସଂଗଠନ ମାନେ ଯୋଗ ଦେଇଥିଲେ। କମିଟି ବୈଠକ ଆରମ୍ଭରେ ସଭାପତି ଶ୍ରୀ ରାମରାଇ ମୁନ୍ଦୁଇୟା ସ୍ବାଗତ ଭାଷଣ ପ୍ରଦାନ କରିଥିବା ସ୍ଥଳେ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ସିଂ ତିୟୁ ବିଗତ ତିନି ବର୍ଷ କାର୍ଯ୍ୟକ୍ରମର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ନୂତନ କର୍ମକର୍ତ୍ତା ମନୋନୟନ ନିମନ୍ତେ ସାମାଜିକ ସଂଗଠନ ମାନଙ୍କ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା। ନୁତନ କର୍ମକର୍ତ୍ତାଙ୍କ ଚୂଡାନ୍ତ ପାଇଁ ଏକ ମନୋୟନ କମିଟି ବିହାରର ପୂର୍ବତନ ଉପ ବାଚସ୍ପତି ବରିଷ୍ଠ ହୋ ସମାଜସେବୀ ଦେବେନ୍ଦ୍ର ଚାମ୍ଫିଆଙ୍କ ନେତୃତ୍ୱରେ ହେଇଥିଲା। ମନୋୟନ କମିଟିର ନିଷ୍ପତ୍ତି କ୍ରମେ ଶ୍ରୀ ରାମରାଇ ମୁନ୍ଦୁଇୟାଙ୍କୁ ପୁନର୍ବାର ଜାତୀୟ ସଭାପତି, ଶ୍ରୀ ଚନ୍ଦ୍ର ମୋହନ ହାଇବୁରୁଙ୍କୁ ଉପସଭାପତି, ସୁଶ୍ରୀ ଶାନ୍ତି ସିଦୁଙ୍କୁ ଉପସଭାପତି, ଶ୍ରୀ ଜଗନ୍ନାଥ କେରାଇଙ୍କୁ ଉପସଭାପତି, ଶ୍ରୀ ଡମ୍ବରୁଧର ଜାମୁଦାଙ୍କୁ ସାଧାରଣ ସମ୍ପାଦକ, ଗମେୟା ଅମଂକୁ ସମ୍ପାଦକ, କ୍ଷିରୋଦ ହେମ୍ବ୍ରମଙ୍କୁ କୋଷାଧ୍ୟକ୍ଷ, ସୋନା ସାଲେମ ହାଂସଦାଙ୍କୁ ଉପ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଥିଲା। ନୂତନ ଭାବେ ଚୟନ ହେଇଥିବା କର୍ମକର୍ତ୍ତାମାନେ ହୋ ଭାଷାର ସୁ୍ରକ୍ଷା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସିଂବଂଗାଙ୍କ ନାମରେ ଶପଥ କରିଥିଲେ। କମିଟି ତରଫରୁ ହୋ ଭାଷାର ସାମ୍ବିଧାନିକ ସ୍ବୀକୃତି ନିମନ୍ତେ ଆଗାମୀ ୩୧ ଅକ୍ଟୋବର ଏବଂ ୧ ନଭେମ୍ବରରେ ଦଲାବୁ ଦିଲ୍ଲୀ କାର୍ଯ୍ୟକ୍ରମ ଅନୁଯାୟୀ ଦୁଇଦିନିଆ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନୂତନ ଭାବେ ନିଯୁକ୍ତ ହେଇଥିବା କର୍ମକର୍ତ୍ତାମାନେ ଘୋଷଣା କରିଥିଲେ। ପ୍ରକାଶଥାଉକି, ଏହି ଅଧିବେଶନରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଉପସ୍ଥିତ ରହି ସଭାକୁ ଉଦବୋଧନ ଦେଇ ତାଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ହେଇଥିଲେ ଏବଂ ଆନ୍ଦୋଳନକୁ ସୁଦୃଢ କରିବା ପାଇଁ ଆହ୍ବାନ କରିଥିଲେ। ଏହି ସଭାରେ ପୂର୍ବରୁ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ସିଦାହରା ସୁସାର ଆକାଳା ସଭାପତି ମଧୁ ସୁଦନ ଜାରିକା, ଆଦିବାସୀ ହୋ ସମାଜ ଯୁବ ମହାସଭାର ଇପିଲ ସାମାଡ, ଆଦିବାସୀ ହୋ ସମାଜ ମହାସଭାର ପୂର୍ବତନ ସାଧାରଣ ସଂପାଦକ ଯଦୁନାଥ ତିୟୁ, ଏଟେ ତୁରତୁଂ ପିଟିକା ଆକାଳାର ସେଲାୟ ପୂର୍ତ୍ତି ଆଦି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସଭାକୁ କମିଟିର ଦୁଇ ବରିଷ୍ଠ କର୍ମକର୍ତ୍ତା ଗଙ୍ଗାଧର ହେମ୍ବ୍ରମ ଏବଂ ସୁରା ବିରୁଲୀ ପରିଚାଳନା କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

୮ଦଫା ଦାବି ପୁରଣ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣା ବସିଥିଲେ ଅନଙ୍ଗୱାଡ଼ି କର୍ମୀ

Sunil Chandra Nayak

ନୂତନ ବର୍ଷର ଅଭିନନ୍ଦନ ୨୦୨୫

masiha

Leave a Comment

error: Content is protected !!