ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡି.ଆଇ.ଇ.ଟି ଢେଙ୍କାନାଳରେ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଅନୁଷ୍ଠିତ 

ନିର୍ବୋଧତା ଆମର ସବୁଠୁ ବଡ ଶତ୍ରୁ :
କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ :
ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ :
ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ :
ଡି.ଆଇ.ଇ.ଟି ଢେଙ୍କାନାଳରେ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ : ତା ୨୩.୦୮.୨୦୨୫ 🙁 ) କୌଣସି କଥାକୁ ଅନ୍ଧ ଭାବେ ଗ୍ରହଣ ନକରି ତା ପଛରେ ଥିବା କାରଣ ଖୋଜିବା ଓ କାରଣ ଆଧାରରେ ସିଦ୍ଧାନ୍ତରେ ଉପନୀତ ହେବାକୁ ବିଜ୍ଞାନ କୁହାଯାଏ।ବିଜ୍ଞାନ କଦାପି ବିଶ୍ୱାସ ହୋଇ ନ ପାରେ ବରଂ ସତ୍ୟର ଚଟାଣ ଉପରେ ଏକ ସୁନ୍ଦର ଉପଲବ୍ଧିକୁ ବୁଝାଏ। ପ୍ରଶ୍ନ ପଚାରିବା,କାରଣ ଖୋଜିବା,ପରୀକ୍ଷା ନିରୀକ୍ଷା କରିବା,ଯୁକ୍ତି କରିବା ଆଦି ପ୍ରକ୍ରିୟା ଗୁଡିକ ବିଜ୍ଞାନର ପରିଭାଷା ଅଟନ୍ତି।ତେଣୁ,ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ଉତ୍ସାହିତ କରିବା ଆଜିର ଶିକ୍ଷକ,ଶିକ୍ଷିକାମାନଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ପାଳନ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପ୍ରଫେସର ସିଦ୍ଧାର୍ଥ ଭାରଦ୍ୱାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଫେସର ଭାରଦ୍ୱାଜ ଛାତ୍ରଛାତ୍ରୀଙ୍କୁ ଜିଜ୍ଞାସୁ ହେବାକୁ ପରାମର୍ଶ ଦେବା ସହ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିକାଶ କରିବାକୁ ଉତ୍ସାହିତ କରିଥିଲେ । ବିଜ୍ଞାନ ଚେତନା ମଞ୍ଚ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପଦଯାତ୍ରାର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ମହତ୍ୱ ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ଦ୍ଵାରା ହିଁ ବିଶ୍ବରେ ସମସ୍ତ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହୋଇ ପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ଅନ୍ୟତମ ଅତିଥିଭାବେ ବିଜ୍ଞାନ ଚେତନା ମଞ୍ଚ ଭୁବନ ଶାଖାର ଆବାହକ ଶ୍ରୀଧର ପୃଷ୍ଟି,ବିଜ୍ଞାନ ସଙ୍ଗଠକ ବିନୋଦ ସେଠୀ,ପ୍ରାକ୍ତନ ପ୍ରଥମ ବିଜ୍ଞାନ କାର୍ଯ୍ୟକ୍ରମ ସଂଯୋଜକ ତଥା ଆଞ୍ଚଳିକ ସଂଯୋଜକ ଖାନ ଏକାଡେମୀ ଦୀପକ ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ଗୁରୁଛାତ୍ରୀ ସ୍ଵର୍ଣ୍ଣଲତା ବେହେରା ସଭା ସଂଯୋଜନା କରିଥିଲେ। ମଞ୍ଚାସୀନ ଅତିଥିବୃନ୍ଦ ସ୍ଵୀୟ ବକ୍ତବ୍ୟରେ ୨୦୧୭ ମସିହାରେ ପ୍ରଥମ କରି ସାରା ବିଶ୍ୱରେ ପ୍ରାୟ ୬୦୦ଟି ସହରରେ ବିଜ୍ଞାନ ପାଇଁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବୈଜ୍ଞାନିକମାନଙ୍କ ସହ, ଶିକ୍ଷକ, ଛାତ୍ର ଓ ସବୁ ସ୍ତରର ଲକ୍ଷ ଲକ୍ଷ ଜନତା ଯୋଗ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଭାରତ ତଥା ଓଡ଼ିଶାର ବିଭିନ୍ନ ସହରରେ ମଧ୍ୟ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା। ବୈଜ୍ଞାନିକମାନଙ୍କର ଫଟୋଚିତ୍ର ହାତରେ ଧରି,ବୈଜ୍ଞାନିକ ଚିନ୍ତାର ପ୍ରଚାର ପ୍ରସାର କରିବା ଓ ସମାଜରେ ଅନ୍ଧବିଶ୍ଵାସ ଦୂର କରିବାର ସ୍ଲୋଗାନକୁ କାନ୍ଧରେ ବହନ କରି ସାଧାରଣ ଜନତା ଏହି ପଦଯାତ୍ରାରେ ଯୋଗ ଦେଇଥିଲେ।ଏହା ପରେ ପ୍ରତି ବର୍ଷ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରାର ଡାକରାରେ ବୈଜ୍ଞାନିକ ଚିନ୍ତାର ପ୍ରଚାର ପ୍ରସାର ପାଇଁ ବହୁବିଧ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି।ଚଳିତ ବର୍ଷ ମଧ୍ୟ ଅଗଷ୍ଟ ମାସ ୧୬ ରୁ ୨୪ ତାରିଖ ମଧ୍ୟରେ ସାରା ଭାରତବର୍ଷ ବ୍ୟାପୀ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି। ଓଡ଼ିଶାରେ ମଧ୍ୟ୍ୟ ପ୍ରତିଟି ଗାଆଁ -ସହରକୁ ଯୋଡି ଏହି ବିଜ୍ଞାନ ପାଇଁ ପଦଯାତ୍ରାର ଆୟୋଜନ କରାଯାଉଛି।ଆଜି ପରିବେଶ ପ୍ରଦୁଷଣ ଓ ଏହା ସହ ଜଳବାୟୁ ପରିବର୍ତ୍ତନ ସମଗ୍ର ମାନବ ସମାଜ ପାଇଁ ଏକ ସର୍ବବୃହତ୍ ସଂକଟ ଭାବରେ ଉଭା ହେଇଛି। ଜଳବାୟୁ ପରିବର୍ତ୍ତନର କରାଳ ପ୍ରକୋପରେ କେବେ ଅସମୟରେ ତୁମୁଳ ବର୍ଷା ଫଳରେ ଭୟାବହ ବନ୍ୟା ସୃଷ୍ଟି ହେଉଛି ତ ଅନ୍ୟ ବେଳେ ମରୁଡି ପରିସ୍ଥିତି ସୃଷ୍ଟି ହେଉଛି। ତାପମାତ୍ରା ବୃଦ୍ଧି ଫଳରେ ଓଡ଼ିଶା ଉପକୂଳରେ ଲଗାତାର ଲଘୁଚାପ ସୃଷ୍ଟି ହୋଇ ପ୍ରତି ବର୍ଷ ଜନଜୀବନ ହାନି ହେଉଛି। ତାପମାତ୍ରା ବୃଦ୍ଧି ଫଳରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି।ସାଟେଲାଇଟ୍ ଚି଼ତ୍ରରୁ ସ୍ପଷ୍ଟ ହେଉଛି ଯେ ହିମାଳୟରେ ଥିବା ହିମବାହର ପରିମାଣ ଧିରେ ଧିରେ କମି କମି ଯାଉଛି।ଖୁବ୍ ଶୀଘ୍ର ଏପରି ପରିସ୍ଥିତି ଆସିବ ଯେବେ ହିମାଳୟରୁ ବାହାରୁ ଥିବା ନଦୀ ଗୁଡିକ ଯଥା -ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର ଜଳଶୂନ୍ୟ ହୋଇଯିବ।ଗାଁ,ସହର ତଥା କଳକାରଖାନାର ପ୍ରଦୂଷିତ ଜଳକୁ ସିଧା ସଳଖ ନଦୀରେ ଛାଡି ଦେବା ଫଳରେ ନଦୀ ଜଳ ପ୍ରଦୁଷିତ ହେଉଛି।ସେଇପରି ବଡ଼ ବଡ ସହରରେ ବାୟୁ ପ୍ରଦୂଷଣ ଏପରି ଭୟାବହ ରୂପ ନେଲାଣି ଯେ ଏହା ବିଭିନ୍ନ ଶ୍ଵାସଜନିତ ରୋଗର ମୁଖ୍ୟକାରଣ ହେଇଛି । 

ଭାରତର ବିଜ୍ଞାନ ପାଇଁ ପଦଯାତ୍ରା ଏହି ପ୍ରଶ୍ନର କାରଣ ଖୋଜିବା ସହିତ,ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ କୁ ରୋକିବା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମାଧାନର ରାସ୍ତାକୁ ପ୍ରଶସ୍ଥ କରିବ।ପ୍ରକୃତିରେ ନିରନ୍ତର ହେଉଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଶ୍ନ ପଚାରିବା ଓ ତାର ଉତ୍ତର ଖୋଜିବା – ଏହି ପ୍ରକ୍ରିୟାରେ ସତ୍ୟର ନିକଟତର ହେବା ହିଁ ହେଉଛି ବିଜ୍ଞାନ। ଆଧୁନିକ ବିଜ୍ଞାନ କହେ ଯାହା ପରୀକ୍ଷିତ ସତ୍ୟ ତାହା ହିଁ ସତ୍ୟ । ପରୀକ୍ଷା ନିରୀକ୍ଷା ବ୍ୟତୀତ ଯେ କୌଣସି ବିଷୟ ସମ୍ପର୍କରେ ଅନୁମାନ କରାଯାଇପାରିବ କିନ୍ତୁ ସେହି ଅନୁମାନକୁ ସତ୍ୟ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ଏହି ଅଳ୍ପ କେଇ ଧାଡିରେ ପ୍ରକାଶିତ ହେଉଥିବା ବିଜ୍ଞାନର ମୂଳ ସ୍ରୋତକୁ ଆଧାର କରି ଗତ ପ୍ରାୟ ୪୦୦ବର୍ଷ ମଧ୍ୟରେ ମଣିଷ ଆଗରେ ଏକ ନୂଆ ଦୁନିଆ ପରିଭାସିତ ହୋଇଛି। ସେ କ୍ଷୁଦ୍ରାତି କ୍ଷୁଦ୍ର ଅଣୁ ପରମାଣୁ ଏବଂ ତା ମଧ୍ୟ୍ୟରେ ଥିବା କଣିକା ଠାରୁ ଆରମ୍ଭ କରି ବିଶାଳକାୟ ତାରା,ଗ୍ରହ,ଉଲ୍ କାର ଗତି,ପ୍ରକୁତିର ଅନେକ ଦିଗ ଆଜି ମଣିଷ ଆଗରେ ଉଜାଗର ହୋଇଛି।ଏହି ସମସ୍ତ ଜ୍ଞାନ ସହ ତାଳଦେଇ ବୈଷୟିକ କୌଶଳ ମଧ୍ୟ୍ୟ ଅନେକ ଆଗକୁ ଆସିପାରିଛି।ଆଜି ମଣିଷ ମହାକାଶରେ ଘର ତିଆରି କରିଛି।ଯେଉଁଠାରେ ସେ ଇଚ୍ଛା ମୁତାବକ ଯାଇ ରହିପାରୁଛି ଓ ପୁଣି ସେଠାରୁ ଫେରି ଆସିପାରୁଛି।ଆମ ଜୀବନର ଛୋଟ ବଡ ପ୍ରତ୍ୟେକଟି କାର୍ଯ୍ୟକଳାପ ଆଜି ବିଜ୍ଞାନର ସ୍ପର୍ଶରେ ସହଜ ଓ ସରଳ ହେବା ସହ ଗୁଣଗତ ଭାବରେ ଉନ୍ନତତର ହୋଇପାରିଛି।ସ୍ୱାସ୍ଥ୍ୟ,ଗମନାଗମନ,ଯୋଗାଯୋଗ କ୍ଷେତ୍ରରେ ଯେଉଁ ବିକାଶ ଘଟିଛି ତାହା ସମସ୍ତ ମାନବ ଜାତିକୁ ଗୋଟିଏ ସୂତାରେ ବାନ୍ଧି ରଖିଛି।ଗୋଟିଏ ଲୋକର ରକ୍ତ, ଆଖି,ଯକୃତ ପରି ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅନ୍ୟର ଜୀବନ ବଞ୍ଚାଇ ଦେଇ ପାରୁଛି।କିନ୍ତୁ,ଅନ୍ୟ ପଟରେ ଆଜି ମଧ୍ୟ୍ୟ ସମାଜରେ ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସ ମଣିଷ ମନରେ ଘର କରି ରହିଛି।ଗାଁ-ଗହଳିରେ ଡାହାଣୀ ଚିହ୍ନଟ କରି ମହିଳାମାନଙ୍କୁ ପ୍ରତାରିତ କରିବା,ଛୋଟ ପିଲାମାନଙ୍କୁ ଗରମ ଲୁହାର ଚେଙ୍କଦେବା ପରି କୁପ୍ରଥାମାନ ଆଜିବି ପ୍ରଚଳିତ ଅଛି।କେହି ସାପ କାମୁଡାର ଶୀକାର ହେଲେ ତାକୁ ଡାକ୍ତରଖାନା ନନେଇ ତାଙ୍କୁ ମନ୍ଦିର ପିଣ୍ଡାରେ ଶୁଆଇ ରଖି ପାଣି ଢାଳିବା ଫଳରେ ଅନେକ ଜୀବନ ହାନୀ ହେଉଛି।ଯଦିଓ ସ୍କୁଲ ସ୍ତରରେ ହିଁ ଏହା ପଢ଼ା ଯାଉଛି ଯେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ହେଉଛି ଛାଇ ଆଲୁଆର ଖେଳ,କିନ୍ତୁ ଏହାକୁ ନେଇ ବିଭିନ୍ନ ଧାରଣର କୁସଂସ୍କାର ମଣିଷ ମନରେ ଭରି ରହିଛି।ଆଜି ସମାଜର ବିଡ଼ମ୍ବନା ହେଉଛି ଗୋଟିଏ ପଟେ ମଣିଷ ହାତରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସର୍ବୋତ୍କୃଷ୍ଟ ଉପକରଣ କିନ୍ତୁ ଅନ୍ୟ ପଟରେ ମନରେ ବହୁରକମର ପୁରାତନ ସଂସ୍କାର,ବିଶ୍ୱlସ ଓ ପ୍ରଚଳିତ ପ୍ରଥାର ଏକ ଅଡୁଆ ସୁତା।ଏହି ପରି ଚିନ୍ତା ଭିତରେ ବାଟବଣା ହେଉଥିବା ସାଧାରଣ ମଣିଷ ପାଖକୁ ବିଜ୍ଞାନର ଆଲୋକ ନେଇ ଯିବାର ଏକ ପ୍ରୟାସ ହେଉଛି ଏହି ବିଜ୍ଞାନ ପାଇଁ ପଦଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।ବୈଜ୍ଞାନିକ ଚିନ୍ତାର ସୂତାଖିଅରେ ଜାତି, ଧର୍ମ ଓ ଆଞ୍ଚଳିକତାର ଉର୍ଦ୍ଧ୍ବରେ ସମସ୍ତ ମଣିଷ ସମାଜକୁ ମାଳାପରି ଗଢିବା ହିଁ ହେଉଛି ଏହି ପଦଯାତ୍ରାର ସ୍ଲୋଗାନ୍।ଏଥିପାଇଁ ଵିଜ୍ଞାନ ଚେତନା ମଞ୍ଚ ଓଡିଶା ପକ୍ଷରୁ ଅଗଷ୍ଟ ୧୬ ରୁ ୨୪ ତାରିଖ ସାରା ଓଡ଼ିଶା ବ୍ୟାପି ଆଲୋଚନା,ସେମିନାର, ପଦଯାତ୍ରା ପରି କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି।ନିମ୍ନରେ ଦିଆଯାଇଥିବା ବକ୍ତବ୍ୟ ଗୁଡିକ ହିଁ ଏହି ସପ୍ତାହବ୍ୟାପି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ:୧.ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂର କରିବା ପାଇଁ ବୈଜ୍ଞାନିକ ଚିନ୍ତାର ପ୍ରଚାର -ପ୍ରସାର କରିବା।

୨.ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଜନଜାଗୃତି ସୁଷ୍ଟି କରିବା ଓ ସେଥିପାଇଁ ନୀତି ନିର୍ଦ୍ଧାରଣ କରିବା।୩.ସ୍କୁଲ ପାଠ୍ୟକ୍ରମରେ ଡାରୱିନ ତତ୍ତ୍ଵ ଓ ପିରିୟଡିକ୍ ଟେବୁଲ ପରି ମୌଳିକ ବିଷୟ ଅନ୍ତର୍ଭୁକ୍ତ କରିବା।ସ୍କୁଲ କଲେଜରେ ବିଜ୍ଞାନ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷାକୁ ଗୁରୁତ୍ୱ ଦେବା।୪.କେନ୍ଦ୍ର ବଜେଟର ୧୦ ପ୍ରତିଶତ ଓ ରାଜ୍ୟ ବଜେଟର ୩୦ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବା।୫.ବିଜ୍ଞାନକୁ କେବଳ ମଣିଷ କଲ୍ୟାଣରେ ବ୍ୟବହାର କରିବା।ଏହି ବାର୍ତ୍ତାକୁ ସମସ୍ତ ସ୍ତରର ଜନଗଣଙ୍କ ପାଖକୁ ନେଇଯିବା ଉଦ୍ଦେଶ୍ୟରେ ‘ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା’ ର ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ସକ୍ରିୟ ଯୋଗଦାନ ରଖନ୍ତୁ ବୋଲି ସମସ୍ତ ଜନଗଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଥିଲା।ଏଥିଲାଗି ଅନୁଷ୍ଠିତ ବକୃତା ପ୍ରତିଯୋଗିତାରେ ଦିପ୍ତିମୟୀ ସାହୁ,ଶୁଭଲକ୍ଷ୍ମୀ ନାୟକ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ସସ୍ମିତା ଖଣ୍ଡା,ରାଜୀବ ଲୋଚନ ପୃଷ୍ଟି ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥିମାନେ ସେମାନଙ୍କୁ ପୁରସ୍କୃତ କରିଥିଲେ।ଶେଷରେ ସ୍ମୃତିପ୍ରଜ୍ଞା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପୁନଶ୍ଚ ସକାଳେ ବିଜ୍ଞାନ ଚେତନା ମଞ୍ଚର ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଜର୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଡି.ଆଇ.ଇ.ଟିର ଗୁରୁଛାତ୍ରଛାତ୍ରୀମାନଙ୍କୁ  ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରାକୁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ।ଉଭୟ ଜର୍ଜ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

*Rayagada Launches Awareness Campaign on Lightning and Thunderstorm Safety*

masiha

ଡ଼.ସୁରେଶ ବରାଡ଼ଙ୍କ କବିତା ସଂକଳନ “ଗୁରୁ” ଉନ୍ମୋଚିତ

masiha

ଚିଚିଆ ଗାଁ ରେ ଜଣେ ଯୁବକ ଙ୍କ ଆତ୍ମହତ୍ୟା 

masiha

Leave a Comment

error: Content is protected !!