ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ୱେଷା ପରିଵାରର ୧୦୧ ତମ ସାମୂହିକ ଜନ୍ମଦିନ ପାଳନ 

ଅନ୍ୱେଷା ପରିଵାରର ୧୦୧ ତମ ସାମୂହିକ ଜନ୍ମଦିନ ପାଳନ 

ରାଉରକେଲା: ଅନ୍ବେଷା ପରିବାର ତରଫରୁ ୧୦୧ତମ ସାମୁହିକ ଜନ୍ମ ଦିବସ ପାଳନ ଜଗଦା ସ୍ଥିତ ମାନବ ସେଵା ପ୍ରତିଷ୍ଠାନ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନଵିକ ଅଧିକାର ସଂଗଠନ ର ମୁଖ୍ୟ ଇଂ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଳବ୍ ରାଉରକେଲା ର ସଭାପତି ଗୌରୀ ନାଗ ଯୋଗ ଦେଇଥିଲେ। ଅନ୍ୟାନ୍ୟ ବିଶେଷ ଅତିଥି ଗଣଙ୍କ ମଧ୍ୟରେ ବରିଷ୍ଠ ଶିଶୁ ସାହିତ୍ୟିକ ଉପେନ୍ଦ୍ର ବସ୍ତିଆ, ପୂର୍ଣ୍ଣଚନ୍ଦ୍ର ବେହେରା, ସମାଜସେବୀ ଶ୍ରୀମତୀ ଗୌରୀ କୁମ୍ଭାର, ତରୁଲତା ଵିଶ୍ୱାଳ, ସୁମତି ନାୟକ, ସତ୍ୟବାନ୍ ସାହୁ,ଜୟପ୍ରକାଶ ଜୋସିଲା ପ୍ରମୁଖ ଉପସ୍ଥିତ ରହି ମାନଵ ସେଵା ପ୍ରତିଷ୍ଠାନ ର ଅନ୍ତେବାସୀଙ୍କ ସହ ମାସିକ ଜନ୍ମୋତ୍ସବ ପାଳନ କରିଥିଲେ । ପ୍ରତି ମାସ ପରି ଚଳିତ ମଇ ମାସରେ ଜନ୍ମ ହୋଇଥିବା ଅନ୍ତେବାସୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ସିଙ୍ଗାପୁର ର ଶ୍ରେୟଷ ଖୁଣ୍ଟିଆ,ନମିତା ପାତ୍ର,ଲଳିତା ମିତ୍ତଲ ଏବଂ ସରୋଜ ଶତପଥି ଉପସ୍ଥିତ ରହି ନ ପାରିଲେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ପରୋକ୍ଷ ରୂପେ ଯୋଗଦାନ କରିଥିଲେ ।

କାର୍ଯ୍ୟକ୍ରମ ର ପ୍ରଥମ ଚରଣରେ ଅନ୍ୱେଷା ପରିଵାର ର ଟ୍ରଷ୍ଟି ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ମାନଵ ସେଵା ପ୍ରତିଷ୍ଠାନ ର ଅନ୍ତେବାସୀ ଶିଶୁ କଳାକାର ମାନଙ୍କ ମଧ୍ୟରେ ସୁଶ୍ରୀ ଆଞ୍ଚଲ ସାହୁ, ବିନାୟକ ମହାକୁଡ଼,ତାପସ ଚକ୍ରବର୍ତ୍ତୀ, ରଶ୍ମିତା ପଣ୍ଡା ଓ ପ୍ରତୀକ୍ଷା ପି. ମରିସା ପ୍ରମୁଖ ତୃପ୍ତି ଭୂମିଜଙ୍କ ନିର୍ଦ୍ଦେଶନାରେ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା ସମବେତ ଜନ୍ମବାର୍ଷିକୀ ଉତ୍ସବ ର ଆୟୋଜନ ପାଇଁ ଶ୍ରୀ ପଣ୍ଡାଙ୍କୁ ସାଧୁବାଦ ଜଣାଇବା ସହ ମାନଵିକ ଅଧିକାର ସହ ଜଡ଼ିତ ଶିଶୁ ଙ୍କ ସାମାଜିକ ସୁରକ୍ଷା ଉପରେ ସଚେତନତା ମୂଳକ ବାର୍ତ୍ତା ପରିବେଷଣ କରିଥିଲେ ।ଶିଶୁ ସାହିତ୍ୟିକ ଶ୍ରୀ ବସ୍ତିଆ ଶିଶୁ ସମାଜ ଉପରେ ପ୍ରେରଣାଦାୟୀ କବିତା ଆବୃତ୍ତି କରିଥିବା ବେଳେ, ଶ୍ରୀ ବେହେରା ଶିଶୁ ମାନଙ୍କୁ ଅନେକ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ। ଶ୍ରୀମତୀ ନାଗ ନିଜର ବକ୍ତବ୍ୟ ରେ ଶିଶୁ ମାନଙ୍କୁ ଅନୁପ୍ରାଣୀତ କରିଥିଲେ। ସମସ୍ତ ନିମନ୍ତ୍ରିତ ଅତିଥି ଗଣ ନିଜ ନିଜର ସାରଗର୍ଭକ ଉଦବୋଧନ ରେ ଜୀବନ ରେ ଜଣେ ଜଣେ ଭଲ ମଣିଷଟିଏ ହେବା ସହ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ଜୟପ୍ରକାଶ ଓ ଶ୍ରୀମତୀ ପୂଜା ପ୍ରସାଦ ଜନ୍ମଦିନ କେକ୍ ପ୍ରସ୍ତୁତି କରି ପରିବେଷଣ କରିଥିଲେ । ମାନବ ସେଵା ପ୍ରତିଷ୍ଠାନ ର ମୁଖ୍ୟ ପ୍ରଫେସର ଶଶିକାନ୍ତ ଆଚାର୍ଯ୍ୟ ଓ ସଞ୍ଚାଳିକା ହେମନ୍ତା ତାଣ୍ଡିଆ ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାରର ସମର୍ଥନ ଯୋଗାଇ ଦେଇଥିବାବେଳେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଦୁର୍ଯୋଧନ ପାତ୍ର, ଧରିତ୍ରୀ ପାତ୍ର ଏଵଂ ଅନ୍ତେବାସୀ ଙ୍କ ପକ୍ଷରୁ ସୁଶ୍ରୀ ରାଧା ସ୍ୱାଇଁ, ସରସ୍ଵତୀ ପାତ୍ର, ନନ୍ଦିନୀ ସାହୁ, ଶ୍ରଦ୍ଧା ଦାସ, ନିମିଶା ଲୁଗୁନ,ସଞ୍ଜୟ କେରକେଟା ଓ ଆଦିତ୍ୟ ନାଏକ ପ୍ରମୁଖ ପଙ୍କ୍ତି ଭୋଜନ ପ୍ରସ୍ତୁତି ତଥା ପରିବେଷଣ ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ତରୁଲତା ଵିଶ୍ୱାଳ, ରଞ୍ଜନ ସାହୁ,ନିବେଦିତା ହଳଧର ଓ ଜନ୍ମେଜୟ ଦାସ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନ ର କୋଷାଧକ୍ଷ ଦିବାକର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉପର ତେଲେଙ୍ଗା ବଜାର ପୂଜା କମିଟି ଓ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ପ୍ରତ୍ୟାବର୍ତ୍ତନ // ସଫଳ ଅସ୍ତ୍ରୋପଚାର ଚକ୍ଷୁ ରୋଗୀ ଙ୍କୁ ସ୍ୱାଗତ କଲା ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ

Sunil Chandra Nayak

ନବ ନିଯୁକ୍ତ ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ନାଗରିକ ସମ୍ବର୍ଦ୍ଧନା।ଯୋଜନା ଗୁଡିକର ସଫଳ ରୂପାୟନ ଓ ଗତିଶୀଳ କରିବା ପାଇଁ ପ୍ରୟାସ କରାଯିବ

Sunil Chandra Nayak

Leave a Comment

error: Content is protected !!