ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ବୁଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

କଲ୍ୟାଣସିଂହପୁର -୨୮/୧/୨୪ // ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ ଠାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ଅମ୍ବ୍ରିତା କାଡ୍ରାକା ଯୋଗଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜାକା, କ ଜୋନର ଜିଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ , ସ୍ଵତ୍ୱନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବନମାଳି କାଡ୍ରାକା,ସରପଞ୍ଚ ଶ୍ରୀରାମ କାଡ୍ରାକା , ନାଏବ ସରପଞ୍ଚ କାନ୍ତେ ହିମିରିକା, ଜିଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ବଛା ,କଲ୍ୟାଣସିଂହପୁର ପଞ୍ଚାୟତ ସରପଞ୍ଚ ଗୌତମ୍ ବାର୍ଲି , ସମିତି ସଭ୍ୟା ମିନାକା ପଦ୍ମା, ସ୍ଥାନୀୟ ବରିଷ୍ଠ ସମାଜସେବୀ ଗୋପୀ ପେରିଶିକା, ଲକି ନାଚିକା, ବନ୍ଧୁ ପ୍ରାସ୍କା , ସମ୍ବୁ କୁରିଆ, ବୈଦ କାଡ୍ରାକା, ଯୁବ ସମାଜସେବୀ ସଞ୍ଜୟ କୁମାର ପ୍ରଧାନ, ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ । ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ପଞ୍ଚାୟତରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଏବଂ ସରକାର ଙ୍କ ବିଭିନ୍ନ ଜନ ହିତକର ଯୋଜନା ବାବଦରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ଅଭିଭାଷଣରେ କହିଥିଲେ ତା ସହ ଦେବଗିରି କଳା ପରିଷଦ ଓ ନୀଳକଣ୍ଠେଶ୍ଵର ଲୋକକଳା ଦଳ ସଂକୀର୍ତ୍ତନ ଓ ପାରମ୍ପରିକ ଆଦିବାସୀ ଭାଷାରେ ସଚେତନ ମୂଳକ ନୃତ୍ୟ ସଙ୍ଗୀତ ଗାନ କରି କଳା ପ୍ରଦର୍ଶନ କରିଥିଲେ। ୧୩ଟି ପ୍ରକଳ୍ପ ପାଇଁ ୫୦ଲକ୍ଷ ଟଙ୍କା, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୫୮୪ ପରିବାରକୁ ଅନ୍ତର୍ଭୁକ୍ତ କରିଥିବା ବେଳେ ୫ ହିତାଧିକାରୀ ଉପକୃତ , ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେ ୬ଟି ପ୍ରକଳ୍ପ ପାଇଁ୪୨ଲକ୍ଷ ଟଙ୍କା , ୭୮ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ,୫୯୯ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା,୭୩ଟି ମିଶନ ଶକ୍ତି ଗୋଷ୍ଟିଙ୍କୁ ମୋଟ୨୩୩ଲକ୍ଷ ଟଙ୍କାର ବିନା ସୁଧରେ ମିଶନ ଶକ୍ତି ସହାୟତାରେ ଋଣ ପ୍ରଦାନ, ୧୫୮୪ ପରିବାରକୁ ରେସନ କାର୍ଡ, ୧୯୦ଗର୍ଭବତୀଙ୍କୁ ମମତା ଯୋଜନାରେ ସହାୟତା, ଆମ ବ୍ୟାଙ୍କ, ଲକ୍ଷ୍ମୀ ବସ ଯୋଜନା,୫ଟି ରେ ୩୯ଲକ୍ଷ ଟଙ୍କା ବିନିମୟରେ ଓଡିଶା ଆଦର୍ଶ ବିଦ୍ୟାଳୟର ରୂପାନ୍ତରିକରଣ, ସହାୟକ ଗୋଷ୍ଠୀ ଦ୍ୱାରା ବାଉଁଶ ହସ୍ତଶିଳ୍ପ,କୁକୁଡ଼ା ଓ ଛେଳି ଚାଷ, ଆଦର୍ଶ ଅଙ୍ଗନବାଡି କେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ୍ରନ ମାଧ୍ୟମରେ ଔଷଧ ବଣ୍ଟନ, ସୌର ଚାଳିତ ରାସ୍ତା ଆଲୋକୀକରଣ ଓ ପାନୀୟ ଜଳ ଯୋଗାଣ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରେ ମନ୍ଦିର ଉନ୍ନତି କରଣ,ବସୁଧା ଯୋଜନା, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଅଜୈବିକ ପୃଥକୀକରଣ କେନ୍ଦ୍ର ଓ ଆମ ବସ ଷ୍ଟପ,ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସଡକ ଯୋଜନା ବିଷୟରେ କହିବା ସହିତ ଭିଡିଓ ମାଧ୍ୟମରେ ପ୍ରଦର୍ଶନୀ କରିଥିଲେ । ଏଥିରେ ୭ଟି ବିଭାଗ ପକ୍ଷରୁ ଷ୍ଟଲ କରାଯାଇଥିଲା । ବିଭିନ୍ନ ସାଂସ୍କୃତିକ ଦଳଙ୍କୁ ଅତିଥି ମାନଙ୍କ କରକମଳରେ ସାର୍ଟିଫିକେଟ ଓ କପ୍ ପ୍ରଦାନ କରାଯାଇଥିଲା। ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, କନିଷ୍ଠ ଯନ୍ତ୍ରୀ ମୋନାଲିସା ପଣ୍ଡା, ପଞ୍ଚାୟତ ଅଧିକାରୀ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଯୋଗାଣ ସହାୟକ କୃଷ୍ଣ ଚନ୍ଦ୍ର ବଛା ଙ୍କ ସମେତ ବ୍ଲକ ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଅନେକ ଜନ ସାଧାରଣଙ୍କ ଭିଡ଼ ଜମିଥିଲା।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମପ୍ରାଣା ପଦ୍ମତୋଳା ସେନାପତିଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

Sunil Chandra Nayak

ରବି ଫସଲ ର ବିହନ ଠିକ ସମୟରେ ଯୋଗେଇ ଦେବା ନିମନ୍ତେ ମହିଳା ଜନସୁରକ୍ଷା ମଞ୍ଚ ପକ୍ଷରୁ ଦାବୀପତ୍ର

Sunil Chandra Nayak

ଫାଇଲେରିଆ ଔଷଧ ସେବନ ଓ ସଚେତନତା ଶିବିର ଉଦଘାଟନ

masiha

Leave a Comment

error: Content is protected !!