ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର 

ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର 

ବନ୍ଧୁଗାଁ ତ,୨୮/୧/୨୪,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ନିଲାବାଡ଼ି ଆଲୋମଣ୍ଡା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ସତାଧିକ ଗ୍ରାମ ବାସୀଙ୍କ ଉପସ୍ଥିତ ଥିବାବେଳେ କୌଣସି ଜଣେ ବି ସ୍ତାନୀୟ ପ୍ରସାସନିକ ତଥା ବିଭାଗିୟ ଅଧିକାରୀ ଉପସ୍ଥିତ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା I ଏହି ଅବସରରେ ସରକାରୀ ସରକାରୀ ଯୋଜନା ସମ୍ଫର୍କରେ ପ୍ରଚାରପ୍ରସାର ପାଇଁ ଖୋଲାଯାଇଥିବା ୬ଟି ଷ୍ଟୋଲ ମଧ୍ୟରୁ ମାତ୍ର ୩ଟି ଷ୍ଟୋଲରେ ଅଙ୍ଗନବାଡ଼ି କର୍ମି ନିଜର ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ରଦର୍ସିତ କରିବା ସହିତ ମିଶନ ଶକ୍ତିର ସିଆରପି ଓ ଆସକର୍ମି ମାନେ ଉପସ୍ଥିତ ଥିଲେ I ସ୍ତାନୀୟ ନିଲାବାଡ଼ି ପଞ୍ଚାୟତର ସରପଞ୍ଚ ୱାଟାକା ସଭାପତୀତ କରିଥିବା ବେଳେ ଆଲୋମଣ୍ଡା ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିନ୍ୟାକା ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଆଜିର ସଭା କାର୍ଯ୍ୟକୁ ଆଗକୁ ନେଇଥିଲେ I ଏଥିରେ ରହିଥିଲେ ଆଲୋମଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଗୌରୀ ମେଲେକା, ନୟାବ ସରପଞ୍ଚ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ସରିତା ସାରଥୀ, ବନ୍ଧୁଗାଁ ବ୍ଲକର ବିଜେଡି ସଭାପତି ବାଲା ନାଗି, ବିଜେପି ଦଳରେ ପଞ୍ଚାୟତ ସଭାପୋତି, କଂଗ୍ରେସ ଦଳର ପଞ୍ଚାୟତ ଶୋଭାପତି ଓ ଜିପିଓ ଶ୍ରୀନିବାସ ପୋଟ୍ଟ ନାୟକ, ମିଶନ ଶକ୍ତି ବିଭାଗର ବିପିସି ବି. କେ. ପ୍ରଦୀପ କୁମାର, ମୂର୍ତ୍ତିକା ସଂରକ୍ଷଣ ବିଭାଗର ଶୁଭେନ୍ଦୁ ପାତ୍ର, ଆଲୋମଣ୍ଡା କ୍ଳଷ୍ଟରର ଶିଶୁ ବିକାଶର ସୁପର ବାଇଜର -ଓ ସନ୍ନମାନିତ ଅତିଥିବିଭାବେ ଉପସ୍ଥିତ ହୋଇଥିବା ସମସ୍ତ ବୁଦ୍ଧିଯିବି ଓ ବଡ଼ ସରୋପଲି ପଞ୍ଚାୟତର ନାୟବ ସରପଞ୍ଚ ସରପଞ୍ଚ ଉର୍ଲାକା, ପିଇଓ ସାଇ ପଟ୍ଟନାୟକ, ଶିଶୁ ବିକାଶର ସୁପର ବାଇଜର ସୁମନ୍ତ ଖୋସଲା, ଏ.ଏନ.ଏମ ସତ୍ୟଭାମା ରାଉତ, ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି ମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଲାବାଡ଼ି, ଅଗ୍ନିଗଙ୍ଗାମା ମନ୍ଦିର ନିର୍ମାଣ ପାଇଁ ୨ କୋଟି,, ପଞ୍ଚାୟତକୁ ଲୋଷ୍ମୀ ବସ ସେବା, ସବୁ ଗାଁକୁ ପିଚୁ ରାସ୍ତା, ସରକାରୀ ଏସ.ଏସ.ଡ଼ି. ବାଳିକା ବିଦ୍ୟାଳୟକୁ ୫ଟି ମାଧ୍ୟମରେ ସ୍ମାର୍ଟ କ୍ଳାସ ତିଆରି, ଆଦର୍ସ ବିଦ୍ୟାଳୟ ନିର୍ମାଣ, ବାଲ୍ୟ ବିବାହ ବଣ୍ଡ କରିବା, ନୂତନ ଭାବେ କିଶୋରୀ ବାଳିକା ମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ରଦାନ, ଗର୍ଭବତୀ ମହିଳାଙ୍କୁ ୫ ହଜାର ଟଙ୍କା ପ୍ରଦାନ, ପ୍ରସତୀ ପରେ ଲେବର କାର୍ଡ ଧାରୀ ମହିଳାଙ୍କୁ ୧୦ ହଜାର ନଗଦ ପ୍ରଦାନ କରିବା, ସ୍ୱାସ୍ତ୍ୟ କାର୍ଡ ପ୍ରଦାନ ଏସ.ଏଚ.ଜିକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ସୋହାୟତା, ମୂର୍ତ୍ତିକା ସଂରକ୍ଷଣ ପାଇଁ ପୋଖରୀ ଖୋନନ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାଇକେଲ ପ୍ରଦାନ ଓ ପିଡ଼ିଏସ କାର୍ଡଧାରୀଙ୍କୁ ଚାଉଳ ଯୋଗାଈଦେବା ସହିତ ଆଲୋମଣ୍ଡା ଉଚ୍ଚ ବିଦ୍ୟାଳୟକୁ ସୌନ୍ଦର୍ଯ୍ୟ କରଣ, ଆଲୋମଣ୍ଡା ବିଦ୍ୟାଳୟକୁ ପାଚେରୀ ଓ ସୌନ୍ଦର୍ଯ୍ୟ କରଣ ସହିତ ନୂତନ ଶ୍ରେଣୀଗୃହ ଇତ୍ୟାଦି ସୁବିଧା ଯୋଗାଈ ଦିଆଯିବା ସହିତ ଜନହିତକର ଯୋଜନା କୋରାଯାଇଥିବା ନେଇ ଜଣାଇଥିଲେ I ଏହି ସଚେନତା କାର୍ଯ୍ୟ କ୍ରମରେ ପିଇଓ ଶ୍ରୀ ପ୍ରବୀଣ କୁମାର ସାହୁକାରଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ବନ୍ଧୁଗାଁ ପଞ୍ଚାୟତର ପିଇଓ ଶ୍ରୀ ରାମଚନ୍ଦ୍ର ମେଲେକା ସଭାକୁ ପରିଚାଳନାର ସାହାଯ୍ୟ କରିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସୂଚନା ଅଧିକାର ଆଇନର ବ୍ଯବହାର ବ୍ୟାପକ ହେଉ — ଗୌତମ ରାୟ

Sunil Chandra Nayak

ଅବିନାଶ ପାଢ଼ୀ ଓପି ଏସ ସି ଡାକ୍ତରୀ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ,ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ

masiha

ବାଂଲାଦେଶୀ ଝିଅ ବାଲେଶ୍ଵରରେ, ଦାବି କଲେ ବାଲେଶ୍ଵର ବୋହୂ ହେବାକୁ

masiha

Leave a Comment

error: Content is protected !!