ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ 

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ 

ବସ୍ତା ,27/1ରୂପସା ଥାନା କସିପଦା ପଞ୍ଚାୟତ ଅନ୍ତର୍ଗତ ଅlଗମୌଦା ଗ୍ରାମର ଜଣେ ବୃଦ୍ଧା ଗତ କାଲି ରାତିରେ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି l ମୃତ ବୃଦ୍ଧା ହେଲେ ଏହି ଗ୍ରାମର ସ୍ବର୍ଗତ ଗୌରହରି ବେହେରାଙ୍କ ସ୍ତ୍ରୀ ସଜନୀ ମଣି ବେହେରା (72) l ସେ ବାସନ ଧୋଇବା ସମୟରେ ଅସାବଧାନତାବଶତଃ ପୋଖରୀରେ ବୁଡି ଯାଇଥିଲେ l ଗାଁଲୋକେ ଉଦ୍ଧାର କରି ତାଙ୍କୁ ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ହେଲେ ଗତ କାଲି ବିଳମ୍ବିତ ରାତିରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ l ଏ ସଂକ୍ରାନ୍ତରେ ଶନିବାର ମଧ୍ୟାହ୍ନ ସମୟରେ ପୋଲିସ ଏକ ଅପମୃତ୍ୟୁ ମାମଲା ନଂ 4/24 ରୁଜୁ କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଇଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆସିକା ବିଭିନ୍ନ ସ୍ଥାନରେ ସାବିତ୍ରୀ ପୂଜା ଅନୁଷ୍ଠିତ

ଦୂର ହେଉନି ରାସ୍ତା ମରାମତି ସମସ୍ୟା, ଲୋକେ ହେଉଛନ୍ତି ହିନସ୍ତା

Sunil Chandra Nayak

ଜିଲ୍ଲା ସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ – ୨୦୨୪

masiha

Leave a Comment

error: Content is protected !!