ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଯୁବ ମହୋତ୍ସବରେ ପାଇଥିବା ଭାରତ ପତାକା ସ୍ମୃତି ଫଳକ ମୋ ଜୀବନ ମାନଦଣ୍ଡର ଏକ ଶ୍ରେଷ୍ଠ ଉପଲବ୍ଧି : ଯୁବ ସମାଜସେବୀ ଆଶୀର୍ବାଦ

କଟକ ସଦର,(ମନିସ),୨୨/୦୧ : କର୍ଣ୍ଣାଟକର ହୁବଲୀ ଠାରେ ଜାନୁଆରୀ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୨୬ତମ ଜାତୀୟ ଯୁବ ମହୋତ୍ସବରେ(କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାର) ଯୋଗଦାନ କରି କୁଲିତା ଟୁକୁରା (ଗାନ୍ଧୀ ଟିକିରା) ର ଆଶୀର୍ବାଦ ମହାପାତ୍ର (ଅନୁପ) ତାଙ୍କ ଗାଁ ମାଁ ମାଟି ପାଇଁ ଗୌରବ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନୀ ସଭାରେ ଯୋଗଦାନ କରିବା ସହିତ ଯୁବକମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ମହୋତ୍ସବରେ ଭାରତର ସମସ୍ତ ରାଜ୍ୟମାନଙ୍କରୁ ୭୫୦୦ ଜଣ ଯୁବ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଆଶୀର୍ବାଦ ଏଥିରେ ଆଦିବାସୀ ମାନଙ୍କ ଜୀବନଶୈଳୀ ଉପରେ ତାଙ୍କ ଲୋକନୃତ୍ୟ ପ୍ରଦର୍ଶିତ କରି ଖୁବ ପ୍ରଂଶସିତ ହୋଇଥିଲେ । ଏଥି ସହ ସେ ଆର୍ଟିଫିସିଆଲ ରକ କ୍ଲାଇମିଙ୍ଗ ଓ ଏଭିଏସନରେ କୃତିତ୍ୱର ସହ “ଏ” ଗ୍ରେଡ ହାସଲ କରିଥିଲେ । ଜାତୀୟ ସ୍ତରର ପର୍ବତାରୋହୀ ଆଶୀର୍ବାଦ ମାତ୍ର ୧୪ ସେକେଣ୍ଡ ସମୟରେ ତାଙ୍କ ରକ କ୍ଲାଇମିଙ୍ଗ ସମାପନ କରି ନିଜ ଉତ୍ତମ ଅନୁଭବ, କୌଶଳ ତଥା ଦକ୍ଷତାର ପରିଚୟ ଦେଇଥିଲେ । ଏହି ମହୋତ୍ସବ ଅବସରରେ କର୍ଣ୍ଣାଟକର ୩୩ ଟି ଭିନ୍ନ ଭିନ୍ନ ସ୍ଥାନରେ ୪,୦୫,୨୫୫ ଜଣ ଯୋଗ କରି ଗ୍ରୀନିଜ ବୁକରେ ସ୍ଥାନ ହାସଲ କରିଥିଲେ । ସୂଚନାଯୋଗ୍ୟ କି ଆଶୀର୍ବାଦ ମହାପାତ୍ର (ଅନୁପ) ବରଗଡ଼ ନେହେରୁ ଯୁବା କେନ୍ଦ୍ରର ଜଣେ ସଦସ୍ୟ । ଏହି ସଂଗଠନର ଜିଲ୍ଲାଧିକାରୀ ଶ୍ରୀ ରୋଶନ ଟଣ୍ଡନ, ଉପଦେଷ୍ଟା କମିଟୀ ମେମ୍ବର ଶ୍ରୀ ତ୍ରିଲୋଚନ ଶତପଥୀ ଆଶୀର୍ବାଦଙ୍କୁ ଦେଶ ପାଇଁ କିଛି କରିବାକୁ ସଦା ସର୍ବଦା ପ୍ରେରଣା ତଥା ସହଯୋଗ ଯୋଗାଇ ଆସୁଛନ୍ତି । ଆଶୀର୍ବାଦ ତାଙ୍କ ସମାଜ ଉପଯୋଗୀ କାର୍ଯ୍ୟ ପାଇଁ ତାଙ୍କ ଗାଁ ଗାନ୍ଧୀ ଟିକିରା ତଥା ତାଙ୍କ କୁଲିତା ଟୁକୁରା ଗ୍ରାମ ପଞ୍ଚାୟତରେ ବେଶ ଜଣାଶୁଣା । ତାଙ୍କ ସଫଳତାରେ ତାଙ୍କ ବାପା ରାମନାରାୟଣ ମହାପାତ୍ର, ମାଁ ଦମୟନ୍ତୀ ମହାପାତ୍ର, ଭାଇ ଆଦର୍ଶ ମହାପାତ୍ର, ଅବସରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଇନ୍ଦିରା ଦେଈ ତଥା ମେଣ୍ଟର, ଲେଖକ ଓ ସମାଜ ସେବୀ ଅଭିଷେକ ପଣ୍ଡା ମାର୍ଗଦର୍ଶକ ସାଜି ଆସିଛନ୍ତି । ଜଣେ ଅନନ୍ୟ ପ୍ରତିଭାଶାଳୀ ଯୁବକ ହିସାବରେ ଓଡ଼ିଶା ତଥା ଭାରତ ପାଇଁ ଦେଶ ବିଦେଶରେ ସୁନାମ ଅର୍ଜନ କରିବା ତାଙ୍କ ଜୀବନର ଲକ୍ଷ୍ୟ । ଜାତୀୟ ଯୁବ ମହୋତ୍ସବରେ ପାଇଥିବା ଭାରତ ପତାକା ସ୍ମୃତି ଫଳକ ତାଙ୍କ ଜୀବନର ଏକ ଶ୍ରେଷ୍ଠ ଉପଲବ୍ଧି ବୋଲି ଆଶୀର୍ବାଦ କୁହନ୍ତି ଓ ଦେଶ ସେବା ପାଇଁ ସେ ସଦା ସର୍ବଦା ତତ୍ପର ଥାନ୍ତି ବୋଲି କହିଥାନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

ମହୁଲଡିହାଁ ସତସଙ୍ଗ କେନ୍ଦ୍ର ଠାରେ ଯୁବ ସଚସଙ୍ଗୀଙ୍କ ଦ୍ବାରା ଶ୍ରୀ ଶ୍ରୀ ଠାକୁରଙ୍କ ର ଭାଦ୍ରବ ସତସଙ୍ଗ ଅନୁଷ୍ଠିଚ

Sunil Chandra Nayak

ଆଦିବାସୀ ଭବନର ଶୁଭ ଉଦ୍ଘାଟନ 

masiha

Leave a Comment

error: Content is protected !!