ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବହେଳିତ ପାଡେପଦର ଗ୍ରାମ ପଞ୍ଚାୟତ

ଥୁଆମୂଳ ରାମପୁର:୨୨/୦୧ – (ମ.ନି.ସ):- ଲୋକଙ୍କ ଗମନାଗମନ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ବ୍ଯୟ ବରାଦ କରାଯାଉଛି। ସେ ଅନୁସାରେ ରାସ୍ତା ଘାଟରେ ଉନ୍ନତି ହେବା ନାଁଗନ୍ଧ ଧରୁନାହିଁ। ଦୁର୍ଗମ ଅଞ୍ଚଳର ଅବସ୍ଥା ନକହିବା ଭଲ,ଏବେ ମଧ୍ୟ ଲୋକେ ହନ୍ତସନ୍ତ ଭାବରେ ଜୀବନ ଅତିବାହିତ କରୁଛନ୍ତି। ସରକାରଙ୍କ ପକ୍ଷରୁ କହୁଛନ୍ତି ଯେ, ଗ୍ରାମାଞ୍ଚଳରୁ ଗ୍ରାମପଞ୍ଚାୟତ କୁ ରାସ୍ତା ସଂଯୋଗ କରାଯିବ, ହେଲେ ଆଉ କେତେ ବର୍ଷ ଗଲାପରେ ଦୁର୍ଗମ ଅଞ୍ଚଳ ଲୋକଙ୍କ ପାଇଁ ରାସ୍ତା ଘାଟ ସୁବିଧା କରାଯିବ ସେନେଇ ଅନେକ ସମୟରେ ଆଲୋଚନା ଜୋର ଧରିଛି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀ ଓ ହରିଜନ ଲୋକେ ବିଶେଷ କରି ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି। ଏମାନଙ୍କ ପାଇଁ ପ୍ରାୟତଃ ପ୍ରତ୍ୟେକ ସୁବିଧା ପ୍ରହସନ ପାଲଟିଛି। ସେଥିମଧ୍ୟରୁ ବିଶେଷ କରି ରାସ୍ତା ଘାଟ ଅଭାବ ଯୋଗୁଁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରହିବା ନିତିଦିନିଆ ଘଟଣା, ଦୁର୍ଗମ ଅଞ୍ଚଳ ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମହିଳା ସ୍ବାସ୍ଥ୍ୟ କର୍ମୀ ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ଅଛନ୍ତି। ହେଲେ ସେମାନଙ୍କୁ ରହିବା ପାଇଁ କିମ୍ବା ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସେବାକେନ୍ଦ୍ରର କୌଣସି ବ୍ଯବସ୍ତା ନାହିଁ। ଦୁର୍ଗମ ଅଞ୍ଚଳ ଗରିବ ଲୋକେ ବିଭିନ୍ନ ସମସ୍ୟା ଭିତରେ ବୁଡି ରହିଛନ୍ତି ନାଅଛି ଗମନାଗମନ ସୁବିଧା ନାଅଛି ସ୍ବାସ୍ଥ୍ୟ କର୍ମୀ ବାସଗୃହ ଏଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ଗ୍ରାମଞ୍ଚଳରେ ବସବାସ କରୁଥିବା ଲୋକେ। ବିକାଶ ନାଁରେ ବିନାଶ ଆଡକୁ ମୁହାଁଇଛି ଗ୍ରାମଞ୍ଚଳ। ଏହାକୁ ଅନୁଧ୍ୟାନ କରିବା ପାଇଁ କାହା ପାଖରେ ସମୟ ନାହିଁ। ଉପରୁ ତଳୁ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। କୋଟିକୋଟି ଟଙ୍କା ବ୍ଯୟ ହୋଇଥିବା ସ୍ବତ୍ବେ ଆଜି ମଧ୍ୟ ଗ୍ରାମାଞ୍ଚଳ ଲୋକେ ରାସ୍ତା ଘାଟର ସୁବିଧା ପାଇପାରିଲେ ନାହିଁ। ଘଞ୍ଚ ଜଙ୍ଗଲ ଭିତରେ ଥିବା ସେହି ବିପଦ ସଂଙ୍କୁଳ ରାସ୍ତା ଦେଇ ଲୋକେ ଚଳପ୍ରଚଳ ହେଉଛନ୍ତି। ଏହି ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ପାଡେପଦର ଗ୍ରାମପଞ୍ଚାୟତ ଏହି ପଞ୍ଚାୟତ ବିଭିନ୍ନ ସମସ୍ୟା ଘେରରେ ଏବେ ଜର୍ଜରିତ। ଏହି ଗ୍ରାମପଞ୍ଚାୟତରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ରହିବା ପାଇ ବାସଗୃହ କିମ୍ବା ସ୍ବାସ୍ଥ୍ୟ କେନ୍ଦ୍ର ଅବସ୍ଥାରେ ଉନ୍ନତି ନାହିଁ, ଗମନାଗମନ କ୍ଷେତ୍ରରେ ବହୁପଛରେ ଏଭଳି ରାସ୍ତା ଘାଟର ଅବସ୍ଥା ଶୋଚନୀୟ ବିପଦ ସଂଙ୍କୁଳ ରହିଅଛି। ଏହି ଅଞ୍ଚଳରେ ରାସ୍ତା ଘାଟ କାର୍ଯ୍ଯ ଯାହାବି ଚାଲିଛି ତାହା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଇଛାରେ ଯାହାଫଳରେ ସେହି ରାସ୍ତାର ଅବସ୍ଥା ଅଳ୍ପ ଦିନ ମଧ୍ୟରେ ଭୁଷୁଡି ପଡୁଛି। ଅନ୍ଯପକ୍ଷେ ଦେଖିବାକୁ ଗଲେ ପାଡେପଦର ଗ୍ରାମପଞ୍ଚାୟତ ଠାରୁ ଉପରଚୁପରୀ ଗ୍ରାମକୁ ସଂଯୋଗ କରୁଥିବା ୪ କିଲୋମିଟର ରାସ୍ତା ବିପଦ ସଂଙ୍କୁଳ ଅବସ୍ଥାରେ ରହିଅଛି। ଯାହାକି ବାଗ ଡୁମାନ ଘାଟି ଏହି ଘାଟି ରାସ୍ତା ଖାଲଖମାର ହୋଇ ରହିଛି ତାହାପୁଣି ବିପଦ ସୃଷ୍ଟି କରୁଛି। ସେହି ରାସ୍ତାରେ ଲୋକେ ନିତି ଦିନ ଯିବାଆସିବା କରୁଛନ୍ତି। ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି କି ବିକାଶ ରାଜ୍ଯରେ ପୁଣି ବିଭିନ୍ନ ସମସ୍ୟା ପୁରିରହିଛି କାହିଁକି ? ଶାସକ ଦଳର କିଛି ନେତା ବାହାସ୍ସଟ ମାରି କହୁଛନ୍ତି ଯେ ଲୋକଙ୍କୁ ସବୁବେଳେ ସୁବିଧା ଯୋଗାଇ ଆସୁଅଛୁ। ତେବେ ଏହି ଦୃଶ୍ଯକୁ ଯିଏ ଦେଖିବ ସେହିଁ ବିଶ୍ୱାସ କରିବ ସରକାରଙ୍କ ବିକାଶ କେତେ ଦୂର ପହଞ୍ଚିଛି। ପ୍ରହସନ ପାଲଟିଛି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ। ପାଡେପଦର ଗ୍ରାମପଞ୍ଚାୟତ ବିଭିନ୍ନ ସମସ୍ୟାରେ ଜର୍ଜରିତ ରହିଛି। ରାସ୍ତାଘାଟ ଓ ସ୍ବାସ୍ଥ୍ୟ ସେବା ଉପରେ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ଗୁରୁତ୍ୱ ଦେଇ ଏହାର ସମାଧାନ କରି ଲୋକଙ୍କୁ ସୁବିଧା ଯୋଗାଇଦେବା ପାଇଁ ଅଞ୍ଚଳର ଲୋକେ ଅନୁରୋଧ କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜାତୀୟ ସଡକ ସୁରକ୍ଷା ସପ୍ତାହ ୨୦୨୩ ପାଳନ

Sunil Chandra Nayak

ରାଇରଙ୍ଗପୁର ମହାବିଦ୍ଯାଳୟର ୟୂଜିସି ହଷ୍ଟେଲରେ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ସ୍ଥାନାନ୍ତର ‘ମାସା’ ତରଫରୁ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

ରାଇରଙ୍ଗପୁରରେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ବାମନଘାଟୀ ଶାଖାର କର୍ମଚାରୀଵୃନ୍ଦଙ୍କ ବିଭିନ୍ନ ଦାବିନେଇ କଳାବ୍ୟାଚ ପରିଧାନ 

masiha

Leave a Comment

error: Content is protected !!