ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଉଳ ଓ ଟଙ୍କା ଆତ୍ମସାତ କଲେ ପ୍ରଧାନ ଶିକ୍ଷକ, ଗ୍ରାମବାସୀ କଲେ ଅଭିଯୋଗ 

ଚାଉଳ ଓ ଟଙ୍କା ଆତ୍ମସାତ କଲେ ପ୍ରଧାନ ଶିକ୍ଷକ, ଗ୍ରାମବାସୀ କଲେ ଅଭିଯୋଗ 

ବାଲେଶ୍ଵର,୦୮/୯/୨୩- ଆଜିର ପିଲା କାଲିର ଭବଷ୍ୟତ ସେଥି ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ସର୍ବଶିକ୍ଷା ଅଭିଯାନରେ ପିଲା ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରାଯାଉଅଛି । ଓଡିଶା ସରକାର 5T ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଦ୍ୟାଳୟର ରୂପ ରେଖ ପରିବର୍ତ୍ତନ କରିଚାଲିଛନ୍ତି । ପିଲା ମାନଙ୍କର ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଜୋତା, ବହି, ପୋଷାକ ଠାରୁ ସାଇକେଲ ଓ ଖାଦ୍ୟ ମଧ୍ୟ ଯୋଗେଇ ଦେଉଛନ୍ତି, କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ କାଳିକ ପଞ୍ଚାୟତର ହାତୀଗଡ ଉଚ୍ଚ ବିଦ୍ୟାଳୟରେ । ହାତୀଗଡ଼ ଉଚ୍ଚ ବିଦ୍ୟାଳୟଟି ୧୯୬୫ ମସିହାରେ ସ୍ଥାପିତ ହୋଇଥିଲା ଓ ଏଠାରେ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୦୭ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ଏହି ବିଦ୍ୟାଳୟଟି 5T ସ୍କୁଲରେ ସ୍ଥାନ ପାଇଛି କିନ୍ତୁ ଏଠାରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବଂଶୀଧର ବାରିକ୍ ୨୦୨୧-୨୨ ଆର୍ଥିକ ବର୍ଷରେ କୋଭିଡ ୧୯ ସମୟରେ କୋଭିଡ ଯୋଗୁ ସରକାରଙ୍କ ତରଫରୁ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଥିଲା ଓ ପିଲା ମାନଙ୍କର ଏମ୍. ଡି. ଏମ୍ ବାବଦକୁ ଚାଉଳ ପ୍ରତି ପିଲା ପିଛା ୧୦କେଜି ୫୦୦ଗ୍ରାମ ଏବଂ ୨୦୧୯ ଟଙ୍କା ଦିଆ ଯାଉଥିଲା । କିନ୍ତୁ ୨୦୨୧/୨୨ଆର୍ଥିକ ବର୍ଷରେ ପଢୁଥିବା ୪୦ଜଣ ପିଲା ଏ ପର୍ଯ୍ୟନ୍ତ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି, ପିଲାଙ୍କୁ 2 ହଳ ଡ୍ରେସ ଦେବାର ନିୟମ ଥିଲେ ମଧ୍ୟରେ ଏକ ହଳ ଡ୍ରେସ ପିଲାଙ୍କୁ ମିଳିଛି ଓ ସେହି ପିଲା ମାନେ ଏବେ ଦଶମ ଶ୍ରେଣୀ ରେ ପାଠ ପଢୁଛନ୍ତି, ପିଲା ମାନଙ୍କ ପାଇଁ ଆସୁଥିବା ଡ୍ରେସ୍, ଜୋତା ମଧ୍ୟ ମିଳିପାରି ନାହିଁ ଓ ପିଲାମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନ ଭୋଜନ ଅତି ନିମ୍ନମାନର ହେବା ସହିତ ଅଧିକାଂଶ ଶନିବାର ମଧ୍ୟାହ୍ନ ଭୋଜନ ବନ୍ଦଥାଏ । ସବୁଠାରୁ ବଡ଼ କଥା ପ୍ରତ୍ୟେକ ପିଲା ମାନଙ୍କଠାରୁ ଅସ୍ଥାୟୀ ଶିକ୍ଷକ ପାଠ ପଢ଼ା ପାଇଁ ଓ ପରୀକ୍ଷା ବାବଦକୁ ମାସକୁ ମୋଟା ଅଙ୍କର ଅର୍ଥ ରାଶି ମଧ୍ୟ ଆଦାୟ କରାଯାଉଅଛି ବୋଲି ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି । ଏହି ସବୁ ଅର୍ଥ ପ୍ରଧାନ ଶିକ୍ଷକ ନିଜେ ଆତ୍ମସାତ କରିଛନ୍ତି । ଏ ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ପିଲା ଲମ୍ବା ହୋଇ ଥିବାରୁ ସେ ଏକ ହଳ ଡ୍ରେସ ଦେଇଥିବା କଥା ପ୍ରଧାନ ଶିକ୍ଷକ ଶ୍ରୀ ବାରିକ କହିଛନ୍ତି, ଅନ୍ୟ ଅଭିଯୋଗ ଭିତ୍ତି ହିଁନ ବୋଲି କହିଛନ୍ତି । ହାତୀଗଡ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପରିଚାଳନା କମିଟି ଏବଂ ଗ୍ରାମବାସୀ ଘେରିବା ପରେ ଘଟଣାର ତଦନ୍ତ ପାଇଁ ABEO ସୁଶାନ୍ତ ଜେନାଙ୍କ ସହିତ ଅନ୍ୟ ପାଞ୍ଚ ଜଣ ପହଂଚି ଥିଲେ, ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଚାଉଳ ଓ ଟଙ୍କା ଆତ୍ମସାତ କରି ଥିବା ସତ୍ୟ ଅଟେ, ପିଲା ମାନଙ୍କୁ ଜୋତା ନଦେଇ ଅଫିସ ରୋମରେ ରଖିଥିବା, ଅଫିସ ରୁମକୁ ରୋଷଇ ରୋମ କରି ରଖିବାର ଦେଖିଲୁ l ଏ ସମ୍ପର୍କରେ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହିତ ସାତଦିନ ଭିତରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନବଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ 

Sunil Chandra Nayak

ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତଃ କୀର୍ତ୍ତନ ସ୍ବାଇଁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ

masiha

କାଲୋପଳା ମହିଚଲା ରାସ୍ତାରେ ମର୍ମନ୍ତୁ ଦୁର୍ଘଟଣା ,୧ ମୃତ

Sunil Chandra Nayak

Leave a Comment

error: Content is protected !!