ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନକୁ ସବଡିଭିଜନ୍ କରିବାକୁ ଦାବି

ଭୁବନକୁ ସବଡିଭିଜନ୍ କରିବାକୁ ଦାବି

କାମାକ୍ଷାନଗର (ମନିସ)18/9/25 — ଏସିଆ ମହାଦେଶର ସର୍ବ ବୃହତ୍ତମ ଗ୍ରାମ ଅଞ୍ଚଳ ପରି ଦୀର୍ଘ ଭାବେ ପରିଚିତ ଭୁବନ ୧୯୭୨ ମସିହାରେ ବିଜ୍ଞାପିତ ପରିଷଦ (ଏନ୍‌ଏସି ) ହୋଇଥିଲା। ୫୦ ବର୍ଷ ବିତିଯାଇଥିଲେ ମଧ୍ଯ ଅଦ୍ୟାବଧୂ ସେହି ଏନ୍‌ଏସିରେ ସୀମିତ ରହିଛି। ସବୁ ଯୋଗ୍ୟତା ଥାଇ ମଧ୍ୟ ସବ ଡିଭିଜନ ହୋଇପାରିନାହିଁ I ଭୁବନକୁ ସବ ଡିଭିଜନ ଘୋଷଣା ଦାବିରେ ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ଠାରେ ସୁବାଷ ନାୟକଙ୍କ ଆବାହକତ୍ୱରେ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭୁବନ ପଞ୍ଚାୟତ ସମିତି (ବ୍ଲକ) ଓ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି ) ଭୌଗୋଳିକ ପରିସୀମା ତଥା ଜନସଂଖ୍ୟା ଓ ସରକାରଙ୍କ ନୋଟିଫିକେସନ ଆଧାରରେ ଅନୁଷ୍ଠିତ ପ୍ରଥମ କ୍ରିୟାନୁଷ୍ଠାନ କମିଟି ବୈଠକରେ ସର୍ବସମ୍ମତ କ୍ରମେ ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନାଙ୍କୁ ସଭାପତି ଭାବେ ଚୟନ କରାଯାଇଛି। ଏହି ବୈଠକରେ ପୂର୍ବତନ ନଗରପାଳ ନରହରି ସାହୁ, ଆଡ଼ଭୋକେଟ ସନାତନ ଗୁରୁ, ବିଜେଡି ନେତା ଅଜୟ ସେଠୀ, ବିଜେପି ନେତା ସନାତନ ପାତ୍ର, ନାବାଡ଼ ର ଆବସର ପ୍ରାପ୍ତ ଏଜିମ ମାୟାଧର ନାୟକ, ଏବିଭିପି ଓଡ଼ିଶାର ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ, ସମାଜସେବୀ ରାମଚନ୍ଦ୍ର ନାୟକ, କାପୁଡିଆ ସମାଜ ଜିଲ୍ଲା ସଭାପତି ରାମ ଚନ୍ଦ୍ର ରାଉତ, କାଳୀ ବଜାର ବଣିକ ସଙ୍ଘ ସଭାପତି ସମୀର କୁମାର ସାହୁ, ଦୁର୍ଗା ବଜାର ବଣିକ ସଙ୍ଘ ବରିଷ୍ଠ ସଭ୍ୟ ଶ୍ରୀକାନ୍ତ ସାହୁ, ଆଡ଼ଭୋକେଟ ଶ୍ରୀନିବାସ ଗୁରୁ, ସମାଜସେବୀ ଲକ୍ଷ୍ମୀଣ ଦାସ, ଆମ୍ବୁଜ ସାହୁ ନିରଞ୍ଜନ ଗୁରୁ, କାଉନସିଲର ପପୁ କୁମାର ସାହୁ, ବରିଷ୍ଠ ନାଗରିକ ଦୁର୍ଗା ପ୍ରସାଦ ପୃଷ୍ଟି, ରଥ ସେଠୀ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀଧର ବେହେରା ଓ ଗଣମାଧ୍ୟମ ପ୍ରତିନିଧ୍ ମାନେ ପ୍ରମୁଖ ଯୋଗଦେଇ ନୂତନ ସବଡିଭିଜନ ପାଇଁ ମତାମତ ଦେଇଥିଲେ। କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନାଙ୍କ ନେତୃତ୍ୱ ରେ ସରକାରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଭୁବନକୁ ସବ ଡିଭିଜନ ଘୋଷଣା କରିବାକୁ ଦାବି ଉପସ୍ଥାପନା କରାଯିବାକୁ ନିଷ୍ପତ୍ତି ହୋଇଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜଗାଙ୍ଗପୁର ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ପାଳିତ

Sunil Chandra Nayak

ସାତ ଟିକିଆ ହାତୀ ପଲ ଉପଦ୍ରବରେ ଦୁଇ ଅସହାୟ ପରିବାରଙ୍କ ଘର ଭାଙ୍ଗି ଚୂର୍ ମାର୍

masiha

ମସିହା ପ୍ରଭାବ -ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ହସ୍ତାନ୍ତର ତାରିଖ ନିର୍ଦ୍ଧାରିତ ହେଲା

Sunil Chandra Nayak

Leave a Comment

error: Content is protected !!