ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଆଇନ୍ ସେବା ଦିବସ ପାଳିତ

ଜାତୀୟ ଆଇନ୍ ସେବା ଦିବସ ପାଳିତ

ଯାଜପୁର , ୯|୧୧ (ମସିହା ନ୍ୟୁଜ ) ପ୍ରଦୀପ କୁମାର ମଲ୍ଲିକ : ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଵିରଜାପୁର ଗ୍ରାମପଞ୍ଚାୟତ ସଭାଗୃହ ରେ ଏକ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅତିରିକ୍ତ ବରିଷ୍ଠ ଦେଓ୍ଵାନୀ ବିଚାରପତି ତଥା ଭାରପ୍ରାପ୍ତ ପ୍ରାଧିକରଣ ସଚୀବ ନେହା ଅଗ୍ରଓ୍ଵାଲ୍ ଅଧ୍ୟକ୍ଷତା କରିଥିଲେ।ଅତିଥି ଆଲୋଚକ ଭାବେ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ତ୍ରିଲୋଚନ ସେଠୀ ଯୋଗଦେଇ ଜାତୀୟ ଆଇନ୍ ସେବା ଦିବସର ତାତ୍ପର୍ଯ୍ୟ ,ଆଇନ୍ ସେବା ଯୋଗାଉଥିବା ଅନୁଷ୍ଠାନର କାର୍ଯ୍ୟ ପରିସର,ମଧ୍ୟସ୍ଥତା,ଲୋକଅଦାଲତ ଓ କେଉଁମାନେ ଉପଯୁକ୍ତ ଉପଭୋକ୍ତା ଇତ୍ୟାଦି ବିଷୟ ରେ ଆଲୋକପାତ କରିଥିଲେ ।ସ୍ଥାନୀୟ ସରପଞ୍ଚ ନିରାକର ସାହୁ ସ୍ବାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।ପାରାଲିଗାଲ୍ ଭଲ୍ୟୁଟିୟର ଉପସ୍ଥିତ ଥିବା ମହିଳା ପୁରୁଷ ଓ ପଞ୍ଚାୟତ ଜନପ୍ରତିନିଧି ମାନେ ଆଇନ ସେବା ସମ୍ପର୍କିତ ପ୍ଲାକାର୍ଡମାନ ଧରି ଏକ ଶୋଭାଯାତ୍ରାରେ ଭାଗନେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ କର୍ମଚାରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସହଯୋଗ କରିଥିଲେ।

Related posts

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଜଙ୍ଗଳ ନିଆଁ ଲିଭାଇବା ନେଇ ନାଗରିକ ସଚେତନ କାର୍ଯ୍ୟକ୍ରମ, ବିଭିନ୍ନ ଉପାୟରେ ନିଆଁ ଲିଭାଇବା ପାଇଁ କର୍ମଚାରୀ ଙ୍କୁ ତାଲିମ ଏବଂ ଉପକରଣ ବଣ୍ଟନ 

Sunil Chandra Nayak

୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଶିଶୁମାନଙ୍କ ଦ୍ୱାରା କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୬’ ଉଦଯାପିତ

Sunil Chandra Nayak

ହାତୀ ପଲଙ୍କ ଉତ୍ପାତରେ ଘର ଭାଙ୍ଗି ଖାଇଗଲେ ଧାନ,ଚାଉଳ

Sunil Chandra Nayak

Leave a Comment

error: Content is protected !!