ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଛାୟା ସଂସଦ ପ୍ରତିଯୋଗିତା 

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଛାୟା ସଂସଦ ପ୍ରତିଯୋଗିତା 

ନବରଙ୍ଗପୁର:(୮|୧୧)(ମ.ନି. ସ) ସାଇ କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୫ ଓ ଛାୟା ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ଯ୍ୟକର୍ମରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ମୂଖ୍ୟ ଆତିଥି ଭାବେ ଯୋଗ ଦେଇଥିଲେ । ସୁରଭି ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭା ର ପରିପ୍ରକାଶ ହୋଇପାରିବ ଏବଂ ନବରଙ୍ଗପୁର ଜିଲ୍ଲା ର ଲୋକକଳାର ମହକ ସାରା ରାଜ୍ୟରେ ସୁନାମ ଆଣିବ । କାର୍ଯ୍ୟକ୍ରମ ରେ ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର୍ଵ।ନ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁରେଶ ପଟ୍ଟନାୟକ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯକ୍ରମ ରେ ୩୩ ବିଭାଗରେ ୬୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ବାପୁଜୀ ଉଚ୍ଚ ବିଦ୍ୟାଳୟ ତେନ୍ତୁଳିଖୁଣ୍ଟି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଚନ୍ଦନା ମଲ୍ଲିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରକାଶ ମହIଲିକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ବ୍ୟତୀତ ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମରେ ୧୯ ଗୋଟି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ୧୬୨ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କର ମଧ୍ୟରେ ବିଭିନ୍ନ ରାଜ୍ୟର କଳା ,ସଂସ୍କୃତି ,ବେଶଭୂଷା ଓ ଐତିହ୍ୟ ସ୍ଥାନ କୁ ପ୍ରଦର୍ଶନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଗଦାନନ୍ଦ ସୁନାରି , ବାଳକୃଷ୍ଣ ସାହୁ, ରାଜେଶ ନାୟକ , ବିଥିକ ମିଶ୍ର ଅର୍ ଭି କିଶନ, ସନ୍ତୋଷ ଶତପଥୀ, ସୁନିଲ ତ୍ରିପାଠୀ, ଗୋକୁଳ ପୂଜାରୀ ସହଯୋଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ 

masiha

ଚଳିତ ବର୍ଷରେ ବର୍ଷା କମ ଯୋଗୁଁ ଚାଷ କାମରେ ଅସୁବିଧା ପ୍ରଭାବ ଦେଖାଇଛି

masiha

ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗ୍ରସ୍ତ ସମୟରେ  ଧର୍ମଗଡ ଜିଲ୍ଲା ଗଠନ ଦାବୀ ତେଜିଲା

Sunil Chandra Nayak

Leave a Comment

error: Content is protected !!