ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର ଛାତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିଦର୍ଶନ 

ଛାତ୍ର ଛାତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିଦର୍ଶନ 

ତେନ୍ତୁଳିଖୁଣ୍ଟି  // ନବରଙ୍ଗପୁର ଜିଲ୍ଲାର ଗ୍ରାମଦୋୟ ପ୍ରୋଜେକ୍ଟ ତରଫରୁ ନବରଙ୍ଗପୁର ଜିଲ୍ଲା କୋର୍ଟକୁ ହେଲ୍ପ ଏ ଚାଇଲଡ NGO ସଂସ୍ଥା ତରଫରୁ ନବରଙ୍ଗପୁର ବ୍ଲକ ଓ ପାପଡାହାଣ୍ଡି ବ୍ଲକ ର ଦୁଇଟି ଛାତ୍ରଛାତ୍ରୀ ଦଳ ଜିଲ୍ଲା କୋର୍ଟକୁ ପରିଭ୍ରମଣରେ ଆସିଥିଲେ l କୋର୍ଟ କାର୍ଯ୍ୟ ବିଷୟରେ ସମ୍ୟକ ଧାରଣା ଓ କୋର୍ଟ କାର୍ଯ୍ୟ ର ପରିଚାଳନା ବିଷୟରେ ସେମାନଙ୍କ ବିଶେଷ ଆଗ୍ରହ ଥିଲା l ସେମାନଙ୍କ ତାଲିମ ର ମୁଖ୍ୟ ବିଷୟ ଥିଲା ବିଚାରପତି, କୋର୍ଟ କାର୍ଯ୍ୟକ୍ରମ ର ପ୍ରଣାଳୀ, ମୁଦାଲା, ଦୋଷୀକୁ ଦଣ୍ଡ ବିଧାନ,ସମ୍ମୁଖ ଅଫିସ ର କାର୍ଯ୍ୟ ଓ ଏହାର ଉପଯୋଗ, ଗରିବ କୁ ସରକାର ଙ୍କ ତରଫରୁ କିଭଳି ନ୍ୟାୟ ପ୍ରଦାନ କରାଯାଉଛି ତାହା ଏହି ତାଲିମ ର ମୁଖ୍ୟ ବିଷୟ ଥିଲା l ଏ ବିଷୟରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁବ୍ରତ ମହାନ୍ତି ଛୋଟ ଛୋଟ ଶିଶୁ ମାନଙ୍କୁ ବିସ୍ତୃତ ଭାବରେ ବୁଝାଇ କହିଥିଲେ ଯେ ଜୀବନରେ ଅନ୍ୟାୟ କରିବା ନାହିଁ କିମ୍ବା କାହା ଆଗରେ କେବେ ମୁଣ୍ଡ ନୁଆଇଁବା ନାହିଁ l ଏହି କାର୍ଯ୍ୟକ୍ରମ ରେ ରେଜିଷ୍ଟ୍ରାର ଶ୍ରୀ ସୁକାନ୍ତ କିଶୋର ଜେନା, ସମ୍ପାଦିକା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ଅଭିପ୍ସା ଗୋଛାୟତ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ ଆଇନ ବିଷୟରେ ବୁଝାଇଥିଲେ l ଏଥିରେ ସମ୍ପାଦକ ଶ୍ରୀ ତପନ ସିଂ , ସମ୍ମୁଖ କାର୍ଯ୍ୟାଳୟ ଓକିଲ ସେକ ବାବା ଅଲିଶା ପ୍ରମୁଖ ଙ୍କ ସହ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ l

ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ୍ 

Related posts

ଦିଲ୍ଲୀ ସ୍ଥିତ ଆଇ ଆଇ ଏମ ସି ବ୍ୟାଖ୍ୟାନମାଲାରେ ଡ଼. ଭବାନୀ ଶଙ୍କର ନିଆଲଙ୍କର ଉଦବୋଧନ

masiha

ଜାତୀୟ ସ୍ତରୀୟ ଓଡିଶୀ ନୃତ୍ୟ ମହୋତ୍ସବ ରେ ଯୁବ ସାମ୍ବାଦିକ ସମ୍ମାନିତ

ଦାଦନ ଯାଇ ନିଖୋଜ ବୃଦ୍ଧା ମହିଳା କୋଡିଏ ଦିନ ପରେ ମିଳିଲେ

Leave a Comment

error: Content is protected !!