ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନ ସତର୍କ

ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନ ସତର୍କ

କେନ୍ଦ୍ରାପଡ଼ା, ତା୩୧.୦୮.୨୦୨୪: ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନର ସତର୍କତା ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅୟୋଜିତ ହୋଇ ଯାଇଛି I ସୂଚନା ଯୋଗ୍ୟଯେ ବାର୍ଡ ଫ୍ଲୁ ଏକ ମାରାତ୍ମକ ଆଭିଆନ୍ ଇନଫ୍ଲୁଏଞ୍ଜା ଟାଇପ୍ ଏ (ଏଚ୍-୫ ଏନ୧) ଭୁତାଣୁ ଜନିତ ରୋଗ l କୁକୁଡା, ବତକ, ଟର୍କି, ଗିନି ଫାଉଲ ଓ ପାଣି କୁଆ ଆଦି ପକ୍ଷୀମାନେ ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି l ବିଦେଶାଗତ ପକ୍ଷୀମାନଙ୍କ ଠାରୁ କୁଆ, ବଗ ପ୍ରଭୃତି ବନ୍ୟ ପକ୍ଷୀମାନଙ୍କ ମାଧ୍ୟମରେ ଗୃହପାଳିତ ପକ୍ଷୀମାନଙ୍କୁ ଏହି ଭୁତାଣୁ ସଂକ୍ରମଣ ହୋଇଥାଏ l କୁକୁଡ଼ାମାନଙ୍କ ଦ୍ଵାରା ମନୁଷ୍ୟ ସଂକ୍ରମିତ ହୋଇଥାନ୍ତି l ଏହି ରୋଗ ପ୍ରତ୍ୟକ୍ଷ ଭାବେ ଆକ୍ରାନ୍ତ ବା ମୃତ ପକ୍ଷୀର ସଂସ୍ପର୍ଶରେ ଆସିଲେ କିମ୍ବା ପରୋକ୍ଷ ଭାବେ ସେମାନଙ୍କ ଠାରୁ ନିର୍ଗତ ଲାଳ, ମଳ ଓ ମୂତ୍ର ଦ୍ଵାରା ଜଳ, ମାଟି କିମ୍ବା ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ l ରୋଗ ଆରମ୍ଭ ହେବାର ୪୮ଘଣ୍ଟା ମଧ୍ୟରେ ଶତକଡା ୭୦-୮୦ ଭାଗ ପକ୍ଷୀ ମୃତ୍ୟୁବରଣ କରନ୍ତି l ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ଭାବେ ରାଜ୍ୟ ବାହାରୁ ଆସୁଥିବା କୁକୁଡା ଓ ଅଣ୍ଡା ଉପରେ କଟକଣା ଜାରି କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଜିଲ୍ଲା ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ଯଥା ଚାନ୍ଦୋଳ, ରାଜକନିକା ବ୍ରିଜ ଓ ଇନ୍ଦୁପୁର ବ୍ରିଜ ନିକଟରେ ଚେକିଂ ପୋଷ୍ଟ କରିବାକୁ ସ୍ଥିର କରାଯାଇଛି I ଜିଲ୍ଲାରେ ଯଦି କୌଣସି ସ୍ଥାନରେ ବାର୍ଡ ଫ୍ଲୁ ହେବାର ରକ୍ତ ନମୁନା ପରୀକ୍ଷାରୁ ଜଣାପଡେ ତେବେ ଏହାକୁ ରୋକିବା ପାଇଁ ଟିମ ଗଠନ କରାଯାଇଛି I ଏହି ରୋଗ ସମ୍ପର୍କରେ କୁକୁଡ଼ା ଚାଷୀ ଏବଂ ବ୍ୟବସାୟୀ ମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା I ଯେପରି ଏହି ରୋଗ ଦ୍ଵାରା ମନୁଷ୍ୟ ସଂକ୍ରମିତ ନ ହୁଅନ୍ତି ସେଥି ପ୍ରତି ସତର୍କ ରହିବା ଆବଶ୍ୟକ ବୋଲି ଜିଲ୍ଲାପାଳ ମତ ଦେଇଥିଲେ l ଏହି ରୋଗର ନିରାକରଣ ପାଇଁ ବିଦେଶୀ ଆଗନ୍ତୁକ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ଅନୁଚିତ୍ l କୁକୁଡ଼ାଙ୍କୁ ସୁଷମ ତଟକା ଖାଦ୍ୟ ପ୍ରଦାନ, ପରିଷ୍କାର ପରିଚ୍ଛନ୍ନ ଘର ତଥା ପାନୀୟ ଜଳ ଯୋଗାଣ ଓ ସମସ୍ତ ପ୍ରତିଷେଧକ ଟିକା ଆଦି ପ୍ରଦାନ କରିବା ଉଚିତ୍ l ବାହ୍ୟ ପ୍ରାଣୀ, ଯାନବାହାନ ଓ ମନୁଷ୍ୟକୁ କୁକୁଡା ଭାଡି ବା ଫର୍ମ ମଧ୍ୟକୁ ଅବାଧ ପ୍ରବେଶ କରାଇବା ଅନୁଚିତ୍ l ମୃତ ପକ୍ଷୀଙ୍କୁ ଏଣେତେଣେ ନ ଫୋପାଡି ଗଭୀର ଗାତ କରି ପୋତିଦେବା ଉଚିତ୍ l 

 ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଏସ.ଡି.ପି.ଓ ଦେବେନ୍ଦ୍ର ମଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ବିଭିନ୍ନ ସିଏଚସି, ପିଏଚସିର ମେଡ଼ିକାଲ ଅଫିସର, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ I   

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ରାଇରଙ୍ଗପୁର ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ବରିଷ୍ଠ କଳାକାର ସଂଘର ଶୋକସଭା

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!