ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସହାୟତା ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ 

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସହାୟତା ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ 

ରାୟଗଡ:-ତା. ୭/୧୨-ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଚାଷୀମାନଙ୍କୁ ଧାନର ସହାୟତା ମୂଲ୍ୟ ସହିତ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବଣ୍ଟନ କାର୍ଯ୍ୟକ୍ରମକୁ ବରଗଡ଼ ଜିଲ୍ଲାର ସହେଳାଠାରେ ଉଦଘାଟନ କରିବେ l ଏଥିସହିତ ଭିଡିଓ କନଫରେନସିଂ ମାଧ୍ୟମରେ ସିଧାପ୍ରସାରଣକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀମାନେ ଦେଖି ପାରିବେ l ଏଥି ନିମନ୍ତେ ରୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଏକ ପ୍ରସ୍ତୁତି ବୈଠକ ଗତ ତା ୪/୧୨/୨୪ରିଖରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ. ଜିଲ୍ଲାର ଚଷୀମାନେ ସିଧାସଳଖ ଦେଖି ପାରିବେ l ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଲ୍ୟ ପଡ଼ିଆ ଠାରେ ଜିଲ୍ଲାର ଚାଷୀମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି l ଏହାଦ୍ୱାରା ଚାଷୀମାନେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ଟ.୨୩୦୦/-ସହିତ ଇନପୁଟ ସହାୟତା କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ପାଇବେ l ଯାହାଫଳରେ ଚାଷୀ ସର୍ବମୋଟ କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ ଟା. ୩୧୦୦/-ଟଙ୍କା ପାଇବେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଶ୍ରମର ୧୪ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ଜିଲାପାଳଙ୍କ ଦ୍ଵାରସ୍ଥ 

masiha

ସ୍ଥାୟୀ ଜୀବନଶୈଳୀ ଓ ଶକ୍ତି ସଂରକ୍ଷଣ ଆଲୋଚନାଚକ୍ର

Sunil Chandra Nayak

ତିନିଦିନିଆ ଅଙ୍ଗନବାଡି କର୍ମୀଙ୍କ ପୋଷଣ ପ୍ରଶିକ୍ଷଣ ଶିବିର ଉଦଯାପିତ

Leave a Comment

error: Content is protected !!