ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଙ୍ଗାଳପାଲି ପଞ୍ଚାୟତ ର ନୂତନ ଧାନ ମଣ୍ଡି ଝରିଆଗୁଡା ଠାରେ ଉଦଘାଟନ କଲେ ଧର୍ମଗଡ ଉପ ଜିଲ୍ଲାପାଳ 

ରେଙ୍ଗାଳପାଲି ପଞ୍ଚାୟତ ର ନୂତନ ଧାନ ମଣ୍ଡି ଝରିଆଗୁଡା ଠାରେ ଉଦଘାଟନ କଲେ ଧର୍ମଗଡ ଉପ ଜିଲ୍ଲାପାଳ 

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ରେଙ୍ଗାଳପାଲି ପଞ୍ଚାୟତ ଚାଷି ଙ୍କ ଦିର୍ଘ ବର୍ଷ ର ଦାବି ପରେ ଚଳିତ ବର୍ଷ ନୂତନ ଧାନ ମଣ୍ଡି ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ପୂର୍ବରୁ ରେଙ୍ଗାଳପାଲି ପଞ୍ଚାୟତ ର ଚାଷୀମାନେ କୋକସରା ଧାନ ମଣ୍ଡି ରେ ଧାନ ବିକ୍ରି କରି ଆସୁଥିବା ବେଳେ କୋକସରା ଧାନ ମଣ୍ଡି ରେ କୋକସରା, ମାଝୀଗୁଡା ପଞ୍ଚାୟତ ର ଚାଷି ମଧ୍ୟ ଧାନ ବିକ୍ରି କରୁଥିବା କାରଣରୁ ଅନେକ ସମୟରେ ଏହି ଅଞ୍ଚଳ ର ଚାଷି ଙ୍କୁ ଅନେକ ସମସ୍ୟା ସହ ମଣ୍ଡି ରେ ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଥିଲା। ଏହାକୁ ନେଇ ପଞ୍ଚାୟତ ର ଚାଷି ସମୂହ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଙ୍କୁ ଲିଖିତ ଭାବେ ଅଭିଯୋଗ କରି ନିଜ ପଞ୍ଚାୟତ ରେ ସ୍ୱତନ୍ତ୍ର ମଣ୍ଡି ଖୋଲିବାକୁ ଦାବି କରିଥିଲେ। ଚାଷି ଙ୍କ ସମସ୍ୟା କୁ ଦୃଷ୍ଟି ରେ ରଖି ଚଳିତ ବର୍ଷ ଠାରୁ ରେଙ୍ଗାଳପାଲି ପଞ୍ଚାୟତ ର ନୂତନ ଧାନ ମଣ୍ଡି ଝରିଆଗୁଡା ଗ୍ରାମ ରେ ଆଜି ଉଦଘାଟନ ହୋଇଯାଇଛି । ମଣ୍ଡି ପାଇଁ ଜାଗା ସମସ୍ୟା ଥିବାରୁ ଝରିଆଗୁଡା ଗ୍ରାମ ର ଜଣେ ସଚେତନ ଚାଷି ଜୟଲାଲ ନାଏକ ନିଜର ୧ ଏକର ୮ ଡିସମିଲ ଜମି ଚାଷି ଙ୍କ ସୁବିଧା ମଣ୍ଡି ପାଇଁ ଦାନ କରିଥିଲେ। ଏହି ମଣ୍ଡି ରେ ରେଙ୍ଗାଳପାଲି ପଞ୍ଚାୟତ ର ଝରିଆଗୁଡା, ଡଙ୍ଗରିଗୁଡା, କାଦୋପଦର, ପାଣିଗାଁ, ନାହାଲପଡା, କଛାର ପଦର ଗ୍ରାମ ର ୬୧୦ ଜଣ ଚାଷୀ ଚଳିତ ଖରିଫ ଧାନ ବିକ୍ରି ପାଇଁ ପେକ୍ସ ରେ ପଞ୍ଜିକରଣ କରିଛନ୍ତି। ଆଜିର ଏହି ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଙ୍କ କର କମଳରେ ପୂଜାର୍ଚ୍ଚନା ପରେ ଦୁଇ ଜଣ ଚାଷୀ ଗଜିନ୍ଦ୍ର ଗହୀର ଙ୍କ ୨୮ କ୍ୱିଣ୍ଟାଲ ଓ ବିରାଟ ପଟ୍ଟନାୟକ ୩୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ମଣ୍ଡି ଉଦଘାଟନ ଅବସରରେ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଉପଖଣ୍ଡ ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ମାଝୀ,ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ,ଜୟଲାଲ ନାଏକ, ରାଜ କିଶୋର ସାହୁ, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ମୁକୁନ୍ଦ ପଟ୍ଟନାୟକ, ଭାବଗ୍ରାହୀ ପ୍ରଧାନୀ,କୁରୁକ୍ଷେତ୍ର ପାଣିଗ୍ରାହୀ, ହୃଷିକେଶ ଖମାରି, ମହେନ୍ଦ୍ର ନିଆଳ, ସୁରେନ୍ଦ୍ର ବଚ୍ଛା, ନାରାୟଣ ରାଉତ, ଶାରଳା ପ୍ରଧାନୀ,ନରେନ୍ଦ୍ର ରାଉତ,ବିକ୍ରମ ସାହୁ, ହୃଷିକେଶ ଦାସ, ନରେନ୍ଦ୍ର ରାଉତ, ଅରବିନ୍ଦ ପଟ୍ଟନାୟକ ଓ ଅନେକ ଚାଷି ଉପସ୍ଥିତ ରହି ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମ କୁ କୋକସରା ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅସୁରଗଡ ବସ୍କା ଅଞ୍ଚଳ କୁଶଳେଶ୍ଵର  ମାଳି ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ  

masiha

ହକି ବିଶ୍ୱକପକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା

Sunil Chandra Nayak

ମଣିପୁରରେ ମହିଳାଙ୍କ ପ୍ରତି ବଳାତ୍କାର ମାମଲାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

Sunil Chandra Nayak

Leave a Comment

error: Content is protected !!