କାମାକ୍ଷାନଗର (ମନିସ )24/3/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟ ଜାତୀୟ ରାଜପଥ ୫୩ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ମିଳେ ଯେ ବାପ ଝିଅ ଦୁହେଁ ନିଜ ବାଇକ OD19E 9619 ସାହାଯ୍ୟରେ ନିଜ ଘର ପର୍ଜଙ୍ଗ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରୁ ନିଜ ଶଶୁର ଘରକୁ ଆସୁଥିବା ସମୟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳର ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ପୋଲିସ ଭ୍ୟାନ ସହାୟତାରେ ବାପଝିଅଙ୍କୁ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ତେବେ ମେଡିକାଲରେ ଝିଅର ମୃତ୍ୟୁ ହୋଇଥିଲା । ମୃତ ଝିଅ ସ୍ବାତି ସୁଚରିତା ଜେନା( 16 ବର୍ଷ) ପିତା ଅଭିରାମ ଜେନା ବୋଲି ଜଣାପଡିଛି । ତେବେ ଅଭିରାମ ଜେନା ଶଶୁର ଘର ଭୁବନ ଥାନା ଅନ୍ତର୍ଗତ ଧଳପଡା ଗ୍ରାମକୁ ଯାଉଥିବା ଜଣାପଡିଛି । ତେବେ ମୃତକ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଥିବା ଜଣାପଡିଛି । ପରୀକ୍ଷା ସରିଲା ପରେ ବାପାଙ୍କ ସହିତ ଅଜା ଘରକୁ ଯାଉଥିଲେ ।ତେବେ ଶେଷ ଖବର ସୁଦ୍ଧା ସ୍ଥାନୀୟ ଲୋକଙ୍କ ଦ୍ୱାରା ଧକ୍କା ଦେଇଥିବା ଟ୍ରକ୍ ନମ୍ୱର୍ ODO9 R 2531 କୁ ଅଟକ ରଖି ପୋଲିସ କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି ।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ