ଡାବୁଗାଁ, ୨୪/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ଡାବୁଗାଁ ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଚଢାଉ କରି ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଶୁକ୍ରବାର ଡାବୁଗାଁ ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ସ୍କ୍ୱାର୍ଡ ବ୍ଲକର ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିବା ସମୟରେ ଅଞ୍ଚଳା ପଞ୍ଚାୟତ ଅଧୀନ ବନ୍ଧକଣା ଗ୍ରାମର ଏକ ଦୋକାନରେ ମହୁଲ ବିକ୍ରି କରୁଥିବା ଦେଖିଥିଲେ | ଅବକାରୀ ବିଭାଗ ଏହା ଦେଖି ଉକ୍ତ ଦୋକାନରେ ଚଢାଉ କରି ଦୋକାନ ମଧ୍ୟରୁ ମହୁଲ କୁ ଜବତ କରିବା ସହ ଦୋକାନୀକୁ ଗିରଫ କରିଛି | ତାଙ୍କ ଠାରୁ ୨୧ କୁଇଣ୍ଟାଲ ମହୁଲ ଜବତ କରାଯାଇଛି | ଗିରଫ ଦୋକାନୀ ଜଣଙ୍କ ହେଲେ ଅଭୟ କୁମାର (୨୩) ଙ୍କୁ ଗିରଫ କରି ଡାବୁଗାଁ ଅବକାରୀ କାର୍ଯ୍ୟ|ଲୟକୁ ଆଣିଥିଲେ | ପରେ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଛାଡିଦିଆଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୯୨/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ଭ୍ରାମ୍ୟମାଣ ସ୍କ୍ୱାର୍ଡ ର ଅବକାରୀ ଉପନିରୀକ୍ଷକ ଶୁଶୀଲ କୁମାର, ସହ ଉପନିରୀକ୍ଷକ ମାଖନ ହାଲଦାର, କର୍ମଚାରୀ ନାରାୟଣ ମୁଦୁଲି, ସୁରେଖା ଭତ୍ରା ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ