ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

ଡାବୁଗାଁ, ୨୪/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ଡାବୁଗାଁ ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଚଢାଉ କରି ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଶୁକ୍ରବାର ଡାବୁଗାଁ ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ସ୍କ୍ୱାର୍ଡ ବ୍ଲକର ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିବା ସମୟରେ ଅଞ୍ଚଳା ପଞ୍ଚାୟତ ଅଧୀନ ବନ୍ଧକଣା ଗ୍ରାମର ଏକ ଦୋକାନରେ ମହୁଲ ବିକ୍ରି କରୁଥିବା ଦେଖିଥିଲେ | ଅବକାରୀ ବିଭାଗ ଏହା ଦେଖି ଉକ୍ତ ଦୋକାନରେ ଚଢାଉ କରି ଦୋକାନ ମଧ୍ୟରୁ ମହୁଲ କୁ ଜବତ କରିବା ସହ ଦୋକାନୀକୁ ଗିରଫ କରିଛି | ତାଙ୍କ ଠାରୁ ୨୧ କୁଇଣ୍ଟାଲ ମହୁଲ ଜବତ କରାଯାଇଛି | ଗିରଫ ଦୋକାନୀ ଜଣଙ୍କ ହେଲେ ଅଭୟ କୁମାର (୨୩) ଙ୍କୁ ଗିରଫ କରି ଡାବୁଗାଁ ଅବକାରୀ କାର୍ଯ୍ୟ|ଲୟକୁ ଆଣିଥିଲେ | ପରେ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଛାଡିଦିଆଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୯୨/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ଭ୍ରାମ୍ୟମାଣ ସ୍କ୍ୱାର୍ଡ ର ଅବକାରୀ ଉପନିରୀକ୍ଷକ ଶୁଶୀଲ କୁମାର, ସହ ଉପନିରୀକ୍ଷକ ମାଖନ ହାଲଦାର, କର୍ମଚାରୀ ନାରାୟଣ ମୁଦୁଲି, ସୁରେଖା ଭତ୍ରା ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଂଝାରପୁର ରେ ଡ୍ରଗସ ପାଇଁ ଅସୁରକ୍ଷିତ ରାଜରାସ୍ତା, ପୋଲିସ୍ କାର୍ଯ୍ୟାନୁଷ୍ଠାନ ଦାବି 

masiha

ଗହିରମଥା ସାମୁଦ୍ରୀକ ଅଭୟାରଣ୍ୟରେ ଵେନୀୟମ ମାଛ ମରା ଟ୍ରଲର ସହ 11ଗିରଫ

masiha

ବାଲି ମାଫିଆ ଙ୍କ ପୂର୍ବ ପ୍ରସ୍ତୁତି, ବାଲି ବିକିବା ପାଇଁ ସରକାରୀ ବିଦ୍ୟାଳୟ ପରିସରରେ ଠୁଳ କରୁଛନ୍ତି ବାଲି

Leave a Comment

error: Content is protected !!