ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସୁକୁମାର ରଂଜନ ପ୍ରଧାନ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଏଲଡିଏମ୍ ସଂଯୋଜକ 

ମୟୂରଭଞ୍ଜ – : ୨୪/୩ (ମସିହା) ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଏସି ,ଏସପଟି,,ମାଇନୋରିଟି ଏବଂ ଓବିସି ବର୍ଗଙ୍କୁ ତ୍ବରାନ୍ବିତ କରିବାକୁ ଏଲଡିଏମ୍ ଜିଲ୍ଲା ସଂଯୋଜକ ଭାବେ ସୁକୁମାର ରଂଜନ ପ୍ରଧାନଙ୍କୁ ଦାୟିତ୍ଵ ଦିଆଯାଇଛି ।ଏଥିସହ ସଂଗଠନର ସୁପରିଚାଳନା ନିମନ୍ତେ ଶ୍ରୀ ପ୍ରଧାନଙ୍କୁ ଅତିରିକ୍ତ ଭାବେ ରାଜ୍ୟ ମିଡ଼ିଆ ସଂଯୋଜକ (ଏଲଡିଏମ୍ ) ଦାୟିତ୍ଵ ପ୍ରଦାନ କରାଯାଇଛି । ଜାତୀୟ କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ ଏଡିଏମ୍ ବିଭାଗର ସଂଯୋଜକଙ୍କ ନାମ ଘୋଷଣା ପାଇଁ ଅନୁମୋଦନ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଏସି,ଏସଟି,ମାଇନୋରିଟି ସଂଯୋଜକ କେ ରାଜୁ, ଏବଂ ଓବିସି ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ୟାପଟେନ ଅଜୟ ସିଂ ଯାଦବଙ୍କ ଅନୁମୋଦନ ଓ ଓଡ଼ିଶା ଏଲଡିଏମ୍ ପ୍ରଭାରୀ ରାଷ୍ଟ୍ରୀୟ ସଂପାଦକ ତଥା ବିହାର ଓବିସି ପ୍ରଭାରୀ ରାଜକିଶୋର ବାରିକଙ୍କ ସହଯୋଗରେ ରାଜ୍ୟର ନୂତନ ଏଲଡିଏମ ସଂଯୋଜକଙ୍କ ନାମ ଘୋଷଣା କରାଯାଇଥିବାର ଜଣାପଡ଼ିଛି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଏଲଡିଏମ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ତଥା ମାଇନୋରିଟି ବର୍ଗ ନେତାଙ୍କୁ ସକ୍ରିୟ ଓ ବଳିଷ୍ଠ ନେତୃତ୍ବ ପ୍ରଦାନ ସହିତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଏପରି ନିଯୁକ୍ତି ଦିଆଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାଙ୍କ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

ନିର୍ବାଚନ ଆଚରଣବିଧି ଙ୍କୁ ଖୁଲମ ଖୁଲା ଉଲଂଘନ କଲେ ସମବାୟ ସମ୍ପାଦକଙ୍କ ନେତାଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ବାଗତ ଫଟୋ ଭାଇରାଲ

masiha

କାମାକ୍ଷାନଗର ବ୍ଲକରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!