ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମତିଥି ପାଳନ କଲେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର
ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଲକ ସ୍ଥିତ ଦେଦର୍ହ ଗ୍ରାମ ର ଆମ୍ବବଗିଚା ଠାରେ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ବାର୍ଷିକ ଜନ୍ମତିଥି ପାଳନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହିତ ଅଞ୍ଚଳର ବହୁ ବିଜେଡି କର୍ମକର୍ତ୍ତା ଦୁଇ ହଜାର ରୁ ଉର୍ଦ୍ଧ ବିଜେଡି କର୍ମୀ ଯୋଗଦାନ କରିଥିଲେ ଏହି ସଭା ତୁଷୁରାମ ମେହେର ଙ୍କ ବଗିଚା ରେ ଅନୁଷ୍ଠିତ ହୋଇଥିଲା !ଏହି ସଭାରେ ମୂଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗଦେଇଥିଲେ ! ପ୍ରଥମେ ବିଜୁପଟ୍ଟନାୟକ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁବାବୁ ଆମର ରହେ ବଳି ସ୍ଲୋଗାନ ଦେଇଥିଲେ !ପରେ ପରେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବିଜେପି ସରକାର ମିଥ୍ୟା ସରକାର ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆ ବୁଲାଇବାର ସରକାର ଏବଂ ବିଜେଡ଼ି ଅମଳରେ କାମ କରିଥିବା ପ୍ରକଳ୍ପ ମାନଙ୍କୁ ଗେରୁଆ ରଙ୍ଗ ମାରି ବାହା ବାହା ନେଉଛନ୍ତି ଅଞ୍ଚଳରେ ଉନ୍ନୟନ କାମ ଠପ ହୋଇ ଯାଇଛି ଦିର୍ଘ ଆଠ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରକାର ଅନୁଦାନ ଦେଉନାହାନ୍ତି ,ଏହାର ପ୍ରତିବାଦରେ ଆଗାମି ଦିନରେ ବିଜୁ ଜନତା ଦଳ ପଯ୍ୟାୟ କ୍ରମେ ତିନୋଟି ବ୍ଳକ ରେ ବିରାଟ ବିକ୍ଷୋଭ କରିବାକୁ ସଭାରେ ନିଷ୍ପତି ନେଇଥିଲେ ତେବେ ପାଟଣାଗଡ଼, ବେଲପଡା, ଖପ୍ରାଖୋଲ ବ୍ଲକ ର ସମସ୍ତ ସମିତି ସଭ୍ୟ ସରପଞ୍ଚ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଏବଂ ବିଜେଡ଼ି ଦଳର ସକ୍ରିୟ ସଦସ୍ୟ ସଦସ୍ୟା ବିଜୁ ଜନତା ଦଳର ପୂର୍ବତନ ବିଧାୟକ ନୋମିନି ହିମାଞ୍ଚଲ ପଧାନ ଉପସ୍ଥିତ ଥିଲେ ବିଜୁ ପଟ୍ଟନାୟକ ଙ୍କ ଏହି ୧୦୯ ତମ ଜନ୍ମ ଜୟନ୍ତୀରେ ଇନ୍ଦୁଭୁସନଠାକୁର ମଞ୍ଚ ପରିଚାଳନା କରିଥିବା ବେଲେ ପାଟଣାଗଡ଼ ବ୍ଳକ ସଭାପତି ପ୍ରଫୁଲ୍ଲ କୁମାର ମେହେର ,ଚ଼େୟାରମେନ ନିଲକାନ୍ତ ବାଗ,ଭାଇସ ଚେୟାରମେନ କୁମାରୀ ଲକ୍ଷ୍ମୀ ମାଝୀ, ରମେଶ ପଧାନ, କସ୍ତୁରୀ ସେଠ,ଜୟ ଧରୁଆ,ସୁଖିରାମ ସାଣ୍ଡ, ବାଲିକା ମାଝୀ,ଅରୁଣ ପାଣିଗ୍ରାହି, ମୋହନ ସୁନା ପରିଶେଷରେ ବର୍ତ୍ତାମାନେ କହିଥିଲେ ଜେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳର ସଙ୍ଗଠନ କୁ ମଜଭୁତ କରିବା ପାଇଁ କର୍ମି ମାନଙ୍କୁ ଉଦଭୋଦନ ଦେଇଥିଲେ !
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍

