ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଘୋଡ଼ ନିଦରେ ଅବକାରୀ ବିଭାଗ/ଆନ୍ଧ୍ରପ୍ରଦେଶକୁ ରାତି ଅଧିଆ ଦେଶୀ ମଦ ଚାଲାଣ 

ନିଘୋଡ଼ ନିଦରେ ଅବକାରୀ ବିଭାଗ/ଆନ୍ଧ୍ରପ୍ରଦେଶକୁ ରାତି ଅଧିଆ ଦେଶୀ ମଦ ଚାଲାଣ 

ବନ୍ଧୁଗାଁ ତା,୧୮/୦୩,୨୪ // ବନ୍ଧୁଗାଁ ଓ ନାରାୟଣପାଟଣା ଦୁଇଟି ବ୍ଲକ୍ ପାଇଁ ନାରାୟଣପାଟଣା ଠାରେ ରହିଛି ଅବକାରୀ କାର୍ଯ୍ୟାଳୟ । ଦୁଇଟି ବ୍ଲକ୍ ପାଇଁ ଗୋଟିଏ କାର୍ଯ୍ୟାଳୟ ଥିବାରୁ କାର୍ଯ୍ୟରେ ବାଧା ଉପୂଜୁଛି ।ଫଳରେ ମଦ ବ୍ୟବସାୟୀ ମାନେ ବିନା ଭୟରେ ନିଜର କାୟା ବିସ୍ତାର କରି ଚାଲିଛନ୍ତି । ବନ୍ଧୁଗାଁ ବ୍ଲକ୍ ର ଆଲମଣ୍ଡା ପଞ୍ଚାୟତ ଦେଶୀ ମଦର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ । ଉକ୍ତ ଅଞ୍ଚଳର ବଣ ଜଙ୍ଗଲ ଭିତରେ ଜୋର ସୋର୍ ଚାଲିଛି ଦେଶୀ ମଦ ରୋଷେଇ । ସେଠାରୁ ଦେଶୀ ମଦ ରୋଷେଇ ହୋଇ ରାତି ଅଧିଆ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି।ସେଠାକାର ମଦ ବ୍ୟବସାୟୀ ମାନେ ଏଠାରୁ ଅଳ୍ପ ଦାମରେ ମଦ କିଣି ନେଇ ସେଠାରେ ଚଢ଼ା ଦରରେ ବିକ୍ରୀ କରୁଛନ୍ତି । ଆଲମଣ୍ଡାରୁ ତିନୋଟି ରାସ୍ତାରେ ରାତିରେ ଦେଶୀ ମଦ ଚାଲାଣ ହେଉଥିବା ଶୁଣିବାକୁ ମିଳିଛି।ସିଡି ବାଲ୍ସା,କାସ୍ ବାଲ୍ସା ଓ ସିଲାବାଡି ଦେଇ ଚାଲାଣ ହେଉଛି। ଆଲମଣ୍ଡାରୁ ଭାରରେ ବୋହି ବୋହି ସିଡି ବାଲ୍ସା ଦେଇ ଇମ୍ଫା ବାଲ୍ସା ପର୍ଯ୍ୟନ୍ତ ଜାଇ ଝଞ୍ଜାବତି ନଦୀ ପାର କଲା ପରେ ସେପଟରୁ ଆନ୍ଧ୍ର ବ୍ୟବସାୟୀ ମାନେ ମଟର ସାଇ କେଲରେ ଧରି ପାର୍ବତିପୂର୍ ନେଉଛନ୍ତି । ଏଥି ସହ ଆଲମଣ୍ଡା ଗ୍ରାମର ଅନେକ ଘରେ ମଧ୍ୟ ଦେଶୀ ମଦ ବେପାର ଜୋର୍ ସୋର ଚାଲିଥିଲେବି ନାରାୟଣପାଟଣା ଅବକାରୀ ବିଭାଗ ପାଖରେ ଖବର ନାହିଁ । ବିଭାଗ ନିଘୋଡ଼ ନିଦରେ ଶୋଇ ରହିଥିବାରୁ ମଦ ବେପାର ବନ୍ଦ୍ ହେବା ପରିବର୍ତେ ଏବେ ବଢ଼ି ଚାଲିଛି।ଏଥି ପ୍ରତି ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ନିହାତି ଦରକାର ହୋଇ ପଡ଼ିଛି।

ଆଜିଠୁ ଆରମ୍ଭ ହୋଇଛି ଦକ୍ଷିଣ ଓଡ଼ିଶାର ସବୁଠୁ ବଡ ଠାକୁରାଣୀ ମା ‘ ଅଗ୍ନିଗଙ୍ଗା ମାଙ୍କ ଘଟ ଯାତ୍ରା।ତେଣୁ ଏହି ଯାତ୍ରାରେ ବିଶୃଙ୍ଖଳା ନ ହେବାପାଇଁ ଅବକାରୀ ବିଭାଗ ଚଢାଉ କରି ମଦ ବେପାର ଉପରେ ରୋକ୍ ଲଗାଇବାକୁ ସାଧାରଣରେ ଦାବି ହୋଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

Sunil Chandra Nayak

ସାବଧାନ! ପାରାଦ୍ୱୀପ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଲୁଟେରା 

Sunil Chandra Nayak

ବେଲଗାଁ ରୁ ଚୋରୀ ହୋଇଥିବା ଗାଡି ରାମସା ଗାଁ ରୁ ଉଦ୍ଧାର

masiha

Leave a Comment

error: Content is protected !!