ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାହା ପାଇଁ ଆବାସ ଯୋଜନା ନିରୀହ ଗରୀବ ଭିନ୍ନକ୍ଷମ ଭୁଜବଳ ଆବାସ ଖଣ୍ଡିଏ ପାଇଁ ଜଗି ଜଗି ଶେଷରେ ଚାଲିଗଲା ଜୀବନ ,ଏବେ ଘରେ ବିଧବା ମା ,ସ୍ତ୍ରୀ ଓ ଚାରି ଛୁଆ ଅସହାୟ

କାହା ପାଇଁ ଆବାସ ଯୋଜନା ନିରୀହ ଗରୀବ ଭିନ୍ନକ୍ଷମ ଭୁଜବଳ ଆବାସ ଖଣ୍ଡିଏ ପାଇଁ ଜଗି ଜଗି ଶେଷରେ ଚାଲିଗଲା ଜୀବନ ,ଏବେ ଘରେ ବିଧବା ମା ,ସ୍ତ୍ରୀ ଓ ଚାରି ଛୁଆ ଅସହାୟ

 ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଗ୍ରାମ ପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ପାହାଡ଼ ଘେରା ତାଳପଦର ଗ୍ରାମର ଭୁଜବଳ ସଗଡ଼ିଆ ବୟସ ମାତ୍ର ୩୩ ବର୍ଷ ।ଦୀର୍ଘ ବର୍ଷ ହେଲା ଭଙ୍ଗା ,ଦଦରା ଘରେ ବହୁ କଷ୍ଟରେ ବିଧବା ମା ଙ୍କ ସହ ଘରେ ୬ ପ୍ରାଣୀ ରହୁଥିଲେ ।ଅନେକ ଥର ପ୍ରବଳ ଲଗାଣ ବର୍ଷାରେ ଘର ଭୁଶୁଡ଼ିଛି ।ଘର ସଜାଡ଼ିବା କୁ ମଧ୍ୟ ହାତରେ ଅର୍ଥ ନାହିଁ ।ଏତେ ବଡ଼ ପରିବାର ମଧ୍ୟରେ ଜଣେ ମାତ୍ର ରୋଜଗାର କ୍ଷମ ହେଉଛନ୍ତି ଭିନ୍ନକ୍ଷମ ଭୁଜବଳ ।ଘରେ ଜମି ବାଡ଼ି ବୋଲି କିଛି ନାହିଁ ।କୁଳି କଲେ ପରିବାର ଚଳୁ ଥିଲା ।ଏଭଳି ସ୍ଥିତିରେ ଭୁଜବଳ ଙ୍କ ମନରେ କିଛି ବୁଦ୍ଧି ବାଟ ଦିଶୁ ନ ଥିଲା ।କାରଣ ଦୀର୍ଘ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ଅନେକ ଥର ପଞ୍ଚାୟତ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେଲେ ।କେବଳ ଉଚ୍ଚ ଅଧିକାରୀ ଙ୍କ ପ୍ରତିଶୃତି ଛଡା କିଛି ମିଳିଲା ନାହିଁ ।ଏପରିକି ବିଧାୟକ ଏବଂ ପ୍ରଶାସନ ଅଧିକାରୀ ଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇଥିଲେ ।ମାତ୍ର ତାହା ମଧ୍ୟ କିଛି କାମ ଦେଲା ନାହିଁ । ଆବାସ ଯୋଜନାରେ କିପରି ଘର ଖଣ୍ଡିଏ ମିଳିଲେ ଦୁଃଖ ଦୂର ହେବ ବୋଲି ସଦା ବେଳେ ସେ ଚିନ୍ତାରେ ରହୁଥିଲା । ହେଲେ ବିଧିର ବିଧାନ ଥିଲ ଭିନ୍ନ ପ୍ରକାର ଶେଷରେ ଭିନ୍ନକ୍ଷମ ଭୁଜବଳ ସଗଡ଼ିଆ ଆବାସ ଘର ଖଣ୍ଡିକ କୁ ଜଗି ଜଗି ଗତ ୮ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତୁ ପରେ ପରିବାର ଏବେ ଅସହାୟ ।ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ ।ସେ ଚାଲିଗଲା ପରେ ପରିବାର ର ବିଧବା ମା ,ସ୍ତ୍ରୀ ଏବଂ ଚାରି ଛୁଆ ଅନାଥ ହୋଇଗଲେ ।ଏବେ ଘରେ ମା ,ସ୍ତ୍ରୀ ଜୟନ୍ତୀ ଏବଂ ଝିଅ ଲିପି ୧୧ ,କରିନା ୧୦ ,ପୁଅ ଚିରଞ୍ଜିତ ୬ ଏବଂ ଛୋଟ ଝିଅ ଟିକିସ୍ମିତା ୪ ରହୁଥିବା ଦେଖିବାକୁ ମିଳିଛି । ଏମାନେ କେମିତି ଚଳିବେ , ପାଠ ପଢା ଠପ ହେବ ।ଏଣୁ ଏହି ପୁଅ ଝିଅ ମାନଙ୍କୁ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରି ତାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ଦିଗରେ ସହାୟକ କରିବା ପାଇଁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

108 ବୋଟ ଆମ୍ବୁଲାନ୍ସ ଘାଟ ରୁ ଡ୍ୟାମ ଉପର ପର୍ଯ୍ୟନ୍ତ ପାହାଚ ପୁନଃ ନିର୍ମାଣ ଅବା ରୋଗୀଙ୍କୁ ନେବା ଆଣିବା ପାଇଁ ଲିଫ୍ଟ ବ୍ୟବସ୍ଥା ଆବଶ୍ୟକ

Sunil Chandra Nayak

ଵହଳଦା! ବାଗଡେଗା ଗ୍ରାମରେ୪୧ ତମ ମା’ ଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

masiha

ରାତ୍ରରେ ରାସ୍ତାରେ ଶୋଇଥିବା ଗାଈ ସହ  ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ 

masiha

Leave a Comment

error: Content is protected !!