ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣ୍ଡିଆ ଚାଷ ନେଇ ୨ ଦିନିଆ ତାଲିମ ଶିବିର ଉଦଘାଟନ

ଡାବୁଗାଁ, ୨୪/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କୃଷି,ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ୨ ଦିନିଆ ତାଲିମ ଶିବିର ଶୁକ୍ରବାର ଉଦଘାଟନ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ | ଏହି ଶିବିରରେ ବ୍ଲକ ର୬ ଟି ପଞ୍ଚାୟତ ରୁ ୨୦ ଜଣ ଚାଷୀ ଉପସ୍ଥିତ ରହି ମାଣ୍ଡିଆ ଓ କ୍ଷୁଦ୍ର ଶସ୍ୟ ଉପରେ ଡାବୁଗାଁ ବ୍ଲକ ରେ କିଭଳି ଅଧିକ ମାତ୍ରାରେ ଚାଷ କରାଯିବ ସେ ନେଇ ଆଲୋଚନା ହୋଇଥିଲା | ଓଡିଶା ମିଲେଟ ମିସନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କୃଷି ଅଧିକାରୀ ବୁଝାଇଥିଲେ | ଆଗାମୀ ଦିନରେ ଏସଏମ, ଏଲଟି, ଏଲଏସ ମାଧ୍ୟମରେ କ୍ଷୁଦ୍ର ଶସ୍ୟ ଚାଷ କରି ଜୈବିକ ସାର ପ୍ରୟୋଗ କରି ଆଧୁନିକ ପ୍ରଣାଳୀରେ ଚାଷ କରିବାକୁ ତାଲିମ ଦିଆଯାଇଥିଲା | ଏଥିରେ ଡିଏ ସଂସ୍ଥାର ନିର୍ଦ୍ଦେଶକ ସୁଶାନ୍ତ ଗରଡ଼ା, ଓଡିଶା ମିଲେଟ ମିସନର ସହସଂଯୋଜକା ସସ୍ମିତା ବଳବନ୍ତରାୟ, ମାଣ୍ଡିଆ ଚାଷର ସମସ୍ତ ସହଯୋଗକାରୀ ସିଆରପି, ଅଗ୍ରଣୀ ଚାଷୀ ଓ ହେମୋକ୍ରାଟିକ ସ୍ଵଚ୍ଛାସେବୀ ସଂସ୍ଥା ର ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବର୍ଷାରେ ଘର ଉପରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଅଳ୍ପକେ ବର୍ତ୍ତିଲେ ୩ ଜଣ 

masiha

ବିଦ୍ୟୁତ୍ ଆଘାତ ରେ ମା ପୁଅ ମୃତ

masiha

ଜନ ମଙ୍ଗଳ, ରାସୋଳ ପକ୍ଷରୁ ଐତିହାସିକ ପର୍ବ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!