ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଳଦିଆମାଲ ଏମକେଏମସିଇ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼,୨/୪(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆ ମାଲ ଏମକେଏମସିଇ ଇଂରାଜୀ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରିଁନସିପାଲ ଗଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ବ୍ରହ୍ମଚାରୀ ପ୍ରଦୀପ୍ତ କୁମାର ତ୍ରିପାଠୀ ଏବଂ ସମ୍ମାନିତ ଅତିଥି ଭାବରେ ଚନ୍ଦ୍ର ଶେଖର ଚୈତନ୍ୟ, ଜିଲ୍ଲାପରିଷଦ ଉପାଧକ୍ଷା ସୁଧୀରା ମେହେର, ତହସିଲଦାର ସୁଭଦିପ୍ତl ମହାନ୍ତି, ସରପଞ୍ଚ ଅର୍ଚ୍ଚନା ମେହେର, ସମିତିସଭ୍ୟ ମିନା ବାଗ, କାର୍ଯ କlରୀ ସଭାପତି ଶ୍ରୀବତ୍ସ ମେହେର, ସଭାପତି ପ୍ରଦୁମ୍ନ ମେହେର ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ, ଅଭିଭାବକ ତଥା ଗ୍ରାମବାସୀ ଯୋଗଦେଇ ଥିଲେ l ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇ ଥିବାବେଳେ ସଂlସ୍କୃତିକ କାର୍ଯ କ୍ରମ ତଥା କୃଷ୍ଣ ସୁଦାମା ଓ ଏକ ଟଙ୍କିଆ ଡାକ୍ତର ମଞ୍ଚସ୍ଥ ନାଟକ ଦର୍ଶକଙ୍କ। ମନ ମୋହିଥିଲ l ଉକ୍ତ କାର୍ଯ୍ୟକ୍ରମରେ ଘନ ଶ୍ୟାମ ମେହେର, ପରୀକ୍ଷିତ ମେହେର, ଚୈତନ୍ୟ ମେହେର, ନବ କିଶୋର ମେହେର, ଶିକ୍ଷକ କଙ୍ଗIଲୁ ପ୍ରଧାନ, ଅଭିମନ୍ୟୁ ମେହେର, ପ୍ରତିମା ସାହୁ, ମନୋଜ ମେହେର, ବିଶ୍ଵନାଥ ସାହୁ, ସ୍ୱାଗତିକା ପଣ୍ଡା, ସୁପ୍ରିୟା ପଟ୍ଟନାୟକ, ସିନ୍ଧୁ ସୂତା ମେହେର, ସୁନୀତା ଉଦା ଗାଥା, ମିନା ମେହେର, ଆରାଧନା ଦଣ୍ଡସେନା, ଜସ୍ମି ରାଣୀ ନାଗ, ରଜନୀ ନିଆଲ୍, ଭାନୁପ୍ରୀୟl ଖିତି, ବିଭୁ ଦତ୍ତ ନାଏକ, ନବୀନ, ଉଦ୍ଧବ ନାଏ କ, ତନ୍ମୟl ନନ୍ଦ୍ ମେହେର, ଆର୍ତ୍ତ ତ୍ରlଣ ଯୁଏ ଡ, ମଳୟ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l ଚନ୍ଦ୍ର ହାସ୍ୟ ମେହେର ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଅଭମନ୍ୟୁ ମେହେର ଓ ସ୍ୱାଗତିକା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନାଉଗାଁ ଫେଷ୍ଟିଭାଲ -୨୦୨୫ରେ ସମ୍ବର୍ଦ୍ଧିତ ହେଲେ ସାହିତ୍ୟିକା ଛବିରାଣୀ ପତି

masiha

ଚିତି ସାପ କାମୁଡାରେ ଯୁବକ ମୃତ

Sunil Chandra Nayak

ବୃଦ୍ଧା ମା କୁ ଉଦ୍ଧାର କରି ତା ସମ୍ପର୍କୀୟ ଲୋକ ମାନଙ୍କ ପାଖରେ ଛାଡିବାକୁ ନିବେଦନ 

masiha

Leave a Comment

error: Content is protected !!