ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମ୍ବେଡି ଗ୍ରାମ ଲୋକେ ସରକାରୀ ଯୋଜନାରୁ ବଞ୍ଚିତ

ବନ୍ଧୁଗାଁ ତା,୧/୪/୨୩, ସ୍ବାଧୀନତାର ୭୬ ବର୍ଷ ହେଲାଣି ସରକାରୀ ବାବୁଙ୍କ ପାଦ ପଡିନଥିବା ଗାଁ ହେଲା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଜାମ୍ବେଡି ଓ ଗଣ୍ଡିନୁ ଗାଁ I ବନ୍ଧୁଗାଁ ବ୍ଲକର ଏମିତି ସବୁ ବେଳେ ଚର୍ଚାରେ ରହି ଆସୁଛି । ଏହି ବ୍ଲକ ପ୍ରତି ପ୍ରଶାସନ ସତେ ଯେମିତି ଆଖି ବୁଝି ଦେଇଛି । ଏହି ବ୍ଲକରେ ଏବେବି ଅନେକ ଗାଁ ରହିଛି ଯୋଉଠିକି ସରକାରଙ୍କ ମୌଳିକ ସୁବିଧା ପହଁଚିବା ସାତ ସପନ ପାଲଟିଛି । ଏଇ ଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଜାଗଗୁଡା ପଞ୍ଚାୟତ ଅନ୍ତର୍ଗତ ଜାମ୍ବେଡି ଗ୍ରାମ।ଗ୍ରାମଟି ବନ୍ଧୁଗାଁ ବ୍ଲକ ସଦର ଠାରୁ ୨୪ କିଲୋମିଟର ଦୁରରେ ଅବସ୍ଥାପିତ।ଗ୍ରାମରେ ୩୦ ଘର ଆଦିବାସି ପରିବାର ବସ ବାସ କରୁଥିଲେ ହେଲେ କୌଣସି ସୁବିଧା ନଥିବାରୁ ଗ୍ରାମ ଛାଡି କିଛି ପରିବାର ଅନ୍ୟ ଗାଁକୁ ଚାଲି ଯାଇଛନ୍ତି । ଜାମ୍ବେଡି ଗ୍ରାମକୁ ଯିବା ପାଇଁ ପାଦ ଚଲା ରାସ୍ତା ଖଣ୍ଡେ ନାହିଁ । ଯୋଦ୍ୱାରାକି ଗ୍ରାମକୁ ପାଦରେ ଚାଲି ଯିବାକୁ ନିଜେ ଗ୍ରାମବାସମାନେ ଏକତ୍ରିତ ଭାବରେ ରାସ୍ତା କରିଛନ୍ତି I କୌଣସି ଲୋକ ଯଦି ରୋଗ ଗ୍ରସ୍ତ ହେଲେ ଖଟିଆରେ ବହି ଡେରକା ଗ୍ରାମ ପର୍ଯ୍ୟନ୍ତ ନେଇ ସେଠାରୁ ଗାଡିରେ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଉଥିବାର କହିଥିଲେ I ପାହାଡିଆ ଜଂଗଲ ରାସ୍ତାରେ ଚାଲି ଚାଲି ନଦି ଭିତରେ ପସି ଜିବାକୁ ହୁଏ, ବର୍ଷା ମାସରେ ନଦିର ପାଣି ଫୁଲିଲେ ଜାମ୍ବେଡି ଓ ଜାମ୍ବେଡି ଗାଁରୁ ଦୁଇ କିମି ଦୂର ଗଣ୍ଡିନୁ ଗ୍ରାମର ଆଠ ଖଣ୍ଡ ଗ୍ରାମବାସୀଙ୍କ ଯୋଗାଯୋଗ ବିଛିନ୍ନ ହୋଇଯାଏ । ଗ୍ରାମରେ କୁନି କୁନି ପିଲାଙ୍କ ସଂଖ୍ୟା ଅଧିକ । ବିଦ୍ୟାଳୟ କି ଅଙ୍ଗନାବାଡି କେନ୍ଦ୍ର କିଛି ନଥିବାରୁ ଅନେକ ପିଲାଙ୍କ ଜୀବନ ମାଟି ହେବାକୁ ବସିଛି। ପାନିୟ ଜଳ ଓ ବିଜୁଳି କଥା ନକହିବା ଭଲ । ଗ୍ରାମର ପିଲାଠୁ ବୁଢା ସଭିଏଁ ଜଂଗଲ ଉପରେ ଭରଷା କରନ୍ତି । ବ୍ଲକ ପ୍ରସାସନର ଅପାରଗତା ଆଜି ପଦାରେ ପଡିଛି । ଉକ୍ତ ଗ୍ରାମରେ ବସବାସ କରୁଥିବା ଲୋକେ ଗଣ ମାଧ୍ୟମକୁ ଖବର ଦେଇ ନିଜ ଗାଁକୁ ନେଇ ଗାଁର ମୌଳିକ ସମସ୍ୟାର ସମସ୍ତ ବିଷୟକୁ ନେଇ ଅବଗତ କରିଥିଲେ i ଗ୍ରାମର ୱାର୍ଡ ସଭ୍ୟା ପୁଲୁକା ଟିକାଇ, ମାଣ୍ଡିଙ୍ଗ ଦନା, ମାଣ୍ଡିଙ୍ଗ ଏଙ୍ଗେ, ମାଣ୍ଡିଙ୍ଗ ଭୀମ, ମାଣ୍ଡିଙ୍ଗ ହାଲି, ମାଣ୍ଡିଙ୍ଗ ଯୋଗାଲୁ ଓ ଗ୍ରାମର ବେକାର ଯୁବକ ଓ ଯୁବତୀ ବୃଦ୍ଧ ବୃଦ୍ଧା ଉପସ୍ଥିତ ରହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆମ୍ବତୋଟା ରେ ଜମୁଛି ପିଲାଙ୍କ ଭିଡ଼

Sunil Chandra Nayak

ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଖାଦ୍ୟ ପ୍ରକ୍ରିୟାକରଣ କର୍ମଶାଳୀ

masiha

ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ ଅବହେଳିତ ଅବସ୍ଥାରେ 

masiha

Leave a Comment

error: Content is protected !!