ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କଳାହାଣ୍ଡି ରେ ୩୪ ଯୋଡି ଙ୍କ ସାମୁହିକ ବିବାହ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କଳାହାଣ୍ଡି ରେ ୩୪ ଯୋଡି ଙ୍କ ସାମୁହିକ ବିବାହ

 ଭବାନୀପାଟଣା: “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ଅଧୀନରେ ଏକ ସାମୁହିକ ବିବାହ କାର୍ଯ୍ୟକ୍ରମ ଆଜି ଭବାନୀପାଟନା ସ୍ଥିତ ଏସ୍‌.ଏନ୍‌. ମ୍ୟାରେଜ ପ୍ୟାଲେସ୍‌ରେ ଜିଲ୍ଲା ପ୍ରଶାସନଙ୍କ ଏବଂ କର୍ତ୍ତବ୍ୟ ଅନୁଷ୍ଠାନଙ୍କ ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା।

ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା, ଲିଙ୍ଗ ସମତା କୁ ପ୍ରୋତ୍ସାହନ ଦେବା ଏବଂ ଆର୍ଥିକ ଭାବେ ଦୁର୍ବଳ ରହିଥିବା ପରିବାରମାନଙ୍କୁ ବିବାହ ସମୟରେ ସହାୟତା ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହା ସହିତ ଶିଶୁ ବିବାହକୁ ରୋକିବା, ବିଧବା ପୁନର୍ବିବାହକୁ ଉତ୍ସାହିତ କରିବା ଓ ସମାଜରେ ସୁସ୍ଥ ପରିବେଶ ସୃଷ୍ଟି କରିବା ମଧ୍ୟ ଏହି ଯୋଜନାର ଲକ୍ଷ୍ୟ ଅଟେ।

ଏହି ଅବସରରେ ଆଜି ଜିଲ୍ଲାର ୩୪ ଜଣ ଯୋଗ୍ୟ ଯୁଗଳଙ୍କ ବିବାହ ସମ୍ପନ୍ନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ପାୱର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସିଡିଏମ୍‌ ଓ ପିଏଚଓ ଡା ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ବିଡିଓ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ଶେଖର ମହାପାତ୍ର, କର୍ତ୍ତବ୍ୟ ଅନୁଷ୍ଠାନ ର ମୁଖ୍ୟ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର !ଚଳନ୍ତା ଟ୍ରେନ ରୁ ଆସି ଯୁବକ ଗୁରୁତର

masiha

Leave a Comment

error: Content is protected !!