ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନାରୀଶକ୍ତି ବନ୍ଦ ଅଧିନିୟମ ସଂସଦରେ ପାରିତ ନ ହେବାରୁ କଂଗ୍ରେସ ଓ ବିରୋଧୀଙ୍କ ବିରୋଧରେ ପ୍ରତିବାଦ ଆସନ୍ତା କାଲି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ”: ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ

ନାରୀଶକ୍ତି ବନ୍ଦ ଅଧିନିୟମ ସଂସଦରେ ପାରିତ ନ ହେବାରୁ କଂଗ୍ରେସ ଓ ବିରୋଧୀଙ୍କ ବିରୋଧରେ ପ୍ରତିବାଦ

ଆସନ୍ତା କାଲି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ”: ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ

 ଆକ୍ରୋଶ ଯାତ୍ରାରେ ସାମିଲ ହେବେ ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳା

 ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆୟୋଜନ ହେବ ପଦଯାତ୍ରା

 ସମାଜର ପ୍ରତ୍ୟେକ ବର୍ଗର ମହିଳା ଏହି ଯାତ୍ରାରେ ସାମିଲ ହେବାକୁ ଅନୁରୋଧ

 ୨୪ ଓ ୨୫ ଏପ୍ରିଲରେ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ହେବ ମହିଳା ଆକ୍ରୋଶ ସମ୍ମିଳନୀ 

 ୨୭ରୁ ୨୯ ଏପ୍ରିଲ ମଧ୍ୟରେ ମଣ୍ଡଳଗୁଡ଼ିକରେ ହେବ ଜନ ଆକ୍ରୋଶ ମହିଳା ପଦଯାତ୍ରା 

 ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଲୋଚନାଚକ୍ର ମାଧ୍ୟମରେ ପ୍ରତିବାଦ କରାଯିବ

ଭୁବନେଶ୍ୱର,(ଲିପିକା ରାଣୀ ରାଉତ)ତା.୨୧/୦୪: ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଅନେକ ପ୍ରଚେଷ୍ଠା କରୁଛନ୍ତି । ରାଜନୀତି କ୍ଷେତ୍ରରେ ସେମାନଙ୍କ ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ଆଣିଥିଲେ । ଏହି ବିଲ୍ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା । ରାଜନୀତିିିିିିିିିିିିିିିିିିିି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଏହି ଅଧିନିୟମ ଦୃଢୀଭୁତ କରୁଥିଲା । ଅନ୍ୟ ପଟେ ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଧାରୀକୁ ବିରୋଧୀ କଂଗେସ ଏବଂ ଏହାର ସହଯୋଗୀ ଦଳଗୁଡିକ ଚାହୁଁ ନାହାନ୍ତି । ସେମାନେ କେବଳ ଭାରତୀୟ ଜନତା ପାର୍ଟିକୁ ବିରୋଧ କରୁ ନଥିଲେ ବରଂ ସମଗ୍ର ମହିଳା ସମାଜକୁ ସଶକ୍ତୀକରଣ ନ କରେଇ ଦେବା ପାଇଁ ବିରାଟ ଷଡ଼ଯନ୍ତ୍ର କରିଛନ୍ତି । ଯାହାକି ପ୍ରତ୍ୟେକ ମହିଳାଙ୍କ ହୃଦୟକୁ ଆଘାତ ଦେଇଛି । ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରିବା ପାଇଁ ସଂସଦରେ ଏହି ଅଧିନିମୟ ବିରୋଧରେ କଂଗ୍ରେସ ସମେତ ଡିଏମ୍‌କେ, ଟିଏମ୍‌ସି, ସମାଜବାଦୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡି ସେମାନଙ୍କୁ ସମର୍ଥନ ଜଣାଇଥିଲା । ଓଡ଼ିଶାର ମହିଳାମାନେ ଏହାକୁ କେବେବି କ୍ଷମା ଦେବେନାହିଁ । ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟିର୍ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନେଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ଏପ୍ରିଲ ୨୨ ତାରିଖ ଦିନ ରାଜଧାନୀ ଭୁବନେଶ୍ୱରଠାରେ ବିଶାଳ ମହିଳା ଆକ୍ରୋଶ ଯାତ୍ରା ଅନୁଷ୍ଠିତ ହେବ । ସମାଜରୁ ଆସିଥିବା ପ୍ରତ୍ୟେକ ବର୍ଗର ମହିଳା ଏହି ଯାତ୍ରାରେ ସାମିଲ ହେବେ । ଆସନ୍ତା କାଲି ଅପରାହ୍ନ ୪ଟାରେ ଏହି ଆକ୍ରୋଶ ଯାତ୍ରା ପ୍ରଦର୍ଶନୀ ପଡ଼ିଆରୁ ଆରମ୍ଭ ହୋଇ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯିବ । ଏହି ଅବସରରେ ଛୋଟ ଛୋଟ ପଥପ୍ରାନ୍ତ ସଭା ମଧ୍ୟ କରାଯିବ । ଏହି ମହିଳା ଆକ୍ରୋଶ ରାଲିରେ ୫୦ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗ ଦେବେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ଚର୍ଯ୍ୟା ବିଶ୍ୱାଳ ସୁଚନା ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା. ବିଶ୍ୱାଳ କହିଛନ୍ତି ଯେ, ସେହିଭଳି ଅନେକ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯିବ । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସମେତ ପ୍ରମୁଖ ସହରମାନଙ୍କରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟର ମାଁ ଓ ଭଉଣୀଙ୍କୁ ବିରୋଧୀ ଦଳଗୁଡିକର ମହିଳା ବିରୋଧୀ ଆଭିମୁଖ୍ୟକୁ ପର୍ଦ୍ଦାଫାଶ କରାଯିବ । ଏପ୍ରିଲ ୨୪ ଓ ୨୫ ତାରିଖ ଦିନ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଏବଂ ଏପ୍ରିଲ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମଣ୍ଡଳରେ ମହିଳା ଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ ହେବ । ମହିଳା ମୋର୍ଚ୍ଚା ଏବଂ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଭଉଣୀମାନେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଲୋଚନାଚକ୍ର କରି ସେମାନଙ୍କ ସହ ହୋଇଥିବା ଅନ୍ୟାୟ ସମ୍ପର୍କରେ ପ୍ରତିବାଦ କରିବେ । 

 ଡା. ବିଶ୍ୱାଳ କହିଛନ୍ତି ଯେ, ପୂର୍ବ ସରକାରଗୁଡ଼ିକର ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ କ୍ଷେତ୍ରରେ ପୂର୍ବରୁ ମହିଳାମାନଙ୍କ ଭାଗିଦାରିତା ନ ଥିଲା । ମାତ୍ର ମୋଦିଜୀଙ୍କ ନେତୃତ୍ୱରେ ଆଜି ସବୁ କ୍ଷେତ୍ରରେ ମହିଳମାନେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ସେନାବାହିନୀ ପରି ସବୁ କ୍ଷେତ୍ରରେ ନିଜର ପ୍ରତିଭାର ପରାକାଷ୍ଟା ଦେଖାଇଛନ୍ତିିିିିିିିିିିିିିିିିିି । ଏହାସତ୍ୱେ ରାଜନୀତି କ୍ଷେତ୍ରରେ ସେମାନଙ୍କ ଭାଗିଦାରିତା ବହୁତ କମ୍ ରହିଛି । ତଥ୍ୟ ଅନୁସାରେ ଲୋକସଭାରେ ଏବେ ମାତ୍ର ୧୪% ମହିଳା ଥିଲାବେଳେ ଦେଶର ଅନେକ ରାଜ୍ୟରେ ମହିଳା ବିଧାୟକଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ରହିଛି । ଏଥିପାଇଁ ରାଜନୀତି କ୍ଷେତ୍ରରେ ସେମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଏହି ଅଧିନିୟମ ଆଣିଥିଲେ । ମାତ୍ର ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଇ କଂଗେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡିକ ସେମାନଙ୍କ ମନରେ ଆକ୍ରୋଶ ମନୋଭାବ ସୃଷ୍ଟି କରିଛି । କଂଗ୍ରେସଠାରୁ ଆରମ୍ଭ କରି ବିଜେଡି, ଆମ୍‌ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ପର୍ଯ୍ୟନ୍ତ ସବୁଦଳ ପରିବାର କେନ୍ଦ୍ରିକ ଦଳ । ସେମାନେ କେବଳ ନିଜର ପରିବାର ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ଆଗକୁ ଆଣିବାକୁ ଚାହାନ୍ତି । ମାତ୍ର ବିଜେପି ଏକ ଏକମାତ୍ର ଦଳ ଯେଉଁଠାରେ ସାଧାରଣ ମହିଳାମାନେ ସମ୍ମାନର ସହ ଆଗକୁ ଆସିପାରନ୍ତି । ମାତ୍ର ସଂରକ୍ଷଣ ନ ଥିବାରୁୁ ସେମାନେ ପଛରେ ପଡିଯାଇଛନ୍ତି । ଏହି ବିଲ ପାରିତ ନକରି ଯଦି ବିରୋଧି ଦଳ ଭାବୁଥିବେ ସେମାନେ ଖୁସିରେ ରହିବେ, ତାହାଲେ ବିଜେପି ଓ ସାଧାରଣ ଜନତା ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ଡା. ବିଶ୍ୱାଳ କହିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକ, ପିଙ୍କି ପ୍ରଧାନ, ମମତା ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ପଢ଼ିଆରୀ, ରୋଜାଲିନ୍ ଦାସ ଓ ରାଜ୍ୟ ପ୍ୟାନେଲିଷ୍ଟ ତୃପ୍ତି ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

ରାହୁଲ ଯାଦବ ଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ମୁକୁଟ

Sunil Chandra Nayak

କୋଦଳା ଠାରେ ମନ୍ତ୍ରୀ ଙ୍କୁ ସମ୍ବର୍ଦନା ସହ ମହା ମିଶ୍ରଣ ପର୍ବ,୨୨ ସରପଞ୍ଚ, ସମିତି ସଭ୍ୟ ସହ ପୂର୍ବତନ ସରପଞ୍ଚ ସମିତି ସଭ୍ୟ ବିଜେଡି ଛାଡି ବିଜେପି ରେ ସାମିଲ

Sunil Chandra Nayak

Leave a Comment

error: Content is protected !!