ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଣ୍ଟାବାଞ୍ଜିରେ ବିଜେଡିର ବୁଥ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜିରେ ବିଜେଡିର ବୁଥ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି: ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା Special Intensive Revision (SIR) କାର୍ଯ୍ୟକ୍ରମକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବୁଧବାର କଣ୍ଟାବାଞ୍ଜିସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବୁଥ୍ ସ୍ତରୀୟ ଏଜେଣ୍ଟମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା।ଏହି ଅବସରରେ ବିଜେଡିର ଯୁବ ନେତା ଗିରିରାଜ ସିଂ ମାଝୀ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩୩୫ଟି ବୁଥ୍‌ରେ ଭୋଟର ତାଲିକାରେ ନାମ ଯୋଡ଼ା, ବାଦ ଓ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେ ଫର୍ମ–୬, ଫର୍ମ–୭ ଓ ଫର୍ମ–୮ ସଠିକ୍ ଭାବେ ପୂରଣ କରି BLOଙ୍କ ମାଧ୍ୟମରେ ଦାଖଲ କରିବାରେ ଭୋଟରଙ୍କୁ ସହଯୋଗ କରିବାକୁ ଏଜେଣ୍ଟମାନଙ୍କୁ ଆହ୍ୱାନ କରିଥିଲେ।

ଶ୍ରୀ ମାଝୀ କହିଥିଲେ ଯେ, କୌଣସି ଯୋଗ୍ୟ ଭୋଟରଙ୍କ ନାମ ଯେପରି ବାଦ ନପଡ଼େ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ନରହେ, ସେଥିପାଇଁ ବୁଥ୍ ସ୍ତରରେ ସତର୍କତାର ସହ କାମ କରିବା ଆବଶ୍ୟକ। ସଠିକ୍ ଭୋଟର ତାଲିକା ହେଉଛି ସୁଦୃଢ଼ ଗଣତନ୍ତ୍ରର ମୂଳ ଭିତ୍ତି ବୋଲି ସେ ମତ ପ୍ରକାଶ କରିଥିଲେ।

ପ୍ରଶିକ୍ଷଣ ଶିବିରରେ ବିଜେଡି ନେତ୍ରୀ ନିରୁପମା ମାଝୀ, ପିଙ୍କି ଖର୍ସେଲ, ଜିଲ୍ଲା ସାଧାରଣ ସମ୍ପାଦକ ଦେବାର ବାରିକ, ଶ୍ରୀଧର ମାଝୀ, ଧନଞ୍ଜୟ ମାହାନନ୍ଦ, ପ୍ରେମିଶ ଚନ୍ଦ୍ର ବାଗ, ଦୈତାରୀ ଭୋଇ, ତ୍ରିବିକ୍ରମ ବେହେରା, ଅଭିଲାଶ ବଘାର, ଦିଲିପ ପୃଷ୍ଟି, ଆଶାଦୁଲା ଖାଁ,ଚମ୍ପେଶ୍ୱର ବାଗ, ଆଶିଷ ବେହେରା,ଦେବରାଜ ଯାଦବ,ବିଷ୍ଣୁ ଜୁଏଡ଼ଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ବିଜୁ ଜନତା ଦଳ ର ୨୬ତମ ପ୍ରତିଷ୍ଠା ଦିବସ ପକ୍ଷ ପାଳନ 

Sunil Chandra Nayak

ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା

masiha

ରାଜନଗର ବିଜେଡିର ପଞ୍ଚାୟତ ସ୍ତରୀୟ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖର ସମର୍ଥନ ସାଉଟିଲେ ଧୃବ

masiha

Leave a Comment

error: Content is protected !!