ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମିଶ୍ରଣ ପର୍ବ କୁ ନେଇ ରାଜନୀତି: ବିଜେଡ଼ି ର ମିଶ୍ରଣ ପର୍ବ ସରିବାର ୨୪ଘଣ୍ଟା ନ ପୁରୁଣୁ ସରପଞ୍ଚ କହିଲେ ମୁଁ ବିଜେପି ରେ ଅଛି

କନ୍ଧମାଳ,:02/06.(ମନିସ): ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି- ବିଜେଡ଼ି ମଧ୍ଯରେ ସେତିକି ଶୀତଳ ଯୁଦ୍ଧ ଆରମ୍ଭ ହେଉଛି। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଅଧ୍ୟକ୍ଷତା ରେ କ. ନୂଆଗାଁ ବ୍ଲକ ବାଲିଗାଡ଼ା ପଞ୍ଚାୟତରେ ଅନୁଷ୍ଠିତ ବିଜେଡି ର ମିଶ୍ରଣ ପର୍ବ ରେ ବାଲିଗାଡ଼ାର ବିଜେପି ସମର୍ଥିତ ସରପଞ୍ଚ କନକ ଲତା ପ୍ରଧାନ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡ଼ି ରେ ମିଶିଲେ ବୋଲି ବିଜେଡ଼ି କହିବାର ୨୪ଘଣ୍ଟା ନ ପୂରୁଣୁ ଶ୍ରୀମତୀ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସେ ବିଜେପି ରେ ଥିଲେ ଏବେ ବି ଅଛନ୍ତି ସେ ବିଜେଡିରେ ମିଶିବା ଘଟଣା କୁ ଖଣ୍ଡନ କରିଛନ୍ତି। ଘଟଣା ରୁ ପ୍ରକାଶ ଯେ, ଗତ ୩୦ତାରିଖ ଦିନ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ କ. ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗାଡ଼ା ପଞ୍ଚାୟତ ରାବତବାଡି ଠାରେ ବିଧାୟକ ଙ୍କ ଉପସ୍ଥିତି ରେ ବିଜେଡ଼ି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ କନକ ଲତା ପ୍ରଧାନ ସମେତ ବିଜେପି ଓ କଂଗ୍ରେସ ର ଶତାଧିକ କର୍ମୀ ବିଜେଡ଼ି ରେ ମିଶିଲେ ବୋଲି ବିଜେଡ଼ି କହିଥିଲା। ଏହି ସଭା ରେ ସରପଞ୍ଚ କନକ ଲତା ପ୍ରଧାନଙ୍କ ଦେହରେ ଦଳୀୟ ଗାମୁଛା ପଡ଼ିଥିବା ବେଳେ ଶ୍ରୀମତୀ ପ୍ରଧାନ କହିଥିଲେ ଆମ ଅଞ୍ଚଳ ରେ ଅସୁବିଧା ଦୂର ହେବ ବୋଲି ଲୋକେ ଆଶା ରଖିଛନ୍ତି ତାଙ୍କ ଆଶା କୁ ଭାଙ୍ଗି ଦିଅନ୍ତୁ ନାହିଁ। ଯଦି ଆମ ଆଶା ପୂରଣ ହୁଏ ତେବେ ଆମେ ସାମିଲ ହେବୁ କହୁଥିଲେ ସରପଞ୍ଚ କନକ ଲତା ପ୍ରଧାନ l କିନ୍ତୁ ବିଜେଡି ସରପଞ୍ଚ ବିଜେପି ଛାଡ଼ିଲେ ବିଜେଡ଼ି ରେ ମିଶିଲେ ଗଣମାଧ୍ୟମ ରେ ପ୍ରକାଶ ପରେ ପ୍ରତିକ୍ରୀୟା ପ୍ରକାଶ କରି କହିଛନ୍ତି ସେ ବିଜେପି ରେ ଥିଲେ ଅଛନ୍ତି ଓ ରହିବେ କ. ନୂଆଗାଁ ଠାରେ ବିଜେପି ର ଦଳୀୟ କର୍ମୀ ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। । ସ୍ଥାନୀୟ ବିଧାୟକ ଆସି ତାଙ୍କୁ ଅଞ୍ଚଳ ର ଉନ୍ନୟନ କାମ ପାଇଁ ଆଲୋଚନା କରିବା ପାଇଁ ଡ଼ାକି ଦଳୀୟ ଗାମୁଛା ପକାଇ ମୋତେ ସାମିଲ ହେଲା ବୋଲି କହିବାକୁ ମୁଁ ତୀବ୍ର ନିନ୍ଦା କରୁଛି। ମୁଁ ବିଜେଡ଼ି ର ପ୍ରାଥମିକ ସଦସ୍ୟ ମଧ୍ଯ ହୋଇନାହିଁ । ବିଜେପି ରେ ହିଁ ରହିଛି ଓ ରହିଥିବି l

କନ୍ଧମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ହଜାର ବିଜୁ ସମର୍ଥକଙ୍କ ଗହଣରେ ଆସି ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଡାକ୍ତର ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଙ୍କ ନାମାଙ୍କନ ପତ୍ର ଦାଖଲ

masiha

ରାଜ୍ୟ ସରକାରଙ୍କ ମହିଳା ନିର୍ଯ୍ୟାତନା ନେଇ ସାମ୍ବାଦିକ ସମ୍ମିଳନୀ

masiha

ମୋଦି ସରକାରଙ୍କ ନିର୍ଦ୍ଦେଶରେ ସି ପି ଆଇ ଏମ୍ ନେତା ପିନାରାୟୀ ବିଜୟନ ଙ୍କ ବାସଭବନରେ ଇ ଡି ରେଡ୍ ବିରୁଦ୍ଧରେ,ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ସି ପି ଆଇ ଏମ୍ ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ 

Leave a Comment

error: Content is protected !!